ବାଦ-ବିବାଦ ଭୁଲି କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରନ୍‌ ଜୋହର, ଜନ୍ମଦିନରେ କଲେ ବଡ଼ ଘୋଷଣା

ବମ୍ବେ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କାରଣ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର ସମସ୍ତ ବାଦ ବିବାଦ ଭୁଲି କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ହାତ ମିଶାଇଛନ୍ତି। କରନ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ଜଣାଇଛନ୍ତି।

ଆଜିର ଦିନକୁ ଏକ ସ୍ବତନ୍ତ୍ର ଖବର ସହ ଆରମ୍ଭ କରିବା। କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ କାମ କରିବା ଲାଗି ସେ ବହୁତ ଉତ୍ସାହିତ। ତେବେ କାର୍ତ୍ତିକଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ବୋଲି ସେ କହିଛନ୍ତି।

ଫିଲ୍ମଟି କରନ୍‌ଙ୍କ ବ୍ୟାନରରେ ନିର୍ମାଣ କରାଯିବ। ଏହାର ନିର୍ଦ୍ଦେଶନା ସନ୍ଦୀପ ମୋଦି କରିବେ। ଫିଲ୍ମକୁ ହୀରୁ ୟଶ ଜୋହର, କରନ ଜୋହର, ଅପୂର୍ବା ମେହେଟ୍ଟା, ଶୋଭା କପୁର ଏବଂ ଏକତା କପୁର ମିଶି ପ୍ରଯୋଜନା କରିବେ। ଫିଲ୍ମର କାହାଣୀଟିକୁ ଅସୀମ ଅରୋରା ଲେଖିଛନ୍ତି। ତେବେ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଶେଷ କରିବା ପରେ କାର୍ତ୍ତିକ ଏହି ଫିଲ୍ମରେ କାମ କରିବେ। ଏହାଛଡ଼ା ଅଭିନେତାଙ୍କ ହାତରେ ‘ଭୁଲ ଭୁଲୈୟା ୩’, ‘ଆଶିକି ୩’, ‘ପତି ପତ୍ନୀ ଔର ବୋ ୨’ ଆଦି ଫିଲ୍ମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri