Posted inଜାତୀୟ

ସିବିଆଇକୁ କବାଟ କିଳିଦେଲା କର୍ନାଟକ

ବେଙ୍ଗାଲୁରୁ,୨୭ା୯:ମହୀଶୂର ଅର୍ବାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ମୁଦା) ଜମି ଆବଣ୍ଟନ ବିବାଦ ମୁଣ୍ଡ କେଟିଥିବାବେଳେ ଗୁରୁବାର କର୍ନାଟକର କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଠାରୁ ଜେନେରାଲ କନ୍‌ସେଣ୍ଟ ବା ସାଧାରଣ ସହମତି ପ୍ରତ୍ୟାହାର କରିଛନ୍ତି। ସିବିଆଇ ଉପରେ ଏହି ପ୍ରବେଶ କଟକଣା ଜାରି ହେବା ପରେ ଏଣିକି ତଦନ୍ତକାରୀ ସଂସ୍ଥାକୁ କର୍ନାଟକ ଯିବାକୁ ହେଲେ ପ୍ରତି ମାମଲା ଲାଗି ସିଦ୍ଦାରାମାୟା ସରକାରଙ୍କ ଅନୁମତି ନେବାକୁ ପଡ଼ିବ।
ବିରୋଧୀ ଭାଜପା ମୁଦା ଜମି ଆବଣ୍ଟନ ମାମଲାର ସିବିଆଇ ତଦନ୍ତ ଦାବି କରିଥିବାବେଳେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଅଧ୍ୟକ୍ଷତାରେ ବେଙ୍ଗାଲୁରୁରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ସିବିଆଇଠାରୁ ଜେନେରାଲ କନ୍‌ସେଣ୍ଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରି ବିରୋଧୀଙ୍କ ପଛରେ ଲଗାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ବୈଠକ ପରେ ରାଜ୍ୟର ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍‌.କେ. ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଟିଲ କହିଛନ୍ତି, କେନ୍ଦ୍ର ହେଉ କି ସିବିଆଇ ନିଜ କ୍ଷମତାର ବିବେକାନୁମୋଦିତ ଉପଯୋଗ କରୁନାହାନ୍ତି। ତେବେ ସିଦ୍ଦାରାମାୟାଙ୍କ ସ୍ତ୍ରୀଙ୍କ ନାମରେ ୧୪ଟି ସ୍ଥାନ ଆବଣ୍ଟନ ସମ୍ପର୍କିତ ଅଭିଯୋଗ ସହ ଏହି ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ, ୧୯୪୬ର ଧାରା ୬ ଅନୁସାରେ ସିବିଆଇକୁ ତଦନ୍ତ ପାଇଁ କୌଣସି ରାଜ୍ୟକୁ ଯିବାକୁ ହେଲେ ଜେନେରାଲ କନ୍‌ସେଣ୍ଟ ନ ଥିଲେ ସମ୍ପୃକ୍ତ ରାଜ୍ୟର ସରକାରଙ୍କ ପୂର୍ବ ଅନୁମତି ନେବାକୁ ପଡ଼ିଥାଏ। ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ଭଳି ଜେନେରାଲ କନ୍‌ସେଣ୍ଟ ପ୍ରତ୍ୟାହାରକାରୀ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକର ତାଲିକାରେ କର୍ନାଟକ ଏବେ ସାମିଲ ହୋଇଛି। ଏକ ସ୍ବତନ୍ତ୍ର କୋର୍ଟ ସିଦ୍ଦାରାମାୟାଙ୍କ ବିରୋଧରେ ମୁଦା ମାମଲାର ତଦନ୍ତ ଲୋକାୟୁକ୍ତ ପୋଲିସକୁ ଦେବାର ଦିନକ ପରେ କର୍ନାଟକ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଭାଜପା ସିଦ୍ଦାରାମାୟାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜାରି ରଖିଥିବାବେଳେ ସେ ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ କହି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri