ବେଙ୍ଗାଲୁରୁ,୫।୬: ବେଙ୍ଗାଳୁରୁ ଦଳାଚକଟା ଘଟଣାରେ କର୍ନାଟକ ସରକାର ଗୁରୁବାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କର୍ନାଟକ CPଙ୍କ ସହ ACP ଏବଂ ସେଣ୍ଟ୍ରାଲ ଜୋନ DCPଙ୍କୁ ନିଲମ୍ବନ କରିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ।
ଏପରିକି କ୍ୟୁବନ ପାର୍କ ପୋଲିସ ଷ୍ଟେସନ SI, ଷ୍ଟେଶନ ହାଉସ ମାଷ୍ଟରଙ୍କୁ ସସ୍ପେଣ୍ଟ କରାଯାଇଛି। ସେହିପଣି ଷ୍ଟାଡିୟମ ଇର୍ନ୍ଜଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ।
ସୂଚନା ଯୋଗ୍ୟ, କର୍ନାଟକର ବେଙ୍ଗାଲୁରୁସ୍ଥିତ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ଅଫ୍ ବେଙ୍ଗାଲୁରୁ(ଆର୍ସିବି)ର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍-୨୦୨୫) ଭିକ୍ଟ୍ରି ସେଲିବ୍ରେଶନ୍ ବେଳେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେକି ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି।


