Posted inଖେଳ

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ ଟି୨୦ ଫର୍ମାଟର ନୀର୍ଭିକ କ୍ରିକେଟ ଖେଳିଥିବା ବେଳେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାଂଲାଦେଶ ହାତରେ ୮ ଉଇକେଟ ରହିଥିବା ବେଳେ ଏହା ୨୬ ରନ୍‌ ପଛରେ ରହିଛି। ପ୍ରଥମେ ବୋଲର ମାନେ ବାଂଲାଦେଶକୁ ୨୩୩ ରନ୍‌ରେ ସୀମିତ ରଖିବା ପରେ ବ୍ୟାଟର ମାନେ ୩୪ ଓଭର ଖେଳି ୨୮୫ ରନ୍‌ କରିଥିଲେ। ୫୨ ରନ୍‌ରେ ପଛୁଆ ରହିଥିବା ବାଂଲାଦେଶ ଚତୁର୍ଥ ଦିନର ଷ୍ଟମ୍ପସ୍‌ ବେଳକୁ ୨ ଉଇକେଟ ହରାଇ ୨୬ ରନ୍‌ ସ୍କୋର କରିଛି।
ତୃତୀୟ ଦିନର ଅସମାପ୍ତ ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ। ଭେଟେରାନ୍‌ ମୁଶଫିକୁର ରହିମ୍‌ ନିଜ ବ୍ୟକ୍ତିଗତ ସ୍କୋରରେ ଆଉ ୫ ରନ୍‌ ଯୋଡି ୧୧ ରନ୍‌ କରି ବୁମ୍‌ରାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ବାଂଲାଦେଶ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ପୂର୍ବଦିନର ଅନ୍ୟତମ ଅପରାଜିତ ବ୍ୟାଟର ମୋମିନୁଲ୍‌ ହକ୍‌ ଲଢୁଆ ଶତକ ହାସଲ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ମୋମିନୁଲ୧୯୪ ବଲ୍‌ ଖେଳି ୧୦୭ ରନ୍‌ କରିଥିଲେ। ଏହି ଇନିଂସରେ ୧୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମେହିଦୀ ହସନ ମିରାଜ ୨୦ ଓ ଲିଟନ୍‌ ଦାସ ୧୩ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୩ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଆକାଶ ଦୀପଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିବା ବେଳେ ଜାଡେଜାଙ୍କ ଖାତାକୁ ଆସିଥିଲା ୧ ଉଇକେଟ।
ଦୁଇ ଦିନର ଖେଳ ଧୋଇ ଯାଇଥିବା ବେଳେ ଭାରତ ଫଳାଫଳ ପାଇଁ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ କ୍ରିକେଟ ଖେଳିଥିଲା। ଅଧିନାୟକ ରୋହିତ ଶର୍ମା (୨୩) ଓ ଯଶସ୍ବୀ ଜୟସ୍ବାଲ(୭୨) ପ୍ରଥମ ଉଇକେଟରେ ୨୩ ବଲ୍‌ ଖେଳି ୫୬ ରନ୍‌ ଯୋଡି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ରୋହିତ ୧୧ ବଲ୍‌ ଖେଳି ୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଟପ୍‌ ସ୍କୋରର ରହିଥିବା ଜୟସ୍ବାଲ ୫୧ ବଲ୍‌ ଖେଳି ୧୨ ଚୌକା ଓ ୨ ଛକା ମାରିଥିଲେ। ପରବର୍ତ୍ତୀ ବ୍ୟାଟର ଶୁବମାନ ଗିଲ୍‌ ୩୯ ଓ ରିଷଭ ପନ୍ତ ୯ ରନ୍‌ କରି ଆଉଟ ହୋଇଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ୪୭ ରନ୍‌ କରିଥିଲେ। କୋହଲି ୩୫ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। କୋହଲି ଅର୍ଦ୍ଧଶତକ ପୂର୍ବରୁ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ୪୩ ବଲ୍‌ରୁ ୬୮ ରନ୍‌ କରିଥିଲେ। ରାହୁଲଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ଭାରତ ୯ ଉଇକେଟ ହରାଇ ୨୮୫ ରନ୍‌ କରିଥିବା ବେଳେ ଦଳ ଇନିଂସ ଘୋଷଣା କରିଥିଲା। ବାଂଲାଦେଶର ସମସ୍ତ ବୋଲରଙ୍କ ଇକୋନୋମୀ ୬ ଉପରେ ରହିଥିଲା। ମେହିଦୀ ହସନ ମିରାଜ ଓ ଶକିବ ଅଲ ହସନ ୪ଟି ଲେଖାଏ ଉଇକେଟ ନେଇଥିବା ବେଳେ ହସନ ମେହମୁଦ ଗୋଟିଏ ଉଇକେଟ ନେଇଥିଲେ।
୫୨ ରନ୍‌ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ ସତର୍କତାର ସହ ଆରମ୍ଭ କରିଥିଲା। ୧୮ ଓଭର ଖେଳ ବାକି ରହିଥିବା ବେଳେ ଖରାପ ଆଲୋକ କାରଣରୁ ୧୧ ଓଭରର ଖେଳ ହୋଇପାରିଥିଲା। ଶଦମାନ ଇସଲାମ(୭*) ଓ ଜାକିର ହସନ(୧୦) ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ଜାକିରଙ୍କୁ ଆଉଟ କରି ଅଶ୍ୱିନ ଏହି ଯୋଡି ଭାଙ୍ଗିଥିଲେ। ହସନ ମେହମୁଦ ନାଇଟ ଓ୍ବାଚମ୍ୟାନ ଭାବରେ ଆସିଥିବା ବେଳେ ୪ ରନ୍‌ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶଦମାନ ଇସମାଇଲ ୭ ଓ ମୋମିନୁଲ ହକ୍‌ କୌଣସି ରନ୍‌ ନ କରି ବ୍ୟାଟିଂ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri