କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର: ଅନାଥ ହାତୀଙ୍କ ଅଭୟଗୃହ

ଢେଙ୍କାନାଳ ଅଫିସ, ୧୨।୮: ଗରିବ ମଣିଷ ଛୁଆଟେ ଛେଉଣ୍ଡ ହୋଇଗଲେ ତା’ ପାଇଁ ଝରିପଡ଼େ ଅନେକ ଦରଦ। ଆହା କରନ୍ତି ସହୃଦୟ ବ୍ୟକ୍ତି। ବଢ଼ାନ୍ତି ସହାୟତାର ହାତ। ଆବଶ୍ୟକ ପଡ଼ିଲେ ପ୍ରଶାସନ କରାଏ ସମ୍ପୃକ୍ତ ଶିଶୁର ଥଇଥାନ ବ୍ୟବସ୍ଥା । ସଂଘବଦ୍ଧ ଜୀବନ ବିତାଇବାକୁ ଭଲପାଉଥିବା ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଉପୁଜେ। କୌଣସି କାରଣରୁ ପଲରୁ ଅଲଗା ହୋଇଗଲେ ଅଥବା ମା’ ଦ୍ୱାରା ପରିତ୍ୟକ୍ତ ହୋଇପଡ଼ିଲେ ହାତୀ ଶାବକକୁ ବଞ୍ଚାଇ ରଖିବା ବନ ବିଭାଗ ପାଇଁ ପାଲଟେ ଆହ୍ବାନ। ଏଭଳି ସମୟରେ ‘ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର’ ସାଜେ ହାତୀ ଶାବକଙ୍କ ଥଇଥାନ କେନ୍ଦ୍ର। ହାତୀଙ୍କ ସୁରକ୍ଷା ଲାଗି ଗୁରୁବାର ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଥିବାବେଳେ ଅନାଥ ହାତୀଙ୍କ ଅଭୟ ଗୃହ ଭାବେ ଖ୍ୟାତି ଅର୍ଜନ କରିଥିବା କପିଳାସ ଜୁ’ର ‘ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର’କୁ ନେଇ ବିଶେଷ ପ୍ରସ୍ତୁତି…

 

ରାଜ୍ୟର ଅନ୍ୟତମ ହସ୍ତୀ ଅଭୟାରଣ୍ୟ ଚନ୍ଦକା ପରେ ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନା ପରିସରରେ ରହିଛି ଦ୍ୱିତୀୟ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର। ୨୦୦୭ରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଏବେ ପାଲଟିଛି ଅସୁସ୍ଥ, ଅନାଥ ହାତୀ ଶାବକଙ୍କ ନିରାପଦ ଆଶ୍ରୟସ୍ଥଳ। ସଂରକ୍ଷିତ ଜଙ୍ଗଲରେ ପଲରୁ ଅଲଗା ହୋଇପଡ଼ିଥିବା କିମ୍ବା ଅସୁସ୍ଥ ଅବସ୍ଥାରେ ଠାବ କରାଯାଇଥିବା ଛୁଆହାତୀକୁ ଏଠାରେ ରଖି ଯତ୍ନ ନିଆଯାଏ। ଏଥିଲାଗି ତାଲିମପ୍ରାପ୍ତ ମାହୁନ୍ତ, କେୟାରଟେକର, ବନ କର୍ମଚାରୀ ନିୟୋଜିତ ଅଛନ୍ତି।
କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଏବେ ୪ ହାତୀ ଅଛନ୍ତି। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କ ନାମକରଣ କରାଯାଇଛି। କଟକ ଜିଲା ଆଠଗଡ଼ ବନଖଣ୍ଡରୁ ୨୦୧୦ ଜୁଲାଇ ୭ରେ ଏଠାକୁ ଉଦ୍ଧାର ହୋଇ ଆସିଥିଲା ହାତୀ ଶାବକ ‘କାର୍ତ୍ତିକ’। ସେହିପରି ୨୦୧୧ ଡିସେମ୍ବର ୨୪ରେ ବରଗଡ଼ ଡିଭିଜନରୁ ‘ଚନ୍ଦୁ’, ୨୦୧୨ ସେପ୍ଟେମ୍ବର ୪ରେ ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜରୁ ‘ଉମା’, ୨୦୧୮ରେ ସମ୍ବଲପୁର ଜିଲା ବାମରା ସଂରକ୍ଷିତ ଜଙ୍ଗଲରୁ ‘ହିରୋ’ ଏବଂ ୨୦୨୦ ଡିସେମ୍ବର ୩୧ରେ ଗଞ୍ଜାମ ଜିଲା ବ୍ରହ୍ମପୁର ଡିଭିଜନର ଏକ ଚିଙ୍ଗୁଡ଼ି ଘେରିରୁ ‘ପଦ୍ମା’କୁ ଉଦ୍ଧାର କରି ଅଣାଯାଇଥିଲା। ଏମାନଙ୍କ ଭିତରେ ଅଧିକାଂଶ ବର୍ଷକରୁ ୨ ବର୍ଷର ହୋଇଥିବାବେଳେ ମା’ ଦ୍ୱାରା ପରିତ୍ୟକ୍ତ ହୋଇ ଅସହାୟ ଅବସ୍ଥାରେ ଘୂରି ବୁଲୁଥିଲେ। ରେସ୍‌କ୍ୟୁ ସେଣ୍ଟର ଇତିହାସରେ ଅସୁସ୍ଥତା କାରଣରୁ ଅଦ୍ୟାବଧି ‘ହିରୋ’ ସମେତ ଅନ୍ୟ ୪ହାତୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ବାଦ୍‌ଦେଲେ ତାଳଚେର ଅଞ୍ଚଳରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ ୨୦୧୯ ଜାନୁୟାରୀ ୨୨ରେ ଟ୍ରାଙ୍କୁଲାଇଜ୍‌ କରି ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ଏକ ସ୍ବତନ୍ତ୍ର ବ୍ୟାରିକେଡ୍‌ରେ ମଧ୍ୟରେ ସେ ଏବେ ବିଚରଣ କରୁଛି।
ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କ ଯତ୍ନ ନେବାକୁ ୪ ମାହୁନ୍ତଙ୍କୁ ନିୟୋଜିତ ଅଛନ୍ତି। ଉଦ୍ଧାର ହାତୀଙ୍କୁ ତାଲିମ ଦେବାକୁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତ ଆସିଛନ୍ତି। ଦୀର୍ଘଦିନର ରହଣି ମଧ୍ୟରେ ସେମାନେ ପାଲଟିଯାଇଛନ୍ତି ହାତୀଙ୍କ ସୁଖଦୁଃଖର ସାଥୀ। ପ୍ରଶିକ୍ଷଣ ପରେ ହାତୀ ଭଳି ବନ୍ୟଜନ୍ତୁ ମାହୁନ୍ତଙ୍କ ବୋଲ ମାନି କରୁଛନ୍ତି ପର୍ଯ୍ୟଟକଙ୍କ ମନୋରଞ୍ଜନ। ଦୁଇମାସ ତଳେ ଛୁଆ ହାତୀ ‘ହିରୋ’ର ଆକସ୍ମିକ ମୃତ୍ୟୁ ପରେ ଏହାର ଯତ୍ନ ନେଉଥିବା ମାହୁନ୍ତ ଦୀପୁ ଭାଙ୍ଗି ପଡ଼ିଥିଲେ, ଯାହା ହାତୀ-ମଣିଷ ଭିତରେ ଥିବା ମଧୁର ସମ୍ପର୍କକୁ ବଖାଣିଥିଲା। କପିଳାସ ରେସ୍‌କ୍ୟୁ ସେଣ୍ଟରର ଆବଶ୍ୟକତା ବଢୁଥିବାରୁ ଏହାର ପରିସରକୁ ଅଧିକ ବ୍ୟାପକ କରିବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ପରିସର ବ୍ୟାପକ କରାଯାଉ
କପିଳାସ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଥିବା ୪ ହାତୀଙ୍କ ଉତ୍ତମ ଯତ୍ନ ନିଆଯାଉଛି। ଏହାର ପରିସର ବ୍ୟାପକ କରାଗଲେ ଅଧିକ ହାତୀ ଛୁଆ ରହିପାରନ୍ତେ। ଫଳରେ ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଆସୁଥିବା ହାତୀ ଶାବକଙ୍କୁ ରଖିବାରେ ସୁବିଧା ହୁଅନ୍ତା।
-ପ୍ରଦ୍ୟୁମ୍ନ ରଥ, ପରିବେଶବିତ୍‌
ଉନ୍ନତ ତାଲିମ ବ୍ୟବସ୍ଥା ହେଉ
କପିଳାସ ହାତୀ ରେସ୍‌କ୍ୟୁ ସେଣ୍ଟରରେ ହାତୀଙ୍କୁ ଉନ୍ନତମାନର ତାଲିମ ପ୍ରଦାନ ବ୍ୟବସ୍ଥା କରାଯିବା ଉଚିତ। ଜଳକ୍ରୀଡ଼ା ଏବଂ ବଲ୍‌ ଖେଳିବା ଲାଗି ପ୍ରଶିକ୍ଷଣ ଦିଆଗଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ ହୋଇପାରିବ ଏବଂ ଏହି କେନ୍ଦ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।
-ସୌମ୍ୟବ୍ରତ ସାହୁ, ସାମାଜିକ କର୍ମୀ
ଏକାଧିକ ପ୍ରସ୍ତାବ ରହିଛି
ପୂର୍ବରୁ ପ୍ରାଣୀ ଉଦ୍ୟାନ ସମେତ ହାତୀ ରେସ୍‌କ୍ୟୁ ସେଣ୍ଟର ଲାଗି ସ୍ବତନ୍ତ୍ର ଭାବେ ଡାକ୍ତର ନ ଥିଲେ। ନିକଟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରେସ୍‌କ୍ୟୁ ସେଣ୍ଟର ପରିସରକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦିତ ହୋଇ ଆସିଲେ କାର୍ଯ୍ୟକ୍ଷମ କରାଯିବ।
-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri