ପାନ ମସଲା ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍‌। ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଦମ୍‌ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି। ବର୍ତ୍ତମାନ ରିଲ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ଏହି ହ୍ୟାଣ୍ଡସମ ହଙ୍କ। ସେ ୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ମନା କରିଦେଇଛନ୍ତି। ତେବେ କାର୍ତ୍ତିକ ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ପାନ ମସଲା ବିଜ୍ଞାପନ କରୁଥିବା ଅଭିନେତାଙ୍କୁ ଫ୍ୟାନ୍ସ ସମାଲୋଚନା କରିଛନ୍ତି । ସୋସିଆଲ ମିଡ଼ିଆରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି । ଏହି ସମସ୍ତ ଦିଗକୁ ନଜରରେ ରଖି କାର୍ତ୍ତିକ ଆର୍ଯ୍ୟନ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ନିକଟରେ କାର୍ତ୍ତିକଙ୍କ ଫିଲ୍ମ ‘ ଭୁଲ୍‌ ଭୁଲେୟା-୨’ରେ ଅଭିନୟ କରି ଦର୍ଶକଙ୍କଠୁ ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ପାନ ମସଲା ବିଜ୍ଞାପନକୁ ମନା କରି ପୁଣି ଥରେ
ପ୍ରଶଂସା ସାଉଁଟିଛନ୍ତି କାର୍ତ୍ତିକ।

Share