Posted inଫୁରସତ

ବିଦଗ୍ଧ ଫଳ

ଆଜିକାଲି ବିଭିନ୍ନ ଜିନିଷର ଜିଆଇ ଟ୍ୟାଗ୍‌ ପାଇଁ ଯେପରି ତତ୍ପରତା ଦେଖାଯାଉଛି ସେପରି ଆଗରୁ ଦେଖି ନ ଥିଲୁ। ଆମ ଜିନିଷକୁ ଯଦି କେହି ତାଙ୍କର ବୋଲି କହିଦିଏ ତେବେ ଖରାପ ଲାଗିବା ସ୍ବାଭାବିକ। ତେଣିକି ସେ ନିଜ ଛୁଆ ହେଉ କି ବାରି ଭେଣ୍ଡି। ଆମ ଓଡ଼ିଆମାନଙ୍କ ଏହି ‘ଆମର’ ‘ତୁମର’ ପ୍ରମାଣପତ୍ର ଯୋଗାଡ଼ କରିବାରେ ବିଳମ୍ବ ହେତୁ ଆଜି ଆମର ଅନେକ ଜିନିଷକୁ ଅନ୍ୟମାନେ ତାଙ୍କର ବୋଲି ଦାବି କରୁଛନ୍ତି । ବିଳମ୍ବ ହେଲେ ବି ଏବେ ଓଡ଼ିଆମାନେ ନିଜର ଅସ୍ମିତା ପ୍ରତି ସଚେତନ ହେଲେଣି। ଓଡ଼ିଆମାନଙ୍କ ନିଜର ବାଇଗଣ ଅଛି ବୋଲି ସରକାରୀ ଭାବେ ପ୍ରମାଣପତ୍ର ପାଇଲା ପରେ ଏବେ ଓଡ଼ିଆ ବାଇଗଣ ମୂଲ୍ୟ ଦଶ ଟଙ୍କା ବୃଦ୍ଧି ପାଇଛି। ଏଇ ବାହାନାରେ ଚାଷୀମାନେ ତ ଉପକୃତ ହେବେ। ଏହା ଦେଖାଦେଖି ଆଉ କିଛି ଚାଷୀ ସଂଗଠନ ଅନ୍ୟ କିଛି ପରିବାର ବୈଶିଷ୍ଟ୍ୟ ଖୋଜି ବାରେ ଲାଗିଲେଣି।

ଗତକାଲି ଅଲ୍‌ ଓଡ଼ିଶା ଆତ ଉତ୍ପାଦନକାରୀ ସଂଘ ତରଫରୁ ଏକ ଜରୁରୀ ସଭା ବସିଥିଲା। ତାଙ୍କ ଅନୁଯାୟୀ ଆତ ଖାଣ୍ଟି ଓଡ଼ିଆ ଫଳ ହେଇଥିଲେ ବି ଏଯାଏଁ ଏହାକୁ ଜିଆଇ ଟ୍ୟାଗ୍‌ ମିଳିନି। ବାଇଗଣ ଓ କାଇ ପିମ୍ପୁଡ଼ି ଚଟଣିକୁ ମାନ୍ୟତା ମିଳିଗଲା। ହେଲେ ଓଡ଼ିଆ ଅସ୍ମିତାର ପରିଚୟ ଆତ ବା ସିତାଫଳକୁ ମାନ୍ୟତା ନ ମିଳିବା କ୍ଷୋଭର ବିଷୟ। ସଭାର ସମ୍ମାନିତ ଅତିଥି ବିଶିଷ୍ଟ ସଂସ୍କୃତି ଗବେଷକ ଡ. ଅମିତ୍‌ ମହନ୍ତ କହିଲେ, ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡ଼େ ଏହାକୁ ଆଗେ ସିତାଫଳ କହୁଥିଲେ। ସମ୍ଭବତଃ ମୋଗଲମାନଙ୍କ ଭାରତ ପ୍ରବେଶ ପରେ ଏହାର ନାମ ‘ସିତାଫଳ’ରୁ ‘ଆତ’ ହୋଇଗଲା। ବିଭିନ୍ନ ପୂଜା ପାର୍ବଣରେ ଏହି ଫଳ ବ୍ୟବହୃତ ହେବାର ପ୍ରମାଣ ପ୍ରାଚୀନ ଓଡ଼ିଆ କର୍ମକାଣ୍ଡ ବହିରେ ଉଲ୍ଲେଖ ଅଛି। ମୁଖ୍ୟ ଅତିଥି ବିଶିଷ୍ଟ ଗବେଷକ ଶ୍ରୀଯୁକ୍ତ ଶ୍ରୀବଲ୍ଲଭ ମହାନ୍ତି କହିଲେ, ମାଦଳା ପାଞ୍ଜିର ପ୍ରଥମ ସଂସ୍କରଣରେ ମଧ୍ୟ ‘ଆତ’ ଶବ୍ଦର ବ୍ୟବହାର ହୋଇଛି। ବିଶ୍ୱର ଅନେକ ଜାଗାରେ ଆତ ଫଳର ଆଦର ଅଛି। ଇସ୍ରାଏଲରେ ଏହାକୁ ଆସ୍ତ କହୁଥିବା ବେଳେ ଇଣ୍ଡୋନେସିଆ ଓ ଫିଲିପାଇନ୍ସରେ ଆତିଶ ବୋଲି କୁହନ୍ତି। ଜର୍ମାନ୍‌ ଓ ପୋଲାଣ୍ଡ ଭଳି ଦେଶରେ ମଧ୍ୟ ସିତାଫଳ କୁହନ୍ତି। ଏଥିରୁ ଏହା ପ୍ରମାଣିତ ପୂର୍ବକାଳରେ ଓଡ଼ିଆ ସାଧବମାନେ ବିଭିନ୍ନ ଦେଶକୁ ବଣିଜ କରିବାକୁ ଗଲାବେଳେ ସାଙ୍ଗରେ ଓଡ଼ିଶାରୁ ଆତକୁ ସାମିଲ କରିଥିଲେ। କାଳକ୍ରମେ ସେ ସବୁଦେଶରେ ଏହାର ଆଦର ବଢ଼ିବା ସହ ସେଠାରେ ଆତକୁ ଚାଷ କରାଗଲା। ବିଦେଶରେ ଓଡ଼ିଶାର ଫଳକୁ ପ୍ରସିଦ୍ଧ କରିଥିବାରୁ ଏହାକୁ ସରକାର ଅତିଶୀଘ୍ର ଜିଆଇ ମାନ୍ୟତା ପ୍ରଦାନ କରନ୍ତୁ। ଅନ୍ୟତମ ଅତିଥି ଖ୍ୟାତନାମା କବୟିତ୍ରୀ ଶ୍ରୀମତୀ ସତ୍ୟଭାମା ଖାଡ଼ଙ୍ଗା ଶ୍ରୀଯୁକ୍ତ ମହାନ୍ତିଙ୍କ କଥାକୁ ଆଉ ଟିକେ ଆଗେଇ ନେଇ କହିଲେ, ଆପଣମାନେ ଜାଣନ୍ତି ଆତ ହେଲା ମଞ୍ଜିମୟ। ମଞ୍ଜି ଅର୍ଥାତ୍‌ ବୀଜ। ସ୍ରଷ୍ଟା ସର୍ବପ୍ରଥମେ ବୀଜ ସୃଷ୍ଟି କଲେ। ବୀଜରୁ ବ୍ରହ୍ମାଣ୍ଡର ସୃଷ୍ଟି। ସ୍ରଷ୍ଟା ଯେତେବେଳେ ସ୍ବର୍ଗରୁ କିଛି ବୀଜବହୁଳ ଫଳର ମଞ୍ଜିକୁ ପୃଥିବୀ ପୃଷ୍ଠରେ ବିଞ୍ଚତ୍ବା ଆରମ୍ଭକଲେ ସେତେବେଳେ ଆତ ମଞ୍ଜି ଓଡ଼ିଶାରେ ପଡ଼ିଥିଲା। ତେଣୁ ସୃଷ୍ଟିର ବୟସ ଯେତିକି ଓଡ଼ିଶାରେ ଆତର ଇତିହାସ ସେତିକି। ଏତିକିବେଳେ ଶ୍ରୀଯୁକ୍ତ ଶ୍ରୀବଲ୍ଲଭ ସାର୍‌ କବୟିତ୍ରୀଙ୍କ ବକ୍ତବ୍ୟକୁ ପ୍ରାମାଣିକ ତଥ୍ୟ ଯୋଗେଇବାକୁ ଯାଇ କହିଲେ, ଅନେକ ବର୍ଷ ପୂର୍ବେ ମୋ ଘର ପଛପଟେ ନୂତନ ଗୃହ ନିର୍ମାଣ ପାଇଁ ନିଅଁ ଖୋଳୁଥିବା ବେଳେ ବହୁ ପୁରାତନ ପୋଥି ପାଇଥିଲି। ପରେ ଅନୁସନ୍ଧାନରୁ ଜଣାପଡିଲା ଏହା ସତ୍ୟଯୁଗର ମୁନି ଋଷିମାନଙ୍କ ଦ୍ୱାରା ଲିଖିତ ପୋଥି। ସେଥିରେ ବ୍ରହ୍ମାଙ୍କ ଦ୍ୱାରା ଆତ ମଞ୍ଜି ଧରିତ୍ରୀକୁ ନିକ୍ଷେପ ବିଷୟରେ ଉଲ୍ଲେଖ ଅଛି। ମୋଗଲମାନଙ୍କ ବହୁ ପୂର୍ବରୁ ଏ ପାବନ ଭୂମିରେ ଆତ ବିରାଜମାନ କରୁଥିଲେ। ତେଣୁ ସିତାଫଳକୁ ମୋଗଲମାନେ ଆତ ନାମକରଣ କରିଦେବା କଥା ଠିକ୍‌ ନୁହେଁ। ଗବେଷକ ଡ. ମହନ୍ତ ଏ ବିଷୟରେ ଆଉଥରେ ଗବେଷଣା କରନ୍ତୁ। ଏହା ଉପରେ ମୋର ଏକ ଗବେଷଣା ଗ୍ରନ୍ଥ ଅତିଶୀଘ୍ର ପ୍ରକାଶ ପାଉଛି।

ସଭାଗୃହରେ ବସିଥିବା ସମସ୍ତ ଶ୍ରୋତାଙ୍କ ଭିତରେ ଏକ ଅଦ୍ଭୁତ ଶିହରଣ ଖେଳିଗଲା। ଓଡ଼ିଶାରେ ଏତେ କଥା ଅଛି !!! ସୃଷ୍ଟିର ଆରମ୍ଭ ଆମ ଓଡ଼ିଶାରୁ ହେଇଥିଲା ଅଥଚ ଏତେ ଦିନ ଧରି ବିଦେଶୀ ଶିକ୍ଷା ଆମକୁ ଆଦାମ ଇଭର କାହାଣୀ ଶୁଣେଇ ଭୁଆଁ ବୁଲାଉଥିଲେ ! ଧିକ୍‌ ସେ ଶିକ୍ଷା ବ୍ୟବସ୍ଥାକୁ। ପିଲାଟିଦିନରୁ ଆମେ ଶୁଣିଆସିଛୁ ଯାହା ନାହିଁ ଜଗତେ ତାହା ଅଛି ଭାରତେ, ଯାହା ନାହିଁ ଭାରତେ ତାହା ଅଛି ଉତ୍କଳେ।

ଶ୍ରୋତାଙ୍କ ଭାବାବେଗକୁ ଆକଳନ କରି ସଭାପତି ଅନ୍ୟତମ ବରେଣ୍ୟ ଅତିଥି ପ୍ରସିଦ୍ଧ ରଥଯାତ୍ରା ଉଦ୍‌ଘୋଷକ ପଣ୍ଡିତ ବିଶ୍ୱନାଥ ଶର୍ମାଙ୍କୁ ତାଙ୍କ ବକ୍ତବ୍ୟ ରଖିବାକୁ ଅନୁରୋଧ କଲେ। ପଣ୍ଡିତ ଶର୍ମା ପ୍ରଥମେ ଦେବ ବନ୍ଦନା କରି ବକ୍ତବ୍ୟ ଆରମ୍ଭ କଲେ। ଅ ରେ ଆ’କାର- ଆ ଓ ତ ରେ ଅ’କାର ହେଲା ତଅ। ବୁତ୍ପତ୍ତିଗତ ଅର୍ଥରୁ ଦେଖିଲେ ଆତର ଉତ୍ସ ଆତ୍ମାରୁ। ଆତ୍ମା’ କିଏ ? ଯିଏ ଆତ୍ମା, ସେ ବ୍ରହ୍ମ। ବ୍ରହ୍ମ କିଏ? ବ୍ରହ୍ମ ହେଲେ ଭଗବାନ। ଭଗବାନ ଚାରି ଅକ୍ଷର, ଜଗନ୍ନାଥ ଚାରି ଅକ୍ଷର ଓ ଆତର ଅନ୍ୟନାମ ସିତାଫଳ ବି ଚାରି ଅକ୍ଷର। ଅର୍ଥାତ୍‌ ଆତ ହେଲେ ସ୍ବୟଂ ଜଗନ୍ନାଥ। ଜଗନ୍ନାଥ ଯେତିକି ପୁରୁଣା ଆତ ସେତିକି ପୁରୁଣା। ବଡ଼ଠାକୁରଙ୍କ ରଥ ଉପରେ ସ୍ଥାପିତ କୁମ୍ଭ ହେଲା ଆତ। ସେ ଆତ ଉପରେ ଦୁଇଟି ଶୁଆ ବସିଛନ୍ତି। କିନ୍ତୁ ତାଙ୍କ ପ୍ରିୟ ଫଳକୁ ଖାଉନାହାନ୍ତି। କାଳେ ଥଣ୍ଟ ବାଜି ପ୍ରଭୁଙ୍କ ଫଳ ମାରା ହେବ ତେଣୁ ଶୁଆ ପଛକୁ ମୁହଁ କରି ଜଗିଛନ୍ତି। ଏହା ହିଁ ମହାନ୍‌ ଜଗନ୍ନାଥ ସଂସ୍କୃତି। ଅପୂର୍ବ ଏ କାଳିଆ ସାଆନ୍ତଙ୍କ ଲୀଳା।

