୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ ଫେରିବେ ବୋଲି ଜଣାପଡ଼ିଛି।
ତେବେ ଯେତେବେଳେ କରନଙ୍କୁ ପଚରାଯାଇଥିଲା, ସେ କେତେ ଶୋ’ ରିଜେକ୍ଟ କରିଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଚାହେଁ ନାହିଁ । ଯଦିଓ ମୁଁ ଏହି ପ୍ରଶ୍ନର ଉତ୍ତର ଅତି ବିନମ୍ର ଭାବରେ ଦେବି, ତଥାପି ଏହାକୁ ଭିନ୍ନ ଭାବରେ ଉପସ୍ଥାପିତ କରାଯିବ। ମୁଁ ସେହି କାମ କରିବାକୁ ଚାହୁଁଛି ଯାହା ମୋତେ ଖୁସି ଦେବ, କେବଳ ଟଙ୍କା ପାଇଁ ନୁହେଁ।

Share