ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ ଅନୁମାନ କରାଯାଉଛି ସେ ଜଣେ ଖାଦ୍ୟପ୍ରେମୀ। ଫଟୋରେ କରିନା ଏକ ରେସ୍ତୋରାଁରେ ବସି ମେନ୍ୟୁ କାର୍ଡ ଦେଖୁଥିବା ଦେଖାଯାଇଛି। ଏହି ଫଟୋ ସହ ୩୯ ବର୍ଷୀୟା ନାୟିକା କରିନା କ୍ୟାଶନରେ ଲେଖିଛନ୍ତି, କାଉଣ୍ଟ ଦ ମେମୋରିଜ୍‌, ନଟ୍‌ ଦ କ୍ୟାଲୋରିଜ୍‌…’। ହାସଟ୍ୟାଗ ସହ ‘ଫୁଡ ଫର୍‌ ଥଟ୍‌’। ପ୍ରଥମ ଥର ପାଇଁ କରିନାଙ୍କ ଖାଦ୍ୟରୁଚି ସାମ୍ନାକୁ ଆସିନାହିଁ। ଗତ ମାସରେ ମଧ୍ୟ ସେ ଏମିତି ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ଘରେ ବସି ବର୍ଗର ଖାଉଥିବା ଦେଖାଯାଇଥିଲା।

Share