Posted inଜାତୀୟ

ଭବିଷ୍ୟବାଣୀ: ଫଡନବିଶ ମୁଖ୍ୟମନ୍ତ୍ରୀ, ସିନ୍ଧେ ଉପମୁଖ୍ୟମନ୍ତ୍ରୀ, ହେଲେ ଏବେ ନୁହେଁ

ମୁ୍‌ମ୍ବାଇ,୨୮ ।୭: ଭିଲୱାଡାର କାରୋଇ ଗାଁକୁ ଜ୍ୟୋତିଷ ନଗରୀ ବୋଲି କୁହାଯାଏ । ଯେଉଁ ବୟସରେ ଦେଶର ଶିଶୁ କଥା କହିବା ଓ ଏବିସିଡି ଶିଖିଥାଆନ୍ତି, ସେହି ବୟସରେ କାରୋଇର ପିଲାମାନେ ଲୋକଙ୍କ ଭବିଷ୍ୟତ ଗଣନାର ପାଠ ପଢିଥାଆନ୍ତି । ସେଠାକାର ଲୋକମାନେ କୁହନ୍ତି, ଏହି ଗାଁର ଜ୍ୟୋତିଷମାନେ କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ସତ ପ୍ରମାଣିତ ହୋଇଛି । ଏବେ କାରୋଇର ଜ୍ୟୋତିଷ ଯୋଗେଶ ଶରଣ ଶାସ୍ତ୍ରୀ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଙ୍କଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କୁ ନେଇ ଲାଗି ରହିଥିବା ସଙ୍କଟ ମଧ୍ୟରେ ରାଜସ୍ଥାନ କରୋଇର ଜ୍ୟୋତିଷ ପଣ୍ଡିତ ଯୋଗେଶ ଶରଣ ଶାସ୍ତ୍ରୀ ଭୃଗୁ ସଂହିତାର ଅଙ୍କ ଗଣିତୀୟ ଗଣନା କରିଛନ୍ତି । ସେହି ଆଧାରରେ ସେ କହିଛନ୍ତି, ଉଦ୍ଧବ ସରକାର କମ ଭୋଟ ଆସିବା ଫଳରେ ସରକାର ଭାଙ୍ଗିବା ସୁନିଶ୍ଚିତ । ଆଉ ନୂଆ ସରକାର ଭାରତୀୟ ଜନତା ପାର୍ଟି(ଭଜେପା) ମେଣ୍ଟ ଗଠନ କରିବ ବୋଲି ସେ କହିଛନ୍ତି ।
ପଣ୍ଡିତ ଯୋଗେଶ ଶରଣ ଶର୍ମାଙ୍କ କହିବା କଥା ୨୮ ଏପ୍ରିଲ ୨୦୨୨ରେ ମକର ରାଶିରୁ ଶନି କୁମ୍ଭ ରାଶିରେ ପ୍ରବଶ କରିଛନ୍ତି । ଦେଢ ମାସ ପରେ ଶନି ଗ୍ରହ ବକ୍ର ହେବା ଯୋଗୁ ସରକାରରେ ସଙ୍କଟ ଦେଖାଯାଇଛି । ଏଥିରେ ଉଦ୍ଧବ ସରକାରରେ ପରିବର୍ତ୍ତନ ହେବା ଶତ ପ୍ରତିଶତ ଯୋଗ ରହିଛି । ମହାରାଷ୍ଟ୍ରରେ ଭାଜପା ସହ ମେଣ୍ଟ ସରକାର ଗଠନ ହେବା ସହ ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହେବାର ଯୋଗ ରହିଛି । ଏହାସହ ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ହେବାର ଯୋଗ ବି ରହିଛି । ହେଲେ ଏଥିପାଇଁ ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷା ରଖିବାକୁ ପଡିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri