Posted inଖେଳ

IPL ନିଲାମ: ଧୋନୀଙ୍କ ସ୍ଥାନ ନେବେ ଏହି ୧୯ ବର୍ଷୀୟ ଖେଳାଳି, ୧୪.୨୦ କୋଟିରେ କିଣିଲା ଚେନ୍ନାଇ

ନୂଆଦିଲ୍ଲୀ,୧୬।୧୨: ଚେନ୍ନାଇ ସୁପର କିଙ୍ଗସ୍ (CSK) ୨୦୨୬ IPL ନିଲାମରେ ଭବିଷ୍ୟତ ଉପରେ ନଜର ରଖି ଲଗାତାର ଦୁଇ ଜଣ ଅନ୍‌କ୍ୟାପ୍ଡ୍ ଖେଳାଳିଙ୍କ ଉପରେ ବଡ଼ ବାଜି ଲଗାଇଛି। ଯୁବ କ୍ରିକେଟର କାର୍ତ୍ତିକ ଶର୍ମାଙ୍କୁ CSK ବିଶାଳ ଅର୍ଥ ୧୪.୨୦ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଛି, ଯାହାକି ପୂର୍ବରୁ କିଣା ଯାଇଥିବା ଅନ୍ୟ ଅନ୍‌କ୍ୟାପ୍ଡ୍ ଖେଳାଳି ପ୍ରଶାନ୍ତ ବୀରଙ୍କ ମୂଲ୍ୟ ସହ ସମାନ।

କାର୍ତ୍ତିକ ଶର୍ମାଙ୍କ ପାଇଁ ନିଲାମୀ ଆରମ୍ଭରୁ ହିଁ ହାଇ ଡିମାଣ୍ଡ ରହିଥିଲା। CSK ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେତୁ ମୂଲ୍ୟ ଶୀଘ୍ର ୧୨ କୋଟି ଟଙ୍କା ଟପି ଯାଇଥିଲା।

ଏହା ପରେ ମନେ ହେଉଥିଲା ଯେ କାର୍ତ୍ତିକ ୧୩ କୋଟିରେ CSKକୁ ଯିବେ, କିନ୍ତୁ ହଠାତ୍ ସନରାଇଜର୍ସ ହାଇଦ୍ରାବାଦ (SRH) ନିଲାମ ପ୍ରକ୍ରିୟାରେ ପ୍ରବେଶ କରିଥିଲା।

ଶେଷରେ, CSK SRHକୁ ଅଟକାଇ କାର୍ତ୍ତିକ ଶର୍ମାଙ୍କୁ ୧୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହେଲା। SRHର ମାଲିକ କାବ୍ୟା ମାରାନ୍ ମୁଣ୍ଡ ହଲାଇ ନିଲାମରୁ ଓହରି ଯାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହି ନିଲାମରେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ଉତ୍ତର ପ୍ରଦେଶର ଅନ୍‌କ୍ୟାପ୍ଡ୍ ଅଲରାଉଣ୍ଡର ପ୍ରଶାନ୍ତ ବୀରଙ୍କୁ ମଧ୍ୟ ୧୪.୨୦ କୋଟି ଟଙ୍କାରେ କିଣିଥିଲା। ଏହିପରି ଭାବରେ, କାର୍ତ୍ତିକ ଶର୍ମାଙ୍କ ମୂଲ୍ୟ ପ୍ରଶାନ୍ତ ବୀରଙ୍କ ମୂଲ୍ୟ ସହ ସମାନ ହୋଇଛି ଏବଂ CSK ଦୁଇ ଜଣ ଯୁବ ଅନ୍‌କ୍ୟାପ୍ଡ୍ ଖେଳାଳିଙ୍କୁ ନେଇ ବଡ଼ ପୁଞ୍ଜି ବିନିଯୋଗ କରିଛି। ପ୍ରଶାନ୍ତ ବୀରଙ୍କୁ ଭବିଷ୍ୟତ ପାଇଁ ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଭାବରେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri