Posted inଜାତୀୟ

କଶ୍ମୀରକୁ ‘କାଶ୍ୟପ’ ନାମରେ ନାମିତ କରାଯାଇପାରେ… ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨।୧: ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ‘J&K and Ldakh Through the Ages’ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏଭଳି ବୟାନ ଦେଇଛନ୍ତି। ତେବେ ଶଙ୍କରାଚାର୍ଯ୍ୟ କହିବା, ସିଲ୍କ ରୁଟ୍‌ ଏବଂ ହେମିଶ ମଠରୁ ଏହା ପ୍ରମାଣିତ ହେଉଛି ଯେ କଶ୍ମୀରରେ ହିଁ ଭାରତୀୟ ସଂସ୍କୃତିର ମୂଳଦୁଆ ପକାଯାଇଥିଲା। କଶ୍ମୀରରେ ସୁଫି, ବୌଦ୍ଧ ଆଦି ମଠଗୁଡ଼ିକ ଭଲ ଭାବେ ବିକଶିତ ହୋଇଥିଲା।

ଶାହା କହିଛନ୍ତି, କଶ୍ମୀରୀ, ଡୋଗ୍‌ରୀ, ବାଲ୍ଟି ଏବଂ ଝାନ୍‌ସ୍କରୀ ଭାଷାକୁ ସରକାର ଅନୁମୋଦନ କରିଛନ୍ତି। ଏଥିଲାଗି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। ପିଏମ୍‌ଙ୍କ ଜିଦ୍‌ ଥିଲା ଯେ UT ଗଠନ ପରେ କଶ୍ମୀରର ଛୋଟ ସ୍ଥାନୀୟ ଭାଷା ମଧ୍ୟ ଜୀବନ୍ତ ରଖିବା ଉଚିତ। ଏହା ଦର୍ଶାଏ ଯେ କଶ୍ମୀର ପ୍ରତି ପ୍ରଧାନମନ୍ତ୍ରୀ କେତେ ଚିନ୍ତା କରନ୍ତି।

ଧାରା ୩୭୦ ଏବଂ ୩୫ଏ ଦେଶକୁ ଏକଜୁଟ୍‌ କରିବା ଲାଗି ବ୍ୟବସ୍ଥା ଅଟେ। ଏହି ଧାରାଗୁଡ଼ିକ ଲାଗି ସମ୍ବିଧାନ ସଭାରେ କୌଣସି ସଂଖ୍ୟାଗରିଷ୍ଠତା ନ ଥିଲା। ସେଥିଲାଗି ସେହି ସମୟରେ ଏହାକୁ ଅସ୍ଥାୟୀ କରାଯାଇଥିଲା, କିନ୍ତୁ ସ୍ବାଧୀନତା ପରେ ମୋଦି ସରକାର ଏହି ଅବହେଳିତ ଅଧ୍ୟାୟକୁ ହଟାଇ ବିକାଶର ରାସ୍ତା ଖୋଲିଛନ୍ତି। ଧାରା ୩୭୦ କଶ୍ମୀର ଯୁବକମାନଙ୍କ ମଧ୍ୟରେ ବିଚ୍ଛିନ୍ନତାର ମଞ୍ଜି ବୁଣିଛି। ଧାରା ୩୭୦ ଭାରତ ଏବଂ କଶ୍ମୀର ମଧ୍ୟରେ ଥିବା ବନ୍ଧନକୁ ଭାଙ୍ଗି ଦେଇଥିଲା, ଫଳରେ ଘାଟିରେ ଆତଙ୍କବାଦ ବୃଦ୍ଧି ପାଇଥିଲା। ଏବେ ଏହା ହଟାଯିବା ପରେ ଆତଙ୍କ ହ୍ରାସ ପାଇଛି।

ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ। ଆମ ଦେଶକୁ ଭାଙ୍ଗୁଥିବା ତଥ୍ୟକୁ ବୁଝିବାକୁ ହେବ। କାରଣ ଏହାକୁ ବିକୃତ କରାଯାଇଛି। ଏହି ପୁସ୍ତକରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାରତର କୋଣଅନୁକୋଣରେ ସଂସ୍କୃତିର ଅଂଶ ବିଛାଡ଼ି ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଅନେକ କିଛିକଶ୍ମୀରରୁ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri