କାର୍ତ୍ତିକ-ସାରାଙ୍କ ସମ୍ପର୍କକୁ ନେଇ ପୋଲ୍ ଖୋଲିଲେ କରନ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ ୭’ ଏବେ ହଙ୍ଗାମା କରୁଛି । ଏଥରର ପ୍ରଥମ ଏପିସୋଡ ଓଟିଟିରେ ସମସ୍ତ ରେକର୍ଡ ଭାଙ୍ଗିଛି । କରନ ଏବେ ଏହି ଶୋ’ର ପ୍ରମୋଶନରେ ଲାଗି ପଡିଛନ୍ତି । ଗୋଟିଏ ପରେ ଗୋଟିଏ ସାକ୍ଷାତକାରରେ କରନ ସେଲିବ୍ରିଟିମାନଙ୍କ ପ୍ରଫେସନାଲ ଲାଇଫ୍‌ଠାରୁ ପର୍ସନାଲ ଲାଇଫ୍ ପର୍ଯ୍ୟନ୍ତ ସବୁକଥା ଟିକିନିଖି ଭାବେ କଥା ହେଉଛନ୍ତି । ଏବେ ମିଡିଆକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କରନ ସାରା ଅଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ କିଛି ଭିତିରି କଥା କହିଛନ୍ତି । କିନ୍ତୁୁ ଏହି କଥାକୁ ନେଇ ସାରା କରନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ।
ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସାରା ତାଙ୍କ ପିତା ଶୈଫ ଅଲି ଖାଁଙ୍କ ସହ ଯେତେବେଳେ କଫି ୱିଥ କରନ ଶୋକୁ ଆସିଥିଲେ ସେତେବେଳେ ସେ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରିବାକୁ ଚାହୁଁଛନ୍ତି । କିନ୍ତୁ ଯେତେବେଳେ ସେ କାର୍ତ୍ତିକଙ୍କ ନିକଟତର ହେଲେ ସେତେବେଳେ ଲାଜେଇ ଗଲେ । ଏମିତିକି କିଛିଦିନ ପର୍ଯ୍ୟନ୍ତ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲେ ବି ଏସମ୍ପର୍କକୁ ନେଇ କେହି ସ୍ପଷ୍ଟ କରି ନ ଥିଲେ । ଏବେ କିନ୍ତୁ କରନ ଏ ସମ୍ପର୍କରେ ଖୋଲା ଖୋଲି କଥା ହେବାରୁ ସାରା ରାଗି ଯାଇଥିବା ଜଣାପଡିଛି । କାରଣ ସାରା ଏବେ ବଲିଉଡରେ ଭଲ କ୍ୟାରିୟର ଗଢିବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । ତେଣୁ ସେ ପର୍ସନାଲ ଲାଇଫକୁ ନେଇ ଏତେ ଚର୍ଚ୍ଚିତ ହେବାକୁ ଚାହୁଁ ନାହାନ୍ତି । କାରଣ ଦର୍ଶକଙ୍କ ନଜର ହୁଏତ ତାଙ୍କ ମୁଭି ଉପରୁ ହଟିଯାଇପାରେ ବୋଲି ସେ ଅନୁମାନ କରୁଛନ୍ତି ଯାହା ତାଙ୍କ କ୍ୟାରିୟରରେ ପ୍ରଭାବ ପକାଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri