Posted inଜାତୀୟ

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ସେ ଭାଜପାର ନିର୍ବାଚନ ପ୍ରଚାରରେ ଦମ ଲଗାଇ ଦେଇଛନ୍ତି।
ମୋଦି କୋଲାରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, କର୍ନାଟକର ଏହି ନିର୍ବାଚନ ଆସନ୍ତା ୫ ବର୍ଷ ପାଇଁ ବିଧାୟକ, ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାର ନୁହେଁ। ଏହି ନିର୍ବାଚନ ଆସନ୍ତା ୨୫ ବର୍ଷରେ ବିକଶିତ ଭାରତର ରୋଡମ୍ୟାପର ଆଧାରଶିଳାକୁ ସଶକ୍ତ କରିବାର। ଅସ୍ଥିର ସରକାର ଏଭଳି ବଡ ଭିଜନ ଉପରେ କେବେ କାମ କରିପାରିବେ ନାହିଁ।
ଏହି ସମ୍ବୋଧନ ସମୟରେ ମୋଦି କଂଗ୍ରେସ ଓ ଜେଡିଏସକୁ ଟାର୍ଗେଟ କରି କହିଛନ୍ତି, ଏତେ ସଂଖ୍ୟାରେ ଆପଣମାନେ ଏଠାରେ ପହଞ୍ଚିବା କଂଗ୍ରେସ ଓ ଜେଡିଏସ ଉଭୟଙ୍କ ନିଦ ହଜାଇଦେବ। କର୍ନାଟକ ବିକାଶରେ ଏହି ଦୁଇ ଦଳ ସବୁଠାରୁ ବଡ ବାଧା। କଂଗ୍ରେସ ଓ ଜେଡିଏସ ମିଳିମିଶି ଯେତେ ଖେଳୁଛନ୍ତି ଖେଳନ୍ତୁ ହେଲେ କର୍ନାଟକର ଜନତା ଏମାନଙ୍କୁ କ୍ଲିନ ବୋଲ୍ଡ କରିବାକୁ ଯାଉଛନ୍ତି।
ମୋଦି କଂଗ୍ରେସ ଉପରେ ବର୍ଷିବା ସମୟରେ କହିଛନ୍ତି, ଆଜି ଯେତେବେଳେ ମୁଁ ଭ୍ରଷ୍ଟାଚାର ବିରୋଧରେ ଲଢେଇ ଲଢୁଛି ସବୁଠାରୁ ବଡ ଅଡୁଆ କଂଗ୍ରେସକୁ ହେଉଛି। ସେଥିପାଇଁ କଂଗ୍ରେସର ମୋ ପ୍ରତି ଘୃଣା ଦିନକୁ ଦିନ ବଢିବାରେ ଲାଗିଛି। ସେମାନେ ମୋ ଉପରେ ଆହୁରି ବର୍ଷି ଚାଲିଛନ୍ତି। କଂଗ୍ରେସ ଲୋକ ମୋତେ ଗାଳି ଦେଉଛନ୍ତି, ମୋଦି ତୁମର କବର ଖୋଲିଦେବୁ। ଏବେ ସେ ମୋର ତୁଳନା ସାପ ସହ କରୁଛନ୍ତି ଆଉ ଜନତାଙ୍କୁ ଭୋଟ ମାଗୁଛନ୍ତି। ସାପତ ଭଗବାନ ଶଙ୍କରଙ୍କ ଗଳାରେ ଶୋଭା ପାଉଛି, ଆଉ ମୋ ପାଇଁ ଦେଶର ଜନତା ଈଶ୍ୱରଙ୍କ ରୂପ, ଶିବଙ୍କ ସ୍ବରୂପ। ଏହି ସମୟରେ ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଏବେ କଂଗ୍ରେସର ରାଜ ପରିବାର ଜାମିନରେ ବାହାରେ ଅଛନ୍ତି, ଆଉ ଲୋକଙ୍କୁ ଉପଦେଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri