୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ ଓ ଯୁଯୁମୁରା ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଚାଷୀ ଓ ଅଞ୍ଚଳବାସୀଙ୍କ ଦାବି ଅନୁସାରେ ବିଜୁବାବୁ କଂସର ପଞ୍ଚାୟତର କଂସରଝରଣରେ ଏକ ବୃହତ୍‌ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତ୍‌କାଳୀନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ସ୍ବର୍ଗତ ବସନ୍ତ ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ଏକ ଟିମ୍‌ ଆସି ସର୍ଭେ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଫେରିଥିଲେ। ପରେ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଜଗଦୀଶ ପ୍ରଧାନ, ବଂଶୀଧର ପ୍ରଧାନ, ବୃଷଭ ପ୍ରଧାନ ପ୍ରମୁଖ ଭୁବନେଶ୍ୱରଠାରୁ ଆରମ୍ଭ କରି ଜିଲାର ବିଭିନ୍ନ ବିଭାଗକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଆଜି ସ୍ମୃତି ହୋଇ ରହିଯାଇଛି ବୋଲି କଂସର ପଞ୍ଚାୟତବାସୀ କହିଛନ୍ତି।
ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେଶ ପ୍ରଧାନ, ତତ୍‌କାଳୀନ ସରପଞ୍ଚ ବେଦବ୍ୟାସ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଅଧିକାଂଶ ପଞ୍ଚାୟତ ଜଙ୍ଗଲଘେରରେ ରହିଛି। ଜରାଙ୍ଗ ଜଙ୍ଗଲରେ ଦେବଝରଣ ଜଳପ୍ରପାତ ରହିଥିବା ବେଳେ କଂସରଝରଣ, କୁଠେରଝରଣ ଓ ନାକଟିଦେଉଳ ବ୍ଲକ କଞ୍ଚନପୁରରେ ଥିବା ଝରଣାରୁ ପାଣି ପ୍ରବାହିତ ହୋଇଥାଏ। ଏହି ଜଙ୍ଗଲର ପ୍ରାକୃତିକ ଝରଣାଗୁଡିକରୁ ବର୍ଷତମାମ ପାଣି ପ୍ରବାହିତ ହୋଇଥାଏ। ଏହା ମଧ୍ୟରୁ କେବଳ ଯୁଯୁମୁରା ବ୍ଲକ ଦେବଝରଣକୁ ବିକଶିତ କରାଯାଇଛି। ଏହାକୁ ଇକୋ ଟୁରିଜମ ଭାବେ ଘୋଷଣା କରାଯାଇ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯାଇଛି। ହଜାର ସଂଖ୍ୟାରେ ଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ଠିକ୍‌ ସେହିଭଳି କଂସରଝରଣର ବିକାଶ କରାଯିବା ଆବଶ୍ୟକ। ଏହି ଝରଣରେ ପାଣିର ସ୍ରୋତ ବହିଥାଏ। ନିକଟରେ ଜଙ୍ଗଲ ରହିଥିବା ବେଳେ ସରକାରୀ ଓ କେତେଜଣ ବ୍ୟକ୍ତିଙ୍କ ରୟତି ଚାଷ ଜମି ରହିଛି। ଜଳଭଣ୍ଡାର ହେଲେ ଚାଷୀମାନେ ନିଜ ଚାଷ ଜମି ଛାଡିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଭୂତଳ ଜଳ ସଂରକ୍ଷଣ ପାଇଁ ଅନେକ ଯୋଜନା କରାଯାଉଛି। ତେଣୁ ସରକାର ଆଉ ବିଳମ୍ବ ନ କରି ପ୍ରକ୍ରିୟା ଆରମ୍ଭ କରନ୍ତୁ। ଜଳଭଣ୍ଡାର ହେଲେ ଗଡଗଡବାହାଳ, ମୁଷାକାନୀ, କଂସର, ଢାଢୁମୁଣ୍ଡା ଗ୍ରାମବାସୀ ଉପକୃତ ହେବେ। ପ୍ରାୟ ୫ ଶହ ଚାଷୀ ପରିବାର ଧାନ ଓ ଅନ୍ୟ ଚାଷ କରି ଆର୍ଥତ୍କ ସ୍ବାବଲମ୍ବୀ ହୋଇପାରିବେ। ବନ ବିଭାଗ ପାଇଁ କୌଣସି ସମସ୍ୟା ହେବ ନାହିଁ, ବରଂ ପାଣି ଗଚ୍ଛିତ ହୋଇ ରହିପାରିବ। ତେଣୁ ଜିଲା ପ୍ରଶାସନ, ବନ ବିଭାଗ ମିଳିତ ଭାବେ ସର୍ଭେକରି ପ୍ରସ୍ତାବିତ ପ୍ରକଳ୍ପ ଆରମ୍ଭ କରିବାକୁ ଦାବି କରିଥିଲେ। ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ସନ୍ତୋଷ ପଟ୍ଟନାୟକ କହିଛନ୍ତି, ସର୍ଭେ କରାଯାଇଥିଲା, ହେଲେ ନିକଟରେ ଜଙ୍ଗଲ ଜମି ଥିବାରୁ କାମ ଆଗେଇ ପାରିଲା ନାହିଁ। ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ କହିଥିଲେ,ଏହି ପ୍ରକଳ୍ପ କିଭଳି ଆଗେଇବ ସେ ବ୍ୟବସ୍ଥା କରାଯିବ। ବନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ସହ ଆଲୋଚନା କରି ପ୍ରକ୍ରିୟା ପୁନଃ ଆରମ୍ଭ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri