ଅବ୍ୟବସ୍ଥା ଘେରରେ କଟାସିଂ ଉଚ୍ଚ ବିଦ୍ୟାଳୟ: ମଧ୍ୟାହ୍ନଭୋଜନ ପାଇଁ ଦୈନିକ ଚାଲିବାକୁ ପଡୁଛି ୪ କିମି

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ମଧ୍ୟାହ୍ନ ଭୋଜନ ଖାଇବାକୁ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ଏକ ବିଦ୍ୟାଳୟ ପରିସରକୁ ଦୈନିକ ୪ କିମି ରାସ୍ତା ଜଙ୍ଗଲ ଓ ପାହାଡ଼ ଦେଇ ଯିବାକୁ ପଡୁଛି। ଛାତ୍ରୀଛାତ୍ରମାନଙ୍କୁ ଇଏ ଦିନେ କି ୨ ଦିନ ନୁହଁ ରାଜ୍ୟ ସରକାର ଯେବେଠାରୁ ନବମ ଓ ଦଶମ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ବ୍ୟବସ୍ଥା କରିଛନ୍ତି। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦୈନିକ ଗୋଟିଏ କ୍ୟାମ୍ପସରୁ ଅନ୍ୟ କ୍ୟାମ୍ପସକୁ ଯିବାକୁ ପଡୁଥିବା ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ କଟାସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ।
ପ୍ରକାଶ ଯେ, କଟାସିଂ ଠାରେ ସରକାରଙ୍କ ପକ୍ଷରୁ ପ୍ରଥମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ପରବର୍ତ୍ତୀ ସମୟରେ ଏହା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା ପ୍ରଥମରୁ ଅଷ୍ଟମ କଟାସିଂଠାରେ ୫୨ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ସେଠାରୁ ୨ କିମି ଦୂର ପଦ୍ମପଲ୍ଲୀ ଛକରେ ନବମ ଓ ଦଶମର ୪୦ ଛାତ୍ରୀଛାତ୍ର ପଢୁଛନ୍ତି । ତେବେ ନବମ ଓ ଦଶମ ପିଲାଙ୍କୁ ୨ କିମି ଯାଇ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବାକୁ ପଡୁଛି ଓ ପୁଣି ୨ କିମି ଫେରି ବିଦ୍ୟାଳୟ ରେ ପାଠ ପଢିବାକୁ ପଡୁଛି ଯାତାୟାତ ରେ ସମୟ ଯିବାରୁ ସେମାନଙ୍କ ଗୋଟିଏ ପିରିୟଡ଼ ସମୟ ବିତିଯାଉଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ସେହିପରି ଏବେ ବର୍ଷା ଦିନ ହୋଇଥିବାରୁ ବହୁତ ହଇରାଣ ଭୋଗୁଥିବା ଛାତ୍ରୀଛାତ୍ରମାନେ କହିଛନ୍ତି, ସେହିପରି ଏତେ ଦୂର ଯାତାୟାତ ତାଙ୍କୁ ବହୁତ ପରିଶ୍ରମ ହେଉଥିବା ଛାତ୍ରୀଛାତ୍ରମାନେ ପ୍ରତିକ୍ରିୟାରେ କହିଛନ୍ତି।

ସେହିପରି ବିଦ୍ୟାଳୟରେ ନବମ ଓ ଦଶମ ପିଲାଙ୍କୁ ପଢାଇବା ପାଇଁ ସରକାର ୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଖେଳ ଶିକ୍ଷକ ଅନ୍ୟତ୍ର ଡେପୁଟେସନରେ ଯାଇଥିବା ବେଳେ ବିଦ୍ୟାଳୟକୁ ପ୍ରଧାନଶିକ୍ଷକଙ୍କ ସମେତ ମାତ୍ର ୨ ଜଣ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି।

ଏନେଇ ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯିବାକୁ ରୋଷେଇ ଗୃହ ଓ ରୋଷେୟା ଯୋଗାଇଦେବାକୁ ସେ ବିଡ଼ିଓଙ୍କ ଦୃଷ୍ଟିକୁ ନେଇ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଦମନିକ ପ୍ରଧାନ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସହ ବୈଠକ କରି ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବିଦ୍ୟାଳୟ ପରିସର ମଧ୍ୟରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାଙ୍କୁ ବହୁ ଦୂର ଚାଲି ଚାଲି ଯିବାକୁ ପଡୁଛି। ଫଳରେ ଉପସ୍ଥାପନ କମୁଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏନେଇ କହିଛନ୍ତି, ସେମାନେ ଘର ଘର ବୁଲି ଅଭିଭାବକ ମାନଙ୍କୁ କାଉନସେଲିଂ କରୁଛୁ ପିଲାଙ୍କୁ ବିଦ୍ୟାଳୟ ଛାଡ଼ନ୍ତୁ ବୋଲି ନିବେଦନ କରୁଛୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri