Posted inଫୁରସତ

ହାପି ନ୍ୟୁ ଇଅର ଟୁ ୟୁ

ନୂଆବର୍ଷ ଆସିଲେ ଯୋଜନାପ୍ରିୟ ମଣିଷ ଅନେକଗୁଡିଏ ଯୋଜନାର ସ୍ବପ୍ନ ଦେଖିବା ଆରମ୍ଭ କରିଦିଏ। ଏହା ଭିତରେ ଏକ ପ୍ରମୁଖ କାମ ହେଲା ନୂଆବର୍ଷର ରିଜୋଲ୍ୟୁଶନ ବା ସଂକଳ୍ପ । ପ୍ରତିବର୍ଷ ନୂଆବର୍ଷ ଆସିଲେ କିଏ ଗୁଟ୍‌ଖା ତ କିଏ ମଦ ଛାଡ଼ିବା ପାଇଁ ସଙ୍କଳ୍ପ ନିଏ। କିଏ ସାମାଜିକ ଗଣମାଧ୍ୟମରୁ ନିବୃତ୍ତ ରହିବା ପାଇଁ ସଂକଳ୍ପ ନିଏ ତ କିଏ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପ୍ରାତଃ ଭ୍ରମଣ କରିବା ପାଇଁ ନିଷ୍ପତ୍ତି ନିଏ। ସଂକଳ୍ପମାନଙ୍କ ଏକ ଲମ୍ବା ଲିଷ୍ଟ ତିଆରି ହେଇଯାଏ। ଗତବର୍ଷ ନେଇଥିବା ସଂକଳ୍ପ ମଧ୍ୟରୁ ଗୋଟିଏ ବି ପୂରା ହୋଇ ନ ଥିବା ବେଳେ ଏ ବର୍ଷ ଯେମିତି ତାହାର ପୁନରାବୃତ୍ତି ନ ହୁଏ ସେଥିପାଇଁ ମଧ୍ୟ ଗୋଟିଏ ନୂଆ କିସମର ସଂକଳ୍ପ ତାଲିକା ସହ ଯୋଡ଼ାଯାଏ। କିନ୍ତୁ ପ୍ରତି ବର୍ଷ ନିଆଯାଇଥିବା ସଂକଳ୍ପ ଭଳି କିଛିଦିନ ପରେ ଯଥା ପୂର୍ବଂ ତଥା ପରମ୍‌। ୯୯.୯ ଭାଗ ସଂକଳ୍ପର ଅବସ୍ଥା ନେତାଙ୍କ ନିର୍ବାଚନୀ ଭାଷଣରେ ଦିଆଯାଇଥିବା ପ୍ରତିଶ୍ରୁତି ଭଳି ହୋଇଥାଏ। ଯେବେଠୁ ଫେସବୁକ ହ୍ବଟ୍ସଆପ ଭଳି ସାମାଜିକ ଗଣମାଧ୍ୟମର ପ୍ରଭାବ ଲୋକଙ୍କ ଉପରେ ଅଧିକ ପଡ଼ିଲାଣି ସେବେଠୁ ଏକ ନୂଆ କଥା ଦେଖିବାକୁ ମିଳୁଛି। ଆମେ ଯାହା ଚିନ୍ତା କରୁଛୁ କି ଯାହା କରିବାକୁ ଚାହୁଁଛୁ ତାକୁ ସର୍ବ ସମ୍ମୁଖରେ ଢୋଲ ପିଟି ଜଣେଇବାକୁ ପସନ୍ଦ କରୁ। ନୂଆବର୍ଷ ପୂର୍ବରୁ ବେଶ୍‌ କିଛି ଲୋକ ସେମାନଙ୍କ ନୂଆବର୍ଷ ରିଜୋଲ୍ୟୁଶନ ବା ସଂକଳ୍ପ ବିଷୟରେ ଆଗୁଆ ସର୍ବସାଧାରଣରେ ଜଣେଇ ଦିଅନ୍ତି। ଭଲ କଥା। ଅନ୍ତତଃ ଅନ୍ୟମାନେ ସେ ସବୁ ଆଉ ନ ଦୋହରେଇ କିଛି ନୂଆ କଥା ଲେଖନ୍ତି। ଲେଖିବା ଲୋକ ଜାଣେ ଓ ପଢ଼ିବା ଲୋକ ଜାଣେ ଏ ସବୁ ଧୂଆଁବାଣ। ନୂଆବର୍ଷ ସଂକଳ୍ପର କିଛି ମୂଲ୍ୟ ନ ଥାଏ। ଅଳ୍ପଦିନ ପରେ ପୁଣି ସେଇ ପୁରୁଣା ଜୀବନ ଚାଲିବ।

ନୂଆବର୍ଷ ଆସିଲେ ଆଉ ଏକ ବିଶେଷ କଥା ଦେଖିବାକୁ ମିଳେ। ତାହାହେଲା ଶୁଭେଚ୍ଛା ବାର୍ତ୍ତା। ପରିବା ଦୋକାନୀଠାରୁ ନେଇ କେବେ ଥରେ ବସରେ ସହଯାତ୍ରୀ ଥିବା ଲୋକର ଶୁଭେଚ୍ଛା ବାର୍ତ୍ତା ଆସେ। କେତେକ ଲୋକ ଏଥିପାଇଁ ବଡ଼ଦିନର ସପ୍ତାହକ ପୂର୍ବରୁ ଭଲ ଭଲ ଶୁଭେଚ୍ଛା ବାର୍ତ୍ତା, ଫଟୋ ଭିଡିଓ ସଂଗ୍ରହରେ ଲାଗିପଡ଼ନ୍ତି । ଏଇଟା ସତ, ଲୋକଙ୍କ ଶୁଭେଚ୍ଛା ଯେତେ ମିଳିଲେ ବି କାହାର ଭାଗ୍ୟ ପରିବର୍ତ୍ତନ ହୁଏ ନାହିଁ । ତଥାପି ଲୋକ ଅନ୍ୟକୁ ଶୁଭେଚ୍ଛା ଜଣେଇବାକୁ ଭୁଲନ୍ତି ନାହିଁ । ଅନ୍ୟ କାହା କଥା କହିପାରିବି ନାହିଁ ହେଲେ ମୋର ତ ଆଜି ଯାଏ ହେଇନି। ବରଂ ନୂଆବର୍ଷର ପ୍ରଥମ ସପ୍ତାହ ପ୍ରାୟ ସମୟ ମୋର ଫୋନ ଷ୍ଟୋରେଜ ସଫା କରିବାରେ ଯାଏ। ଭିଡିଓ, ଫଟୋ ମିଶେଇ ଏତେ ମାତ୍ରାରେ ଶୁଭେଚ୍ଛା ଆସେ ଯେ ଫୋନ ମେମୋରି ଭର୍ତ୍ତି ହୋଇ ବିସ୍ଫୋରଣ ସ୍ଥିତିକୁ ଆସିଯାଏ। କାହାର ଶୁଭେଚ୍ଛାରେ କିଏ ଖୁସି ହେବା ପରିବର୍ତ୍ତେ ମନେ ମନେ ଗାଳି କରୁଥାଏ। ଆରେ ଭାଇ ଯଦି ଶୁଭେଚ୍ଛା କି ଅଭିନନ୍ଦନ ବାର୍ତ୍ତାରେ କାହାର ଭାଗ୍ୟ ଭଲ ହୋଇଯାଉଥାଏ ତେବେ ଭାରତ ବର୍ଷ କେବେଠୁ ବିଶ୍ୱର ଏକ ନମ୍ବର ଦେଶ ହୋଇସାରନ୍ତାଣି ଆଉ ମୁଁ ନିଜେ ଲକ୍ଷ୍ମୀ ମିତ୍ତଲ। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଗୁଡ୍‌ ମର୍ନିଂ ଗୁଡ୍‌ ନାଇଟ୍‌ ଓ ବିଶେଷ ପର୍ବ ପର୍ବାଣିରେ ଶୁଭେଚ୍ଛା ବାର୍ତ୍ତା ପଠେଇବାରେ ଭାରତ ବିଶ୍ୱରେ ଏକ ନମ୍ବର ସ୍ଥାନ ନେଇଛି। ଏଠି ଗରିବରୁ ଅତି ଗରିବ ଲୋକ ଅନ୍ୟକୁ ଧନ ଜନ ଗୋପ ଲକ୍ଷ୍ମୀରେ ଭରପୂର ହେବାକୁ ଶୁଭେଚ୍ଛା ଜଣାଏ । ପାଇଥିବା ଲୋକ ବି ‘ସେମ୍‌ ଟୁ ୟୁ’ରେ ଶୁଭେଚ୍ଛା ଜଣେଇବାରେ ହେଳା କରେନାହିଁ । କିଏ କିଏ ତ ପଞ୍ଚଫଣା ନାଗ ସାପର ଫଟୋ ଦେଇ ଧମକାଇ ଥାଏ ସେଆର କଲେ ଧନ ଘରେ କୁଢେଇ ହୋଇଯିବ ନ ହେଲେ ଘରୁ ମୁଣ୍ଡ ଯିବ। ପଞ୍ଚମୁହାଁ କଥା ଆସିବାରୁ ମନକୁ ଆସିଲା ଜ୍ୟୋତିଷଙ୍କ କଥା। ନୂଆବର୍ଷ ଆସିଲେ କୁଆଡ଼େ ଥାନ୍ତି ହଠାତ୍‌ ଅନେକ ଜ୍ୟୋତିଷଙ୍କ ଆବିର୍ଭାବ ଘଟେ । ରାଶି ଅନୁଯାୟୀ ନୂଆବର୍ଷ କାହା ପାଇଁ ଶୁଭ କାହା ପାଇଁ ଅଶୁଭ ହେବା ସହ ସେଥିରୁ ଲାଭ ପାଇବା ପାଇଁ ସୂକ୍ଷ୍ମ ଓ ସରଳ ଉପାୟ ବି ବତାନ୍ତି । ସବୁ ରାଶିରେ ସମାନ ଫଳ ଘୋଷଣା କରୁଥିବା ଜ୍ୟୋତିଷମାନେ କେତେ କେତେ ଅଭିନବ ଉପାୟ ବତେଇଥାନ୍ତି ଧନ, ମାନ, ସ୍ବାସ୍ଥ୍ୟ, ପ୍ରେମ ଆଦିର ସଫଳତା ହାସଲ କରିବାକୁ ନୂଆ ବର୍ଷରେ। ଥରେ ଜଣେ ଜ୍ୟୋତିଷ କହିଲେ, ଯାହାଙ୍କ ରାଶିରେ ଶନିଦଶା ଅଛି ସେମାନେ ପଞ୍ଚମୁଖୀ ହନୁମାନଙ୍କ ପାଖରେ ମାନସିକ ନଡ଼ିଆ ବସାନ୍ତୁ। ଯାହା ଜଣାପଡୁଛି ବେଶ୍‌ କିଛି ବର୍ଷ ହେଲା ଶନି ଦେବତାଙ୍କ ବିଭାଗ ପ୍ରାୟତଃ ପ୍ରଭାବଶୂନ୍ୟ ବା ନିଷ୍କ୍ରିୟ ହେଇଯାଇଛି। ଧରା ପୃଷ୍ଠରେ ଯେତେ ପାପୀ ଥିଲେ ସମସ୍ତେ ଠାକୁରଙ୍କ ପାଖରେ ନଡ଼ିଆ ଥୋଇ ଖୁସିରେ ବୁଲୁଛନ୍ତି । ଏମିତି ଚାଲିଲେ ଇନ୍ଦ୍ରଦେବ କେଉଁଦିନ ତାଙ୍କୁ ଛଟେଇ କରି ତାଙ୍କ ବିଭାଗ ବନ୍ଦ କରିଦେବେ ସେଇ ଚିନ୍ତାରେ ଏବେ ଖୋଦ୍‌ ଶନି ଦେବ। ତାଙ୍କ ନିଜ ମହାଦଶା କାଟିବା ପାଇଁ ଶନିଦେବ ଏବେ କେଉଁ ମନ୍ଦିରରେ ମାନସିକ ନଡ଼ିଆ ଥୋଇବେ ସେ କଥା ଚିନ୍ତା କଲେଣି। ଧନ୍ୟ ଜ୍ୟୋତିଷ ବାବା। ତୁମେ ଈଶ୍ୱରଙ୍କ ସବୁ ଗଣିତ ଫେଲ କରିଦେବ।

ଏଇ ନୂଆବର୍ଷ ସମୟର କଥା। ସକାଳୁ ସକାଳୁ ବାପ ଘରକୁ ଯାଇଥିବା ପତ୍ନୀଙ୍କ ଫୋନ ଆସିଲା କହିଲେ କ’ଣ ସବୁ ଶୁଣିଲଣି ନା ନାହିଁ ମାଳିକା କହିଛି ଏହି ବର୍ଷ ପୃଥିବୀ ପୃଷ୍ଠରୁ ପ୍ରଥମେ ସବୁ ମିଛୁଆ ନିପାତ ହେବେ। (କିରେ ମିଛୁଆମାନେ ମଶା କ’ଣ ଯେ ତୁମେ ଲିମ୍ବ ପତ୍ର ଧୂଆଁ ଦେଇ ନିପାତ କରିବ ! ) ପତ୍ନୀ ସେପଟୁ କହୁଥିଲେ, ତୁମେ ତ ମିଛ କହିବାରେ ପୃଥିବୀର ସବୁ ରେକର୍ଡ ଭାଙ୍ଗି ଦେଇଛ। ବୋଉ କହୁଛି(ମୋ ଶାଶୁ) ମୁକ୍ତି ମଣ୍ଡପରେ ବ୍ରାହ୍ମଣ ଭୋଜନ ଦେ ଆଉ ଗାଁ ଦିଅଁଙ୍କ ପାଖରେ କୁକୁଡ଼ା ମାନସିକ କର ଗ୍ରହ ରିଷ୍ଟ କଟିବ। ପୂଜା ଖର୍ଚ୍ଚ ପାଇଁ ଶୀଘ୍ର ଫୋନ ପେ’ରେ ପାଞ୍ଚ ହଜ଼ାର ଟଙ୍କା ପଠାଅ। ମୁଁ କହିଲି, ଏ ବେକାର କଥା ମାଳିକା ନୁହେଁ ତୁମ ପୁରୀ ଦେଉଳ ପଣ୍ଡା କହିଛନ୍ତି। ଏ ସବୁ ବେକାର କାମ ପାଇଁ ମୋ ପାଖରେ ଟଙ୍କାଟିଏ ବି ନାହିଁ। ସେପଟୁ ଉତ୍ତର ଆସିଲା- ହେ ଭଗବାନ ନୂଆବର୍ଷ ସକାଳଟାରୁ ପୁଣି ମିଛ କଥା କହୁଛ, ତୁମ ପାଖରେ ବିଲକୁଲ ଟଙ୍କାଟିଏ ବି ନାହିଁ ! ଏତେ ମିଛରୁ ତୁମକୁ କୋଉ ମୁକ୍ତିମଣ୍ଡପ ବି ରକ୍ଷା କରିପାରିବନି। ମୋ କଥା ଛାଡ଼ ପିଲାମାନଙ୍କ କଥା ତ ଟିକେ ଭାବ। ତମରିମାନଙ୍କ ପାଇଁ ଯାହା ମୁଁ ଏତେ ଦହଗଞ୍ଜ ହେଉଛି । ‘ମୁଁ କହିଲି, ଥାଉ ଆଉ ଅଧିକା ବକ ବକ ହୁଅନି, ମୁଁ ଗୋଟେ ସିରିଅସ କଥା ଚିନ୍ତା କରୁଥିଲି ସବୁ ମୁଡ଼ ଖରାପ କରିଦେଲ।’ ପତ୍ନୀ କହିଲେ ,‘ମୁଁ ଠିକ ଜାଣିଚି ତମେ ସେଠି ବସି କାହା କଥା ଭାବୁଛ।’ ସେପଟୁ ଫୋନ କଟିଗଲା। ବିଶ୍ୱାସ ନ ଥିଲେ ବି କାହିଁକି କେଜାଣି ମନକୁ ପାପ ଛୁଇଁଲା । ଯଦି ସେ ମୁକ୍ତିମଣ୍ଡପ ଯିବେ ନାହିଁ ତେବେ କୌଣସି ମୁହୂର୍ତ୍ତରେ ବି ଗ୍ରହ ମୋତେ ମାଡିବସିପାରେ। ପୁରୀ ପଣ୍ଡାଙ୍କ କଥା କେବେ ବି ଅନ୍ୟଥା ହୋଇ ନ ଥାଏ। ଅତୀତରେ ଘଟି ଯାଇଥିବା କେତେ ପ୍ରସିଦ୍ଧ ଘଟଣା ତା’ର ପ୍ରମାଣ।

ବନ୍ଧୁମାନେ ମୋ କଥାକୁ ହସକଥା ଭାବି ଉଡ଼େଇ ଦେଲେ ତୁମ ବିପଦ କେହି ମୁଣ୍ଡେଇବେନି । ମୋବାଇଲ ଫୋନରେ ଆସୁଥିବା ଶୁଭକାମନା ବାର୍ତ୍ତାକୁ ଭରସା କରି ରହିଲେ ପରେ ପସ୍ତେଇବା ସାର ହେବ। କାରଣ କେବଳ ଶୁଖିଲା ଶୁଭେଚ୍ଛା ବାର୍ତ୍ତାରେ ଭାଗ୍ୟ ପରିବର୍ତ୍ତନ ହେବ ନାହିଁ । ଯଦି ଭଲ ଗତି ଅଛି ତେବେ ଶୀଘ୍ର ପଞ୍ଚମୁଖୀ ହନୁମାନଙ୍କ ପାଖରେ ମାନସିକ ନଡ଼ିଆ ବସାଅ, ବଡ଼ଦେଉଳରେ ବାନା ଉଡାଅ, ରୁଦ୍ରାଭିଷେକ କର, ସତ୍‌ସଙ୍ଗ କର, କାଙ୍ଗାଳୀ ଭୋଜନ ଦିଅ। ତା’ପରେ ଯାଇ ହାପି ନ୍ୟୁ ଇଅର। ମୁଁ ହାପି କହିଲେ କାହା ଭାଗ୍ୟ ହାପି ହେବାର ପ୍ରମାଣ ନାହିଁ, ତଥାପି ସୌଜନ୍ୟ ଦୃଷ୍ଟିରୁ ଆଗୁଆ ଜଣେଇ ଦେଲି ଆଗକୁ ଆପଣଙ୍କୁ ସେହି ଈଶ୍ୱର ଭରସା।
-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri