Posted inUncategorized

ବିଜୟ ପଥେ କଂଗ୍ରେସ, କାଲି ବିଧାୟକ ଦଳର ବୈଠକ, ୫ ଷ୍ଟାର ହୋଟେଲରେ ୫୦ ରୁମ୍‌ ବୁକ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପରେ କଂଗ୍ରେସକୁ ବହୁମତ ମିଳିବା ଦେଖାଯାଉଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଫଳଫଳ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ରହିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) ୭୨ ଆସନରେ ଆଗରେ ଥିବା ବେଳେ ଜେଡିଏସ ୨୬ ଆସନରେ ଆଗରେ ରହିଛି। କଂଗ୍ରେସ ବେଙ୍ଗାଲୁରୁରେ ୫ ଷ୍ଟାର ହିଲଟନ ହୋଟେଲରେ ୫୦ଟି କୋଠରି ବୁକ କରିଛି। ବିଜୟି ହୋଇଥିବା ବିଧାୟକମାନେ ରାତି ୮ଟା ସୁଦ୍ଧା ହୋଟେଲରେ ପହଞ୍ଚିବାକୁ କୁହାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର କଂଗ୍ରେସ ବିଧାୟକ ଦଳର ବୈଠକ ଡାକିଛି।
ସୂଚନାଯୋଗ୍ୟ, ମେ’ ୧୦ରେ କର୍ନାଟକ ବିଧାନସଭାର ସମସ୍ତ ୨୨୪ ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା। ଗୋଟିଏ ପଟେ ଶାସକ ଭାଜପା ପୁଣିଥରେ କ୍ଷମତା ହାସଲ କରିବାକୁ ତା’ର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଭାଜପାକୁ ହରାଇବାକୁ ବି ତା’ର ସମସ୍ତ ଶକ୍ତି ଲଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି।…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri