ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍‌ ଉପରେ ଥିଲା। କାରଣ କରୀନା ଏକ ନ୍ୟୁଜ୍‌ପେପର ବା ଖବରକାଗଜ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ , ଯେଉଁଥିରେ ସେ ବହୁତ ଷ୍ଟାଇଲିସ ଦେଖାଯାଉଥିଲେ। ସେ ଏହି ଡ୍ରେସ୍‌କୁ ଲମ୍ବା କଳା ବୁଟ୍‌ ସହିତ ପିନ୍ଧିଥିଲେ। କରୀନାଙ୍କ ଷ୍ଟାଇଲ ରିଆ କପୁର କରିଥିଲେ। ଏହା ପରେ ଖବରକାଗଜ ପ୍ରିଣ୍ଟ ଡ୍ରେସ୍‌ ଚର୍ଚ୍ଚାକୁ ଆସିଛି।

Kareena Kapoor Turns Heads In A Vintage John Galliano Newspaper Print Blazer And Skirt Ahead Of IIFA 2025 - News18

୧୯୩୫ରେ ଖବରକାଗଜ ପ୍ରିଣ୍ଟ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲା। ୯୦ ବର୍ଷ ପୂର୍ବେ ଇଟାଲୀୟ ଫ୍ୟାଶନ ଡିଜାଇନର୍‌ ଏଲସା ସିଆପାରେଲି ନିଜ ବିଷୟରେ ମୁଦ୍ରିତ ଲେଖାର ପ୍ରିଣ୍ଟରୁ ବ୍ଲାଉଜ ଏବଂ ଆସେସୋରିଜ ଡିଜାଇନ କରିଥିଲେ। ଡେନମାର୍କରେ ଛୁଟି କାଟିବା ସମୟରେ ଏକ ଟୋପି ଦେଖିବା ପରେ ତାଙ୍କୁ ଏହି ଧାରଣା ମିଳିଥିଲା। ସେହି ଟୋପିଟି ଖବରକାଗଜରେ ତିଆରି ହୋଇଥିଲା। ଏହା ପରେ, ଖବରକାଗଜ ପ୍ରିଣ୍ଟ ଲୋକପ୍ରିୟ ହେବା ଆରମ୍ଭ କଲା। ପ୍ରସିଦ୍ଧ ପ୍ୟାରିସ ଫ୍ୟାଶନ ଡିଜାଇନର୍‌ ଲୁଇସ ରିଅର୍ଡ ମଧ୍ୟ ଏହି ପ୍ରିଣ୍ଟ ସହିତ ଏକ ବିକିନି ଡିଜାଇନ କରିଥିଲେ।

Bollywood News | Kareena Kapoor Khan Jets Off to Jaipur for IIFA 2025 in a Statement Newspaper Print Ensemble | 🎥 LatestLY

ଖବରକାଗଜ ପ୍ରିଣ୍ଟ ଡ୍ରେସ୍‌ ସବୁବେଳେ ଉଚ୍ଚସ୍ତରୀୟ ଫ୍ୟାଶନ ମଧ୍ୟରେ ଗଣନା କରାଯାଇଆସିଛି। ୧୮୮୬ରେ ଏହି ପ୍ରିଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଜଣେ ପ୍ରସିଦ୍ଧ ଅଷ୍ଟ୍ରେଲୀୟ ନେତାଙ୍କ ସ୍ତ୍ରୀ ମାଟିଲଡା ବଟଲର୍‌ ଏହି ପ୍ରିଣ୍ଟ ସହିତ ଏକ ଗାଉନ ପିନ୍ଧିଥିଲେ। ୨୦୦୦ରେ, ଏହି ପ୍ରିଣ୍ଟ ଜନ୍‌ ଗାଲିଆନୋ ବସନ୍ତ/ଗ୍ରୀଷ୍ମ ୨୦୦୦ କଲେକ୍ସନରେ ମଧ୍ୟ ପ୍ରଭାବଶାଳୀ ଥିଲା। ଅନେକ ହଲିଉଡ୍‌ ଏବଂ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏହି ପ୍ରିଣ୍ଟ ପାଇଁ ପାଗଳ। ଏହି ପ୍ରିଣ୍ଟରେ ଅଭିନେତ୍ରୀ କୀର୍ତ୍ତି ସୁରେଶ, ତମନ୍ନା ଭାଟିଆ, ମଲାଇକା ଆରୋରା, ଅଦା ଶର୍ମାଙ୍କ ଭଳି ଅନେକ ସେଲିବ୍ରିଟିଙ୍କୁ ପୂର୍ବରୁ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ

ଜି.ଉଦୟଗିରି,୨୭।୧୨(ଚିନ୍ମୟ କୁମାର ସେଠୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri