ଅନ୍ତେବାସୀଙ୍କୁ କରୋନା ଭୟ

ଭଦ୍ରକ ଅଫିସ,୧୫।୫-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍‌ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। ଜିଲାରେ ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ଅପରାଧୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଚିନ୍ତାର ବିଷୟ ପାଲଟିଛି। ଫଳରେ ଏହି ଜେଲ ଅନ୍ତେବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଜେଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜେଲ ମଧ୍ୟରେ କରୋନାର ମୁକାବିଲା ପାଇଁ କେବଳ କିଛିଟା ପରିବର୍ତ୍ତନ କରାଯାଇଛି। କଏଦୀମାନଙ୍କୁ ଭେଟିବାକୁ ଆସୁଥିବା ସମ୍ପର୍କୀୟମାନଙ୍କୁ ସିଧାସଳଖ ସାକ୍ଷାତ ପାଇଁ ସୁଯୋଗ ଦିଆଯାଉ ନାହିଁ। ଜେଲ୍‌ ଭିତରୁ ସ୍ବତନ୍ତ୍ର କ୍ୟାମେରା ଓ ମନିଟର୍‌ ବ୍ୟବସ୍ଥା କରାଯାଇ ସମ୍ପର୍କୀୟମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କଥା ହେଉଛନ୍ତି।
୧୯୫୫ରୁ ସ୍ଥାପିତ ଏହି ସବ୍‌ଜେଲରେ ମାତ୍ର ୧୬୬ଜଣ କଏଦୀ ରହିବା ନିମନ୍ତେ ୯ଟି ରୁମ୍‌ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ସୁଦ୍ଧା ଜେଲରେ ମହିଳା ଓ ପୁରୁଷ କଏଦୀଙ୍କୁ ମିଶାଇ ମୋଟ ୪୩୧ ଜଣ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୩୯୭ ପୁରୁଷ, ୩୦ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ଯାହାକି କ୍ଷମତାଠାରୁ ଅଧିକ ହୋଇଥିବାରୁ ସରକାରୀ ସ୍ତରରେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ଏଠି ବାଟବଣା। ନୂଆ ଜେଲ ନିର୍ମାଣ କରାଯିବା ଲାଗି ସ୍ଥିର ହୋଇଥିଲେ ହେଁ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏହା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ଜେଲରେ ଅଧିକ ସଂଖ୍ୟକ କଏଦୀ ଓ କରୋନା ମୁକାବିଲା ସମ୍ପର୍କରେ ସବ୍‌ଜେଲ ଅଧୀକ୍ଷକ ଋଷିନାଥ ନାୟକଙ୍କୁ ପଚାରିବାରୁ କହିଛନ୍ତି, କଏଦୀମାନଙ୍କ ସଂଖ୍ୟା କମାଇବା ପାଇଁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବାକୁ ପ୍ରସ୍ତାବ ପଠାଯାଇଛି। ୧୬ ଜଣଙ୍କୁ ସାମୟିକ ଛୁଟିରେ ପଠାଇବା ଲାଗି ଉପରିସ୍ଥ ଅଧିକାରୀଙ୍କୁ ଆବେଦନ କରାଯାଇଛି। ଏହାବ୍ୟତୀତ ଜେଲ ଭିତରେ ମାସ୍କ ଓ ସାନିଟାଇଜକୁ ଗୁରୁତ୍ୱ ଦିଆଯିବା ସହ ଜେଲ ପରିସରକୁ ଦୈନିକ ସଫାସୁତୁରା କରାଯାଉଛି। କଏଦୀମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri