ହ୍ରିତିକଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ କରିନା, ହେଲେ ବିବାହିତ ଥିବା ଯୋଗୁ…

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା କପୁର ଖାଁ-ସୈଫ୍‌ ଅଲି ଖାଁ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ ଯୋଡ଼ାଯାଇଥିଲା। ସେମାନେ ପ୍ରେମରେ ପଡ଼ିଥିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଧିରେ ଧିରେ ସେସବୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି।

ବଲିଉଡ୍‌ରେ ଅଭିନୟ ଜୀବନ ପ୍ରାରମ୍ଭରେ ଅଭିନେତା ହ୍ରିତିକ ରୋଶନଙ୍କ ସହ କାମ କରିଥିଲେ କରିନା। ଉଭୟଙ୍କ ଯୋଡ଼ି ପରଦାରେ ସୁପରହିଟ୍‌ ମଧ୍ୟ ହେଉଥିଲା। ‘କଭି ଖୁସି କଭି ଗମ୍‌, ୟାଦେ, ମେ ପ୍ରେମ କି ଦିଓ୍ବାନୀ ହୁଁ’ରେ ଉଭୟଙ୍କ ଅଭିନୟକୁ ଆଜିବି ଦର୍ଶକେ ବହୁତ ପସନ୍ଦ କରନ୍ତି। ଉକ୍ତ ସମୟରେ କରିନା ତାଙ୍କ ପ୍ରେମରେ ପଡ଼ିଥିଲେ। ଲୁଚାଛପା ଭାବେ ସେମାନେ ମିଳାମିଶା କରୁଥିଲେ। ଏପରିକି ହ୍ରିତିକଙ୍କ ସହ ରହିବା ପାଇଁ ସବୁଦିନ ପାଇଁ ଅଭିନୟକୁ ବାଏ ବାଏ କହିବାକୁ ମଧ୍ୟ ଯୋଜନା କରୁଥିଲେ କରିନା। ମାତ୍ର ସେତେବେଳକୁ ହ୍ରିତିକ ବିବାହ କରିସାରିଥିଲେ। ଏଣୁ କରିନାଙ୍କଠାରୁ ଦୂରରେ ରହିବା ଲାଗି ପରିବାରଲୋକେ ଚାପ ପକାଇଥିଲେ। ଶେଷରେ ହ୍ରିତିକଙ୍କଠାରୁ ଅଲଗା ହେବାକୁ କରିନା ନିଷ୍ପତ୍ତି ନେଇଥିଲେ।

୨୦୦୨ରେ ଏକ ସାକ୍ଷାତକାର ସମୟରେ ନିଜର ମନ କଥା କହିଥିଲେ କରିନା। ହ୍ରିତିକଙ୍କ ବିବାହ ଉପରେ କୌଣସି ପ୍ରଭାବ ପଡ଼ୁ ସେ ତାହା ଚାହୁଁ ନ ଥିଲେ। ଏହା କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଆଣିଥିଲା। ହେଲେ ଏବେ ହ୍ରିତିକ୍‌, ପରେ ଆଉ କେହି ହୋଇପାରନ୍ତି ବୋଲି ସେ ଭାବିଥିଲେ। ସେ କେବେହେଲେ ବିବାହିତ ପୁରୁଷଙ୍କୁ ଡେଟ୍‌ କରିବେ ନାହିଁ ବୋଲି ସିଧାସିଧା ମନସ୍ଥ କରିଦେଇଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା ହୋଇଛି। କରିନା ସୈଫଙ୍କୁ ବିବାହ କରି ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri