Posted inଫୁରସତ

(ଅ )ମଣିଷ ମର୍ଦ୍ଧିନୀ

ନା’ ଆଉ ଚଳିବନି ସେ ପୁରୁଣାକାଳିଆ ନିଶୁଆ ଜେଜେଙ୍କ ତଡାଧରା ନିଶାପ। ଏବେ ନୂତନପିଢ଼ିଙ୍କ ନୂଆ ଜମାନା l ଏଣିକି ପୁରୁଣା କମିଟି ଭଙ୍ଗାଯାଉ.. ନୂଆକମିଟି ଗଠନହେଉ l ନିଶୁଆଙ୍କ ତଡା ପଛକୁଯାଉ l ଏହା ଆମ ଯୁବ ସଙ୍ଘର ନିଷ୍ପତ୍ତି l ଏ କଥା ସିଧା ସିଧା ମିଟିଙ୍ଗରେ ଶୁଣେଇଦେଲେ ସିରିଆ ବାବୁ l ସ୍ବାଇଁ ସା’ନ୍ତେ ନିଶୁଆ ମୁଖ୍ୟଙ୍କ ମୁହଁକୁ ଚାହିଁ ମତଲୋଡିଲେ l

ନିଶୁଆ ଜେଜେ ମୁଣ୍ଡଟେକି କହିଲେ.. ହ ହଉ l କିଏ ମନାକଲା? ସିରିଆ ବାବୁ କହିଲେ ତେବେ ପୁରୁଣା ମୁରବି ଇସ୍ତଫାଦେଇ ଜମା -ଖର୍ଚ୍ଚର ହିସାବ ବୁଝାନ୍ତୁ l ଗୋଟେ ବିଲୁଆ ହୁକେ ହୋ.. ଭୁକିଲେ ଅନ୍ୟମାନେ ପାଳିଧରି ରଡ଼ିଛାଡିଲାପରି, ଦଶ ପନ୍ଦର ଟୋକା ରାହା ଲମ୍ବେଇଲେ l ସିରିଆ ସାଙ୍ଗ ନରିଆ ଉଠି କହିଲା.. ଆପଣମାନେ ଢ଼େରେଦିନ ରାଜୁତିକଲେ l

ଏବେ ମଡର୍ଣ୍ଣଯୁଗ -ନୂଆ ଜମାନା l ଆମ ଯୁବଗୋଷ୍ଠୀଙ୍କୁ ଆଗକୁ ଛାଡ଼ନ୍ତୁ l ବୃଦ୍ଧଗଣ ବିଶ୍ରାମନିଅନ୍ତୁ l ଆଉ ଏଣିକି ସେ ଆଗର ପୁରୁଣା ଢଙ୍ଗର ପୂଜା ପ୍ରାର୍ଥନା, ଉପାସନା, ଭଜନଗାନ, ଝାଞ୍ଜ ମୃଦଙ୍ଗ ଗିନିପିଟା କୀର୍ତ୍ତନ ଚଳିବନି l ସେଇଥିପାଇଁ ଆମେ ଚାରିମାସ ପୂଜାଆଗରୁ ଜରୁରୀ ମିଟିଙ୍ଗ ବସେଇଲୁ l ଏଣିକି ଆମେ ସବୁ କରିବୁ.. ତମେ ଖାଲି ଦେଖିବ l

ଏଇବେଳେ କିଏ ଗୋଟେ ପାଟିକରି ପଚାରିଦେଲା.. କଣ ସତରେ ବିଶ୍ୱଯୁଦ୍ଧ ହେବ? ନରିଆ କହିଲା.. ହେ ଚୁପ l ପାଟି ନକରି ଯାହା କହୁଛି ଶୁଣ l ସିରିଆ କହିଲା.. ରହିଯା ନରିଆ l ମୁଁ ଚୁମ୍ବକରେ ବୈଜ୍ଞାନିକ ପଦ୍ଧତିରେ ବୁଝେଇନଦେଲେ, ଏମାନେ ବୁଝିବେନି l ଶୁଣନ୍ତୁ ଆଜ୍ଞାମାନେ l

ଆଉକଣ ସେକାଳ ପଖାଳ ଅଛି ? ଏବର ପଖାଳ ଷ୍ଟାରହୋଟେଲ, ଢ଼ାବାରେ ଚଢ଼ାଦାମରେ ବିକ୍ରିହେଲାଣି l ଆଉକିଏ ନଈ ପୋଖରୀ କୂଅପାଣି ପିଉଛି? ବରଂ ବୋତଲପାଣିକି ମିନେରାଲ ୱାଟରକହି କୋଡିଏ ତିରିଶିଦେଇ ପିଇବାକୁ ମନ ହାଇଁପାଇଁ ହଉଛି l ନଈ ପୋଖରୀ ପ୍ରଦୂଷଣଯୁକ୍ତ ନଇଲେ ଶୁଷ୍କ.. ଠିକ ଆପଣଙ୍କପରି l ସ୍ବାଇଁ ସା’ନ୍ତେ ଦାନ୍ତ ନଥିବା ପାକୁଆପାଟିକି କଡ ମଡ଼କରି କଣ କହୁକହୁ ନିଶୁଆ ଜେଜେ ଅଟକେଇଦେଲେ l ସିରିଆ ବାବୁ ବୁଝେଇଲେ.. ଯେମିତି ମିନେରାଲ ୱାଟରରେ ମନବଳିଲାଣି, ଠିକ ସେମିତି ମଡର୍ଣ୍ଣ ପୂଜାପାଇଁ ସମସ୍ତଙ୍କ ଆଗ୍ରହ ବଢ଼ିଲାଣି l ଏବେ ମା ’ଙ୍କ ମୂର୍ତ୍ତି ହେବ ମଡ଼ର୍ଣ୍ଣ, ତା ସାଙ୍ଗକୁ ମେଢ଼ ମଡର୍ଣ୍ଣ, ସାଜ ସଜ୍ଜା, ଡିଜେ ବାଜା ମଡର୍ଣ୍ଣକୁ ପୂଜା, ଭୋଗ, ମନୋରଞ୍ଜନ ସବୁ ମଡର୍ଣ୍ଣ ହେବ। ଯାହାକି ଦିନେ କାଳେ ତମ ଆଖି ଦେଖିନଥିବ l

ସ୍ବାଇଁ ସା’ନ୍ତେ ଆଉ ନିଜକୁ କଣ୍ଟ୍ରୋଲ କରିନପାରି କଳରେ ଜାକିଥିବା କଡାପାନକୁ ପାକୁଆପାଟିରେ ପାକୁଳେଇ ପଚାରିଲେ.. ହଇରେ ସିରିଆ! ଏ ମଡର୍ଣ୍ଣ ମୂର୍ତ୍ତି ମଡ଼ର୍ଣ୍ଣ ଭୋଗ କଣ କିରେ? ନରିଆ ଚିହିଁକିଉଠି କହିଲା.. ହଇହେ ମହାପୁରୁ ! ତେମେ କିଆଁ ଏତେ ବଜବଜ ହଉଛ କିହୋ ? ଚୁପଚାପ ବସୁନା। ପୂଜାହେଲାବେଳେ ଦେଖିବନି? ନଈ ନଦେଖି ଆଗୁଆ ଖୋଲୁଛ କିଆଁ? ସିରିଆ କହିଲା … ଚୁମ୍ବକରେ କହୁଛି ଶୁଣ l ଆଜିକାଲି ସବୁଥିରେ ସମସ୍ତଙ୍କର ରୁଚି ବଦଳିଲାଣି l ଟୋକାଠୁ ବୁଢ଼ାଯାଏ ଘର ପଖାଳ ଛାଡି, ଗାଁ ସେମୁଣ୍ଡରେ ସୁରଟ ଫେରନ୍ତା ଗୋପିଆ ଦୋକାନରେ ଫାଷ୍ଟ ଫୁଡ.. ଚାଉମିନି, ନୁଡୁଲୁ, ମାଗି, ଇପି, ଇଟିଲି, ପାଓଭାଜି ଖାଇ, ଗିଲାସ ନୁହଁ ବୋତଲରେ ଯେମିତି ପାଣିପିଇବାକୁ ଭଲପାଇଲେଣି, ଠିକ ସେମିତି ମା’ ଆଉ ତାଙ୍କ ମହିଷା, ପାର୍ଶ୍ୱ ଦେବଦେବୀଙ୍କର ମନବୋଲି କିଛି ଅଛି କି ନାହିଁ? ତାଙ୍କର ବି ଯୁଗଅନୁଯାୟୀ ରୁଚି କଣ ବଦଳିନାହିଁ? ସେଇ ଓ଼ଲ୍ଡ ମଡେଲ ପୂଜାହେଉଥିବ? ତମ ଝିଅ ବୋହୂ ଯେବେ ଶାଢୀ ଫୋପାଡ଼ି ସାଲୁଆର ପଞ୍ଜାବୀ କି ଟପ ଜିନ୍ସ ପିନ୍ଧି ବୁଲିଲେଣି,.. ଭାଗବତ ଟୁଙ୍ଗିର ପୁରାଣ ଶ୍ରବଣ ଭଜନ କୀର୍ତ୍ତନ ଛାଡି ରଙ୍ଗୀନ ଟିଭିରେ ସିରିଏଲ ସିନେମା ଦେଖିବାକୁ ପସନ୍ଦକଲେଣି , ତେବେ ମା ’କାହିଁକି ମାନ୍ଧାତା ଅମଳିଆ ପୂଜାପାଇ ମନଖରାପ କରିବେ? ଦେଖ, ଏଥର ଆଉସେ ଚୁଡାଘଷା ଚଳିବନି କି ବୁନ୍ଦିପାଇଁ ଧନ୍ଦିହେଇ ଗୁଡ଼ିଆ ଖୋଜିବାକୁ ପଡ଼ିବନି l ଏଣିକି ଡ୍ରାଏ ଫୁଡ, ଡ୍ରାଏ ଫ୍ରୁଟ୍ସରେ ପୂଜାହବ l ବରଂ ପୂଜା ଟିକେ ସର୍ଟକଟରେ ହେଲେ ଚଳିବ, ମାତ୍ର ନାଚ ଗୀତ ଜମାଣିଆହେବ l ଆଉ ସେ ଲାଜୁକୁଳି ଗାଉଁଲି ଓଡ଼ିଆଝିଅ ନୁହଁ l ଏବେ ରାଇଜ ବାହାରୁ ଆଇଟମ ଆଲବମ ଡ୍ୟାନ୍ସଗାର୍ଲ ଆସିବେ l ଭୋଜପୁରିଆ ନାଚ ନାଚି ମଞ୍ଚ କମ୍ପେଇବେ l

ମନୋରଞ୍ଜନ, ଲାଇଟ ସାଉଣ୍ଡ, ଡେକୋରେସନରେ ଉଣାହେଲେ ଚଳିବନି l ହଉ ସେକଥା ଛାଡ l ହିସାବ ଦେଲ l କେତେ ଯାଇଛି… କେତେ ବଳକାଅଛି ? ଜେଜେ ଖାତା ପତର ହିସାବ ସ୍ବାଇଁ ସା’ନ୍ତଙ୍କ ହାତକୁ ବଢେଇଦେଇ ନୀରବରେବସି ଗାମୁଛାରେ ଆଖି ନାକ ପୋଛୁଥିଲେ l ଟୋକାଏ ରଡ଼ିକରି କହିଲେ.. ଏବେଠୁ ସିରିଆ ଭାଇ ଆମ ନୂଆକମିଟିର ସଭାପତି, ଆଉ ନରିଆ ଭାଇ ସେକ୍ରେଟାରୀ ଘୋଷଣା କରାଗଲା l ଆପଣମାନେ ଧ୍ୱନି ମତରେ ସମର୍ଥନ ଦିଅନ୍ତୁ l ସଭାସ୍ଥାନ କମ୍ପମାନ ହୋଇ ଶୁଭିଲା .. ସିରିଆ -ନରିଆ ଜିନ୍ଦାବାଦ l ଜିନ୍ଦାବାଦ ଜିନ୍ଦାବାଦ l ନିଶୁଆ ଜେଜେ ହାତଯୋଡ଼ି କହିଲେ.. ଆଜିଠୁ ମୁଁ ମୋ ମୁରବିପଦରୁ ଇସ୍ତଫାଦେଲି। ଏଣିକି ଆମ ଏରିଆର ସବୁ ଭଲମନ୍ଦ, ପୂଜା ପର୍ବାଣୀ ନୂଆ ମୁରବି ବୁଝିବାକୁ ଦାୟିତ୍ୱ ଦିଆଗଲା l ସ୍ବାଇଁ ସା’ନ୍ତେ ହିସାବ ବୁଝେଇଦେବେ l ଗଲାସନ ଖର୍ଚ୍ଚଯାଇ ହାତରେ ବଳକାଅଛି ସତୁରିହଜାରେ ନ’ ଶହ ନବେଟଙ୍କା l

ଧୁମଧାମରେ ଆଗେଇ ଚାଲିଥାଏ ପୂଜା l ବଳକାଟଙ୍କା ଛାଡି, ବିଭିନ୍ନ ଉପାୟରେ ଚାନ୍ଦା ଆଦାୟ ହୋଇଥାଏ ଦି’ଲକ୍ଷ ଷାଠିଏ ହଜାର l ମା’ପାଟଶାଢୀ ପିନ୍ଧି ଆଉ ଏଥର ମଣ୍ଡପରେ ବିଜେ କରିନାହାନ୍ତି l ଟେଲର ଆସି ମାପନେଇ ତିଆରି କରି ମଡର୍ଣ୍ଣ ଡ୍ରେସ ପିନ୍ଧେଇ ଦେଇଛନ୍ତି l ପୂଜାମଣ୍ଡପରେ ଏକା ନନା ବସି ଘଣ୍ଟି ବଜେଇ ଯାହା ତୁନି ତୁନି ମନ୍ତ୍ର ପଢୁଛନ୍ତି l ବାକିସବୁ ମଞ୍ଚରେ ନାଚ ଗୀତରେ ମସଗୁଲ l ସ୍ବାଇଁ ସା’ନ୍ତେ ଜେଜେଙ୍କୁ ପଚାରୁଛନ୍ତି… ଏ ପିଲାଙ୍କ ଦେହରେ କିଏ ବିଛୁଆତି ବୋଳିଛି ନା ଗରମପାଣି ପକେଇଛି ?
ଏଗୁଡା ଏମିତି ଖୁରାଟେକି ଡେଉଁଛନ୍ତି କାହିଁକି? ତେଣେ ନରିଆ ଗପୁଛି ଏଇଥର ଆମ ପୂଜାଦେଖି ଧାଡ଼ିଆପଡା ମୋଜାର ଲୋକେ ଜଳୁଛନ୍ତି l ତାଙ୍କ ପୁରୁଣାକାଳିଆ ମେଢ଼ କେହି ଦେଖି ନଯାଇ ସମସ୍ତେ ଆମରି ଆଡେ ମୁହାଇଁଛନ୍ତି l

ନବମୀ ରାତିରେ ଛତିଶଗଡରୁ ଆସିଥିବା ମାତାଲିଆ ଝିଅଙ୍କ ନାଚଦେଖି, ନନଭେଜ ଭୋଜିଖାଇ, ଆକଣ୍ଠପିଇ, ଯିଏ ଯୁଆଡେ ଶୋଇ ଯାଇଥିଲେ l ପାହାନ୍ତିଆ ପ୍ରହରରେ ପାଟି ଶୁଭିଲା.. ଗଲା ଗଲା ସବୁ ସରିଗଲା ପଡିଗଲା l ସମସ୍ତେ ଧାଇଁଆସି ଦେଖିଲେ ମଣ୍ଡପ ମଞ୍ଚରେ ନିଆଁଲାଗି ସବୁ ଜଳିଯାଇଛି l ମା’ ବିବସ୍ତ୍ରା ହୋଇ ଯେମିତି ନାଲି ଆଖିକରି କହୁଛନ୍ତି.. ତମେ ପିନ୍ଧେଇଥିବା ନିର୍ଲଜିଆ ବସ୍ତ୍ରଠାରୁ ମୋର ଏଇ ସ୍ବରୂପ ଥରେ ଦେଖିନିଅ l ମହିଷା ମରିବା ଆଗରୁ ଏଇ ରୂପ ତା’ର ମରିବା କାରଣ ଥିଲା l କେତେଦିନ ଆଉ ଆମ ନାଁରେ ପୂଜାର ବାହାନା କରି ନିଆଁସାଙ୍ଗେ ଖେଳିବ?

ତେଣେ ମଞ୍ଚରେ ଥିବା ଲକ୍ଷାଧିକ ଟଙ୍କାର ଲାଇଟ୍‌ ସାଉଣ୍ଡ, ବାଜା, ସାଜସଜା ଧ୍ବଂସ ହୋଇସାରିଥିଲା। ଜେଜେ ଲୁହଭରା ଆଖିରେ ସ୍ବାଇଁ ସା’ନ୍ତେଙ୍କୁ କହୁଥିଲେ.. ହେଇ ଦେଖ.. ମା’ଙ୍କ ତ୍ରିଶୂଳ କେମିତି ମହିଷା ଛାତିରୁ ବାହାରି ଅଗ୍ନି ତ୍ରିଶୂଳର ରୂପନେଇ (ଅ )ମଣିଷଆଡକୁ ମୁହାଁଇଛି l ଆଉ ଏବେ ରକ୍ଷାନାହିଁ.. ବିକାଶ ଯେମିତି ବିନାଶ ଆଡକୁ ଯାଉଛି… ମତେ ଜଳଜଳ ହେଇ ଦୁଶୁଛି… l

-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri