ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କୁନି ଝିଅ କଶିସ୍ ଅଗ୍ରଓ୍ବାଲ ମାତ୍ର ୨ବର୍ଷ ୯ମାସ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଭବାନୀପାଟଣା ନନ୍ଦ କଲୋନୀର ଆଶା ଅଗ୍ରଓ୍ବାଲ ଓ କମଲ ବଂଶଲଙ୍କ ଝିଅ କଶିସ୍ଙ୍କ ବୟସ ମାତ୍ର ଦୁଇ ବର୍ଷ ନଅ ମାସ। ଏହି ଶିଶୁ କଥା କହିବା ତ ଦୂରର କଥା ଭଲ କରି ଚାଲି ନ ଜାଣିବା ବୟସରେ ବି ସେ ଇଂରାଜୀରେ ୭ଟି ଜାତୀୟ ପ୍ରତୀକ, ୮ଟି ପଶୁ ଛୁଆ ଏବଂ ସପ୍ତାହର ଦିନଗୁଡ଼ିକୁ ମନେ ପକାଇବା, ଗାୟତ୍ରୀ ମନ୍ତ୍ର ପାଠ କରିବା, ୨ଟି ଗୀତ ଗାଇବା, ଭଗବାନ ହନୁମାନଙ୍କ ଉପରେ ୭ଟି ପ୍ରଶ୍ନର ଉତ୍ତର ଦେବା ଇତ୍ୟାଦି କାର୍ଯ୍ୟକଳାପରେ ସେ ନିଜର ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପ୍ରତିଭା ସମ୍ପନ୍ନ କୁନି ଝିଅ ଭାବରେ ସ୍ଥାନ ପାଇଛନ୍ତି। ଏଭଳି ପ୍ରତିଭା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହାସହ କୁନି ଝିଅର ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।

