ବିବାହ ପୂର୍ବରୁ ସ୍ବତନ୍ତ୍ର ଡାଏଟ୍‌ ଫଲୋ କରୁଛନ୍ତି କାଟ୍ରିନା

ମୁମ୍ବାଇ: ଗତ କିଛି ଦିନ ଧରି କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତିଦିନ ତାଙ୍କ ବିବାହକୁ ନେଇ କିଛି ନା କିଛି ଅପଡେଟ୍‌ ସାମ୍ନାକୁ ଆସୁଛି। କିନ୍ତୁ ଏବେ ଯାଏ କ୍ୟାଟ ଏବଂ ଭିକିଙ୍କ ତରଫରୁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ।

ତେବେ କ୍ୟାଟ ତାଙ୍କ ବିବାହରେ ସେ ଏକଦମ ଫିଟ ଏବଂ ସୁନ୍ଦର ଦେଖାଯିବା ପାଇଁ କିଛି ସପ୍ତାହ ଧରି ଏକ ସ୍ବତନ୍ତ୍ର ଡାଏଟ୍‌ ଫଲୋ କରୁଛନ୍ତି ବୋଲି କୁହାଯାଉଛି । କାର୍ବସ, ଗ୍ଲୁଟେନ୍‌ ଓ ଚିନି ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଖାସ୍‌ କରି ସେ ଏବେ ଡାଏଟ୍‌ରେ ଅଧିକ ଶାଗ,ସୁପ,ସାଲାଡ୍‌ ଆଦି ଖାଉଛନ୍ତି । ତାଙ୍କ ବିବାହକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହ ଥିବା ଜଣାପଡିଛି। ରାଜସ୍ଥାନରେ ଜୟପୁରରେ ତାଙ୍କ ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଯାଇଛି।

Share