କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର ଶକ୍ତିଶାଳୀ ପଦ ପାଇଁ ମନୋନୀତ କରିଛନ୍ତି। ଏହା ସହ ଆଗାମୀ ଟ୍ରମ୍ପ ପ୍ରଶାସନରେ କାଶ ପଟେଲ ସର୍ବୋଚ୍ଚ ଭାରତୀୟ ଆମେରିକୀୟ ହୋଇପାରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ କାଶ ପଟେଲଙ୍କ ନିଯୁକ୍ତି ଘୋଷଣା କରିଛନ୍ତି।
ଶନିବାର ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏକ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ଘୋଷଣା କରି ଗର୍ବିତ ଯେ କାଶ୍ୟପ ‘କାଶ’ ପଟେଲ ଫେଡେରାଲ ବ୍ୟୁରୋର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। କାଶ ଜଣେ ଉଜ୍ଜ୍ୱଳ ଆଇନଜୀବୀ, ଅନୁସନ୍ଧାନକାରୀ ଏବଂ ‘ଆମେରିକା ପ୍ରଥମ’ ଫାଇଟର ଯିଏ ଦୁର୍ନୀତିକୁ ଉନ୍ମୋଚନ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ନିଜର କ୍ୟାରିୟର ଅତିବାହିତ କରିଛନ୍ତି।

ପ୍ରବାସୀ ଭାରତୀୟ ପଟେଲ ଜଣେ ପୂର୍ବତନ ରିପବ୍ଲିକାନ କର୍ମଚାରୀ ଯିଏକି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ବରିଷ୍ଠ ପ୍ରତିରକ୍ଷା ଏବଂ ଗୁପ୍ତଚର ପଦବୀରେ ଅବସ୍ଥାପିତ ହୋଇଥିଲେ। ଗତ ବର୍ଷ ସେ ଟ୍ରମ୍ପ ବିରୋଧୀ ରାଜନେତା ଏବଂ ସାମ୍ବାଦିକଙ୍କ ବିରୋଧରେ ଏକ ଫ୍ରଣ୍ଟ ଖୋଲିବେ ବୋଲି ପ୍ରତିଶୃତି ଦେଇଥିଲେ। ଆମେରିକାର ପୂର୍ବତନ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଚାଲର୍‌ସ କପ୍ପରମ୍ୟାନ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ଟ୍ରମ୍ପଙ୍କ ପ୍ରତି ପଟେଲ କେତେ ବିଶ୍ୱସ୍ତ ଅଟନ୍ତି। ସେ କହିଛନ୍ତି ଯେ ୨୦୧୮ରେ ଯେତେବେଳେ ଟ୍ରମ୍ପ ଜନତାଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ, ସେତେବେଳେ ସେ ଓଭାଲ ଅଫିସରେ ବରିଷ୍ଠ ଉପଦେଷ୍ଟାମାନଙ୍କର ଏକ ବୈଠକ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Appleର ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri