Posted inଜାତୀୟ

ସ୍ତ୍ରୀ ପ୍ରତିଦିନ ପିଟୁଛନ୍ତି, ପିଏମଓରେ ଅଭିଯୋଗ କଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୧: କର୍ନାଟକର ଜଣେ ବ୍ୟକ୍ତି  ସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ପିଏମଓରୁ ସାହାଯ୍ୟ ଏବଂ ସୁରକ୍ଷା ଲୋଡି କହିଛନ୍ତି, ସ୍ତ୍ରୀ ତାଙ୍କୁ ପ୍ରତିଦିନ ମାଡ ମାରୁଛନ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କଠାରୁ ହତ୍ୟା ଧମକ ମିଳୁଛି।
ବେଙ୍ଗାଲୁରୁର ବାସିନ୍ଦା ଯଦୁନନ୍ଦନ ଆଚାର୍ଯ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପିଏମଓକୁ ତାଙ୍କ ଅଭିଯୋଗ ପଠାଇଛନ୍ତି। ସେ ଅକ୍ଟୋବର ୨୯ରେ ନିଜ ଟୁଇଟ୍‌ରେ ବେଙ୍ଗାଲୁରୁ ନଗର ପୋଲିସ କମିଶନର ପ୍ରତାପ ରେଡ୍ଡୀ ଏବଂ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦୁନନ୍ଦନ ତାଙ୍କ ଆହତ ହାତର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।
ସେ ଟୁଇଟ୍‌ରେ ଲେଖିଛନ୍ତି, କେହି ମୋତେ ସାହାଯ୍ୟ କରିବେ କି? ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କେହି ମୋତେ ସାହାଯ୍ୟ କରିଥିଲେ? ନା, କାରଣ ମୁଁ ଜଣେ ପୁରୁଷ। ମୋ ସ୍ତ୍ରୀ ମୋତେ ଛୁରୀରେ ଆକ୍ରମଣ କରିଥିଲେ। ଏହା କ’ଣ ନାରୀ ଶକ୍ତି, ଯାହା ତୁମେ କହୁଛ। ମୁଁ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିପାରିବି? ନା। ସେ ଏହା ମଧ୍ୟ କହିଛନ୍ତି ଯେ ଛୁରୀରେ ସ୍ତ୍ରୀ ଆକ୍ରମଣ କରିବା ପରେ ତାଙ୍କ ହାତରେ ଆଘାତ ଲାଗିଛି।
ତାଙ୍କ ଟୁଇଟର ଜବାବରେ ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ ତାଙ୍କୁ ପୋଲିସ ଷ୍ଟେଶନକୁ ଆସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି। ସୋସିଆଲ ମିଡିଆରେ ଯଦୁନନ୍ଦନ ଆଚାର୍ଯ୍ୟଙ୍କୁ ବହୁତ ସମର୍ଥନ ମିଳିଛି।

https://twitter.com/yaadac/status/1586333846244507648


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri