ଜୁନରେ ବିବାହ କରିବେ କରଣ ଦଓ୍ବେଲ!

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଦଓ୍ବେଲ ପରିବାରରେ ଖୁବଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ଅଭିନେତା ସନ୍ନି ଦଓ୍ବେଲଙ୍କ ବଡ ପୁଅ ତଥା ଅଭିନେତା କରଣ ଦଓ୍ବେଲ ତାଙ୍କ ମଙ୍ଗେତରଙ୍କ ସହ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ କରନଙ୍କ ବିବାହ ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା। ଏବେ ତାଙ୍କ ଓ୍ବେଡିଂ ଡେଟ ବି ସାମ୍ନାକୁ ଆସିଛି।
କରଣ ଦଓ୍ବେଲ କିଛି ମାସ ପୂର୍ବରୁ ଚୁପଚାପ ତାଙ୍କ ଲେଡିଲଭ ଦ୍ରିଶା ଆଚାର୍ଯ୍ୟଙ୍କ ସହ ଏନଗେଜମେଣ୍ଟ କରି ସାରିଥିଲେ। ଏବେ ବମ୍ବେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କରଣ ଓ ଦ୍ରିଶା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଦ୍ରିଶା ଓ କରଣଙ୍କ ବିବାହ ରସମ ୧୬ ଜୁନରୁ ୧୮ ଜୁନ ପର୍ଯ୍ୟନ୍ତ ମୁମ୍ବାଇରେ ହେବ। ଉଭୟ ୬ ବର୍ଷ ହେବ କମିଟେଡ ରିଲେସନଶିପରେ ରହିଛନ୍ତି। ଚଳିତ ବର୍ଷ ଦୁବଇରେ ଭାଲେଣ୍ଟାଇନ ଡେ’ ପାଳନ କରିବା ପରେ ୧୮ ଫେବୃୟାରୀରେ ଏନଗେଜମେଣ୍ଟ କରି ନେଇଥିଲେ। ପରିବାର ସଦସ୍ୟ ଏହି ବିବାହକୁ ପ୍ରାଇଭେଟ ରଖିବାକୁ ଚାହିଁଥିଲେ।

Share