Posted inଜାତୀୟ

ସ୍ବାମୀଙ୍କୁ କଳା କହି ଅପମାନିତ କଲେ ସ୍ତ୍ରୀଙ୍କୁ ମିଳିବ ଛାଡପତ୍ର!

ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଛନ୍ତି। କୋର୍ଟ କହିଛନ୍ତି, ସମସ୍ତ ତଥ୍ୟକୁ ଅନୁସନ୍ଧାନ କରିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ, ପତ୍ନୀ ତାଙ୍କ ସ୍ବାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ତାଙ୍କ ସ୍ବାମୀ ବହୁ ଦିନରୁ ତାଙ୍କଠାରୁ ଅଲଗା ରହୁଥିଲେ।’

ହାଇକୋର୍ଟର ଜଷ୍ଟିସ ଆଲୋକ ଆରାଡେ ଏବଂ ଜଷ୍ଟିସ ଅନନ୍ତ ରାମନାଥ ହେଗଡେଙ୍କ ବେଞ୍ଚ କହିଛନ୍ତି ଯେ, ମହିଳା ଜଣକ ସ୍ବାମୀଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀ ଅନୈତିକ ସମ୍ପର୍କରେ ଲିପ୍ତ ଥଲେ ତେଣୁ ଦୁହେଁ ଅଲଗା ରହୁଥିଲେ। ମହିଳା ଜଣକ ଆଇପିସିର ଧାରା ୪୯୮ଏ ଅନୁଯାୟୀ ତାଙ୍କ ସ୍ବାମୀ ଏବଂ ଶାଶୁଶଶୁରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି। ଘରୋଇ ହିଂସା ଅଧିନିୟମ ଅନୁଯାୟୀ ସେ ମାମଲା ଦାୟର କରିଛନ୍ତି କି, ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକ ତାଙ୍କ ସହ ଅସଦାଚରଣ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି। ପୁରୁଷ ଜଣଙ୍କର ଶରୀରର ରଙ୍ଗ କଳା ହେତୁ ପତ୍ନୀ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ, କିନ୍ତୁ ଝିଅର ମୁହଁକୁ ଦେଖି ସ୍ବାମୀ ସବୁ ଅପମାନକୁ ସହ୍ୟ କରିଆସୁଥିଲେ। କିନ୍ତୁ ଅପମାନ ଅଧିକ ହେବାରୁ ସେ ଅତିଷ୍ଠ ହୋଇ ୨୦୧୨ରେ ସେ ବେଙ୍ଗାଲୁର ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୭ ମସିହାରେ ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡପତ୍ର ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସ୍ବାମୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ହିନ୍ଦୁ ବିବାହ ଆଇନର ଧାରା ୧୩(ଆଇ) (ଏ)ଅନୁଯାୟୀ ହାଇକୋର୍ଟ ଛାଡପତ୍ରକୁ ଅନୁମୋଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri