Posted inଜାତୀୟ

କଶ୍ମୀରୀ ଖବରକାଗଜ ପୃଷ୍ଠାରେ ପହଲଗାମ୍‌ ଆକ୍ରମଣର ପ୍ରତିବାଦ

ପହଲଗାମ୍‌,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଜମ୍ମୁ-କଶ୍ମୀରରୁ ପ୍ରକାଶ ପାଇଥିବା ଖବରକାଗଜଗୁଡ଼ିକରେ ପ୍ରତିବାଦର ସ୍ବର ପ୍ରତିଧ୍ୱନିତ ହୋଇଛି। ଇଂଲିଶ ଓ ଊର୍ଦ୍ଦୁରେ ପ୍ରକାଶିତ ସମସ୍ତ ଖବରକାଗଜର ପ୍ରଥମ ପୃଷ୍ଠାକୁ କଳାରଙ୍ଗରେ ଛପାଯାଇଛି। ଗ୍ରେଟର କଶ୍ମୀର, ରାଇଜିଂ କଶ୍ମୀର, କଶ୍ମୀର ଉଜ୍‌ମା, ଅଫ୍‌ତାବ୍‌ ସମେତ ଅନେକ ଦୈନିକ ନିଜ ପାରମ୍ପରିକ ଡିଜାଇନ୍‌କୁ ତ୍ୟାଗକରି ପ୍ରଥମ ପୃଷ୍ଠାକୁ କଳାରଙ୍ଗର କରିଛନ୍ତି। ଶିରୋନାମାକୁ ଧଳା ଓ ଲାଲ୍‌ ରଙ୍ଗରେ ପ୍ରିଣ୍ଟ କରି ଆକ୍ରମଣର ଜବାବ ଦେଇଛନ୍ତି।

ଆତଙ୍କବାଦୀ ଆକ୍ରମଣର ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦିଆଯାଇଛି। ଜଣେ ଆଇଜି ପାହ୍ୟା ଅଧିକାରୀଙ୍କ ନେତୃତ୍ୱରେ ଏନ୍‌ଆଇଏ ଟିମ୍‌ ବୁଧବାର ଆକ୍ରମଣସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି। ଉକ୍ତ ଟିମ୍‌ ସ୍ଥାନୀୟ ପୋଲିସକୁ ତଦନ୍ତରେ ସହଯୋଗ କରିବ ବୋଲି ଜଣାପଡ଼ିଛି।

୨୬ ଜଣଙ୍କୁ ମଙ୍ଗଳବାର ଗୁଳିକରି ହତ୍ୟା କରିଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍‌ ଓ ଫଟୋ ବୁଧବାର ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଜାରି କରାଯାଇଛି। ଏହି ୩ ପାକିସ୍ତାନୀ ହେଲେ ଆସିଫ୍‌ ଫୌଜି, ସୁଲେମାନ୍‌ ଶାହ ଓ ଅବୁ ତଲ୍‌ହା। ସେମାନଙ୍କ କୋଡ୍‌ ନାମ ହେଉଛି ମୁଷା, ୟୁନୁସ୍‌ ଓ ଆସିଫ୍‌। ପୁଞ୍ଚ୍‌ରେ ମଧ୍ୟ ଅନେକ ଆକ୍ରମଣରେ ଏହି ୩ ଆତଙ୍କବାଦୀ ସମ୍ପୃକ୍ତ ଥିବା କୁହାଯାଉଛି।

ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିବା ଲୋକଙ୍କ ସହାୟତାରେ ଏହି ୩ ଜଣଙ୍କ ସ୍କେଚ୍‌ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ସହଯୋଗୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟ୍ରର୍‌ଏଫ୍‌) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri