Posted inଜାତୀୟ

ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର ରହିଛି ବୋଲି ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି)ର ମୁଖପାତ୍ର ଏମ୍‌.ଓ୍ବାଇ. ତାରିଗାମି ଗଣମାଧ୍ୟମକୁ କହିଛନ୍ତି।

ଏହି ଉପତ୍ୟକାରେ କାଶ୍ମୀରୀ ମୁସଲମାନମାନଙ୍କ ପରି କାଶ୍ମୀରୀ ପଣ୍ଡିତଙ୍କର ମଧ୍ୟ ସମାନ ଅଧିକାର ରହିଛି। ସେ କହିଛନ୍ତି, ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଛି। ଏହାପୂର୍ବରୁ ଆତଙ୍କବାଦୀମାନେ ରିୟାଜଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏଭଳି ଘଟଣାକୁ ଭୟ କରି ନିଜ ଘର ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଭାବେ ଲଢ଼ିବା ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ।

ଏହା ତୁମର ଘର, ଏହା ମୋର ଘର। ଆମେ ଏହି ଦୁଃଖଦ ଘଟଣାକୁ ଏକାଠି ସହୁଛେ। ଏହାର ବିରୋଧରେ ମିଳିତ ଭାବେ ଛିଡ଼ା ହେବାର ସମୟ ଆସିଛି। ଧର୍ମବର୍ଣ୍ଣ ନିର୍ବିଶେଷରେ ମିଳିତ ଭାବେ ଆମେ ଆତଙ୍କବାଦ ବିରୋଧ କରିବା ଜରୁରୀ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ-କଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ଏବଂ ସାଧାରଣ ସମ୍ପାଦକ ଅଶୋକ କୌଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ମଧ୍ୟ ଭେଟିଛନ୍ତି। ଭାଜପା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଦାଖଲ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ ସମ୍ପର୍କିତ କର୍ମଚାରୀଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ପ୍ୟାକେଜ ଅନ୍ତର୍ଗତ କର୍ମଚାରୀଙ୍କ ପଦୋନ୍ନତି ସମ୍ବନ୍ଧୀୟ ଅଭିଯୋଗ ଉପରେ ଦୃଷ୍ଟି ଦେବାକୁ ଭାଜପା ନେତାମାନେ ରାଜ୍ୟପାଳଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri