Posted inଜାତୀୟ

ସ୍ତ୍ରୀ ପ୍ରତିଦିନ ପିଟୁଛନ୍ତି, ପିଏମଓରେ ଅଭିଯୋଗ କଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୧: କର୍ନାଟକର ଜଣେ ବ୍ୟକ୍ତି  ସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ପିଏମଓରୁ ସାହାଯ୍ୟ ଏବଂ ସୁରକ୍ଷା ଲୋଡି କହିଛନ୍ତି, ସ୍ତ୍ରୀ ତାଙ୍କୁ ପ୍ରତିଦିନ ମାଡ ମାରୁଛନ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କଠାରୁ ହତ୍ୟା ଧମକ ମିଳୁଛି।
ବେଙ୍ଗାଲୁରୁର ବାସିନ୍ଦା ଯଦୁନନ୍ଦନ ଆଚାର୍ଯ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପିଏମଓକୁ ତାଙ୍କ ଅଭିଯୋଗ ପଠାଇଛନ୍ତି। ସେ ଅକ୍ଟୋବର ୨୯ରେ ନିଜ ଟୁଇଟ୍‌ରେ ବେଙ୍ଗାଲୁରୁ ନଗର ପୋଲିସ କମିଶନର ପ୍ରତାପ ରେଡ୍ଡୀ ଏବଂ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦୁନନ୍ଦନ ତାଙ୍କ ଆହତ ହାତର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।
ସେ ଟୁଇଟ୍‌ରେ ଲେଖିଛନ୍ତି, କେହି ମୋତେ ସାହାଯ୍ୟ କରିବେ କି? ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କେହି ମୋତେ ସାହାଯ୍ୟ କରିଥିଲେ? ନା, କାରଣ ମୁଁ ଜଣେ ପୁରୁଷ। ମୋ ସ୍ତ୍ରୀ ମୋତେ ଛୁରୀରେ ଆକ୍ରମଣ କରିଥିଲେ। ଏହା କ’ଣ ନାରୀ ଶକ୍ତି, ଯାହା ତୁମେ କହୁଛ। ମୁଁ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିପାରିବି? ନା। ସେ ଏହା ମଧ୍ୟ କହିଛନ୍ତି ଯେ ଛୁରୀରେ ସ୍ତ୍ରୀ ଆକ୍ରମଣ କରିବା ପରେ ତାଙ୍କ ହାତରେ ଆଘାତ ଲାଗିଛି।
ତାଙ୍କ ଟୁଇଟର ଜବାବରେ ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ ତାଙ୍କୁ ପୋଲିସ ଷ୍ଟେଶନକୁ ଆସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି। ସୋସିଆଲ ମିଡିଆରେ ଯଦୁନନ୍ଦନ ଆଚାର୍ଯ୍ୟଙ୍କୁ ବହୁତ ସମର୍ଥନ ମିଳିଛି।

https://twitter.com/yaadac/status/1586333846244507648


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri