ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ ଡନ ବ୍ଲାକ ବେଲ୍ଟ ହନସୀ ଡ଼. ହରି ପ୍ରସାଦ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲା ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ସେକେଣ୍ଡ ଡନ ବ୍ଲାକ ବେଲ୍ସ ସେନପାଇ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ କରାଟେ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଏଥିରେ ୨୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୟେଲୋ ବେଲ୍ଟ ପରୀକ୍ଷାରେ ରୋନକୀ ବଂଶୀଲ, ସ୍ଳୋକ କୁମାର ନାୟକ, ଅରେଞ୍ଜ ବେଲ୍ଟ ପରୀକ୍ଷାରେ ରୁଦ୍ରାଶୁ ପ୍ରଧାନ, ଗ୍ରୀନ ବେଲ୍ଟ ପରୀକ୍ଷାରେ କୁଶୁମପ୍ରଭା ମାଝୀ, ବ୍ଲୁ ବେଲ୍ମ ପରୀକ୍ଷାରେ ଅର୍ଶିକା ପାଣ୍ଡେ, ସୋୟମ ଓଡିଆ, ମୋହିତ ବେମାଲ, ପୁଷ୍ପେନ୍ଦୁ ବିଶ୍ବାଳ, ରିୟାନ ମିଶ୍ର, ସୋର୍ଣିମା ମହାପାତ୍ର, ହେମନୁ ମଲ୍ଲିକ, ସିଏଚ୍ ସାଇ ଶାଶ୍ୱତ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ବ୍ରାଉନ ବେଲ୍ଟ ଥାର୍ଡ କ୍ୟୁ ପରୀକ୍ଷାରେ କାବ୍ୟଶ୍ରୀ ମହାପାତ୍ର, ଆରାଧ୍ୟା ଆରଧନା, ଲୋକେଶ ବିଶ୍ବାଳ, ଅଭିଲିପ୍ପା ପଲେଇ, ବ୍ରାଉନ ବେଲ୍ଟ ସେକେଣ୍ଡ କ୍ୟୁ ପରୀକ୍ଷାରେ ସୋନକ ସମଦର୍ଶୀ ସାହୁ, ଆର୍ଶୀବାଦ ବାଡ଼ତିଆ, ଅର୍ପିତା ବାଡ଼ତିଆ, ଗଙ୍ଗାଧର ମଲ୍ଲିକ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।