ଏହାପରେ ସଭାପତିଙ୍କ ଅନୁରୋଧକ୍ରମେ ନିମନ୍ତ୍ରିତ ଅତିଥି ବିଖ୍ୟାତ କଥା ପ୍ରବଚକ ବାବା କଣ୍ଡୁରି ପାତ୍ର ତାଙ୍କ ବକ୍ତବ୍ୟରେ ପଣ୍ଡିତ କାଶୀନାଥ ପୂଜାପଣ୍ଡାଙ୍କ ରଚିତ ବିଦଗ୍ଧ ଫଳ ପୁସ୍ତକରୁ ଉଦ୍ଧାର କରି କହିଲେ, ତ୍ରେତୟା ଯୁଗରେ ଭଗବାନ ଶ୍ରୀ ରାମଚନ୍ଦ୍ର ଏକଦା ନିଜର ପ୍ରାଣପ୍ରିୟା ପତ୍ନୀ ମାତା ସୀତାଙ୍କୁ ସାଙ୍ଗରେ ନେଇ ସା ଭ୍ରମଣରେ ଯାଉଥିଲେ। ହଠାତ୍‌ ମାତା ଜଣଙ୍କ ବଗିଚାରେ ଫଳିଥିବା ଏକ ଅଦ୍ଭୁତ ଫଳ ଦେଖିଲେ। ପଚାରନ୍ତେ କେହି ବି ସେ ଅଦ୍ଭୁତ ଫଳର ନାମ କହିପାରିଲେ ନାହିଁ। ମାତା ସୀତା ସେ ଫଳ ଭକ୍ଷଣ କରି ଏହାର ମଧୁର ସ୍ବାଦରେ ପ୍ରୀତ ହେଲା ପଶ୍ଚାତ୍‌, ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରେମାଭିମାନ ଛଳରେ କହିଲେ, ସ୍ବାମୀ ଆପଣଙ୍କ ନାମ ଅନୁସାରେ ଅନେକ ମନ୍ଦିର, ସେତୁ, ଗ୍ରାମ, ପିଲାଛୁଆଙ୍କ ନାମକରଣ ହୋଇସାରିଲାଣି। ସର୍ବତ୍ର ଆପଣଙ୍କ ଚର୍ଚ୍ଚା କିନ୍ତୁ ରାମାୟଣ ବାଦ୍‌ ମୋ ଚର୍ଚ୍ଚା ପ୍ରାୟ ଆଉ କୋଉଠି ନାହିଁ। ତେଣୁ ଏ ସୁସ୍ବାଦୁ ଫଳଟିର ନାମ ମୋ ନାମ ଆନୁସାରେ କରନ୍ତେନି। ପତ୍ନୀବତ୍ସଳ ପ୍ରଭୁ ରାମଚନ୍ଦ୍ର କହିଲେ ଆଜିଠୁ ଏ ଫଳର ନାମ ସିତାଫଳ ହେଲା। ଯୁଗେ ଯୁଗେ ପ୍ରଜାମାନଙ୍କ ଭିତରେ ଏ ଫଳ ସିତାଫଳ ଭାବେ ପରିଚିତ ହେବ। ପ୍ରଜାମାନେ ଯେତେବେଳେ ଏ ଫଳ ଦେଖିବେ ଆଦ୍ୟରେ ତୁମ ନାମ ସ୍ମରଣ କରିବେ। ରସଗ୍ରାହୀ ଭକ୍ତବୃନ୍ଦ ଏଥିରୁ ଆମକୁ ଆଉ ଗୋଟେ ଶିକ୍ଷା ମିଳୁଛି – ସେ ମାନବ ହୁଅନ୍ତୁ କି ସ୍ବୟଂ ଭଗବାନ ଯୁଗେ ଯୁଗେ ସ୍ବାମୀମାନେ କେବେବି ପତ୍ନୀଙ୍କ ଅନୁରୋଧକୁ ଅମାନ୍ୟ କରିନାହାନ୍ତି। ସ୍ବାମୀ ହରେକୃଷ୍ଣ ଦାସଙ୍କ ଆତଓଷା ବ୍ରତ କଥା ବହିରେ ଲେଖାଅଛି, ଦ୍ୱାପର ଯୁଗରେ ପ୍ରଭୁ ମାତା ବୃନ୍ଦାବତୀଙ୍କୁ ଆଶୀର୍ବାଦ ଦେଇ କହିଲେ, କଳିଯୁଗରେ ଯେଉଁ ବାନାରୀ କାର୍ତ୍ତିକ ମାସରେ ନିତି ସିତାଫଳ ବୃନ୍ଦାବତୀଙ୍କୁ ଅର୍ପଣ କରି ମାନସିକ କରିବ ସେ ନାରୀ ଶରୀରରେ ବୀଜ ଅଂକୁରୋଦ୍‌ଗମ ନିଶ୍ଚେ କରିବ। ତେଣୁ ଭକ୍ତଗଣ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହି ଚାରିଯୁଗରେ ରସାମୃତ ଆତର ମହିମା ଉଲ୍ଲେଖ ଅଛି। ଏତେବେଳକୁ ସୁଧୀ ଶ୍ରୋତାମଣ୍ଡଳୀଙ୍କ ଓଡ଼ିଆତ୍ୱ ତାତି ପାରଦ ସେପଟେ। ସାରା ସଭାଗୃହ ଜୟ ଓଡ଼ିଶା, ଜୟ ଓଡ଼ିଆ, ଜୟ ଓଡ଼ିଆ ଆତ ଧ୍ୱନିରେ ପ୍ରକମ୍ପିତ ହେଲା। ସେଠାରେ ଉପସ୍ଥିତ ଥିବା କିଛି ସ୍ବାଭିମାନୀ ଓଡ଼ିଆ ସେନାର କର୍ମକର୍ତ୍ତା କହିଲେ, ଆଜିଠୁ ଦୋକାନୀ ଭାଇମାନଙ୍କୁ ଅନୁରୋଧ କରୁଛୁ ଏଣିକି ଆତଫଳକୁ ରାସ୍ତାକଡ଼ରେ ନ ଗଦେଇ ତାକୁ ସୁସଜ୍ଜିତ ଦୋକାନ ଥାକରେ ରଖିବେ। ଖାଉଥିବା ଲୋକ ଏହାର ବୀଜକୁ ଏଣେ ତେଣେ ରାସ୍ତାରେ ନ ପକେଇ ନଦୀରେ ବିସର୍ଜନ କରିବେ। ଏଥିରେ ଖିଲାପ ହେଲେ ସେନା ତରଫରୁ ବିରୋଧ ହେବ। ସରକାର ଯଥାଶୀଘ୍ର ଆମ ଆତକୁ ଜିଆଇ ମାନ୍ୟତା ନ ଦେଲେ ଆଗାମୀ ଦିନରେ ସେନା ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯିବ।

ସଭାର ବହୁ ପ୍ରତୀକ୍ଷିତ ପ୍ରସାଦସେବନ କାର୍ଯ୍ୟକ୍ରମ ପାଇଁ ବିଳମ୍ବ ହେଉଥିବାରୁ ସଭାପତି କବି ଶିରୋମଣିଙ୍କ ପ୍ରସିଦ୍ଧ ଉକ୍ତି- ‘ଉତ୍କଳେ ସେଓ କମଳାର ନାହିଁ ପ୍ରୟୋଜନ, ଏଠାରେ ଅଛନ୍ତି ସ୍ବୟଂ ସୀତାଫଳ’କୁ ସ୍ମରଣ କରି ସଭା ଭଙ୍ଗ ଘୋଷଣା କଲେ। -ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ:୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri