Posted inଜାତୀୟ

କଶ୍ମୀରକୁ ‘କାଶ୍ୟପ’ ନାମରେ ନାମିତ କରାଯାଇପାରେ… ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨।୧: ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ‘J&K and Ldakh Through the Ages’ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏଭଳି ବୟାନ ଦେଇଛନ୍ତି। ତେବେ ଶଙ୍କରାଚାର୍ଯ୍ୟ କହିବା, ସିଲ୍କ ରୁଟ୍‌ ଏବଂ ହେମିଶ ମଠରୁ ଏହା ପ୍ରମାଣିତ ହେଉଛି ଯେ କଶ୍ମୀରରେ ହିଁ ଭାରତୀୟ ସଂସ୍କୃତିର ମୂଳଦୁଆ ପକାଯାଇଥିଲା। କଶ୍ମୀରରେ ସୁଫି, ବୌଦ୍ଧ ଆଦି ମଠଗୁଡ଼ିକ ଭଲ ଭାବେ ବିକଶିତ ହୋଇଥିଲା।

ଶାହା କହିଛନ୍ତି, କଶ୍ମୀରୀ, ଡୋଗ୍‌ରୀ, ବାଲ୍ଟି ଏବଂ ଝାନ୍‌ସ୍କରୀ ଭାଷାକୁ ସରକାର ଅନୁମୋଦନ କରିଛନ୍ତି। ଏଥିଲାଗି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। ପିଏମ୍‌ଙ୍କ ଜିଦ୍‌ ଥିଲା ଯେ UT ଗଠନ ପରେ କଶ୍ମୀରର ଛୋଟ ସ୍ଥାନୀୟ ଭାଷା ମଧ୍ୟ ଜୀବନ୍ତ ରଖିବା ଉଚିତ। ଏହା ଦର୍ଶାଏ ଯେ କଶ୍ମୀର ପ୍ରତି ପ୍ରଧାନମନ୍ତ୍ରୀ କେତେ ଚିନ୍ତା କରନ୍ତି।

ଧାରା ୩୭୦ ଏବଂ ୩୫ଏ ଦେଶକୁ ଏକଜୁଟ୍‌ କରିବା ଲାଗି ବ୍ୟବସ୍ଥା ଅଟେ। ଏହି ଧାରାଗୁଡ଼ିକ ଲାଗି ସମ୍ବିଧାନ ସଭାରେ କୌଣସି ସଂଖ୍ୟାଗରିଷ୍ଠତା ନ ଥିଲା। ସେଥିଲାଗି ସେହି ସମୟରେ ଏହାକୁ ଅସ୍ଥାୟୀ କରାଯାଇଥିଲା, କିନ୍ତୁ ସ୍ବାଧୀନତା ପରେ ମୋଦି ସରକାର ଏହି ଅବହେଳିତ ଅଧ୍ୟାୟକୁ ହଟାଇ ବିକାଶର ରାସ୍ତା ଖୋଲିଛନ୍ତି। ଧାରା ୩୭୦ କଶ୍ମୀର ଯୁବକମାନଙ୍କ ମଧ୍ୟରେ ବିଚ୍ଛିନ୍ନତାର ମଞ୍ଜି ବୁଣିଛି। ଧାରା ୩୭୦ ଭାରତ ଏବଂ କଶ୍ମୀର ମଧ୍ୟରେ ଥିବା ବନ୍ଧନକୁ ଭାଙ୍ଗି ଦେଇଥିଲା, ଫଳରେ ଘାଟିରେ ଆତଙ୍କବାଦ ବୃଦ୍ଧି ପାଇଥିଲା। ଏବେ ଏହା ହଟାଯିବା ପରେ ଆତଙ୍କ ହ୍ରାସ ପାଇଛି।

ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ। ଆମ ଦେଶକୁ ଭାଙ୍ଗୁଥିବା ତଥ୍ୟକୁ ବୁଝିବାକୁ ହେବ। କାରଣ ଏହାକୁ ବିକୃତ କରାଯାଇଛି। ଏହି ପୁସ୍ତକରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାରତର କୋଣଅନୁକୋଣରେ ସଂସ୍କୃତିର ଅଂଶ ବିଛାଡ଼ି ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଅନେକ କିଛିକଶ୍ମୀରରୁ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri