Categories: ବାଣିଜ୍ୟ

କପିଲ, ଧୀରଜ ଓ୍ବାଧଓ୍ବାନଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ କପିଲ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ ଜାମିନ ଆବେଦନକୁ ବମ୍ବେ କୋର୍ଟ ଖାରଜ କରି ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏମାନଙ୍କ ବିରୋଧରେ ମାମଲା ଦାଏର କରିବା ସହ ତଦନ୍ତ ଚଳାଇଛି। ଏହି ୨ ଭାଇ ଦିଓ୍ବାନ ହାଉସିଂ ଫାଇନାନ୍ସ ଲିମିଟେଡ୍‌(ଡିଏଚ୍‌ଏଫ୍‌ଏଲ)ର ପ୍ରମୋଟର। ୟେସ୍‌ ବ୍ୟାଙ୍କରୁ ପ୍ରାୟ ୩୭୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଏମାନଙ୍କୁ ଏପ୍ରିଲ ୨୬ରେ ଗିରଫ କରାଯାଇଥିଲା। ଜୁନ ୨୫ରେ ସିବିଆଇ ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର ଏବଂ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଜୁଲାଇ ମାସରେ ସେସନ କୋର୍ଟ ମଧ୍ୟ ଏହି ୨ ଭାଇଙ୍କ ବେଲ୍‌ ଆବେଦନକୁ ଖାରଜ କରିଦେଇଥିଲେ।

Share