Posted inଖେଳ

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ ଟି୨୦ ଫର୍ମାଟର ନୀର୍ଭିକ କ୍ରିକେଟ ଖେଳିଥିବା ବେଳେ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାଂଲାଦେଶ ହାତରେ ୮ ଉଇକେଟ ରହିଥିବା ବେଳେ ଏହା ୨୬ ରନ୍‌ ପଛରେ ରହିଛି। ପ୍ରଥମେ ବୋଲର ମାନେ ବାଂଲାଦେଶକୁ ୨୩୩ ରନ୍‌ରେ ସୀମିତ ରଖିବା ପରେ ବ୍ୟାଟର ମାନେ ୩୪ ଓଭର ଖେଳି ୨୮୫ ରନ୍‌ କରିଥିଲେ। ୫୨ ରନ୍‌ରେ ପଛୁଆ ରହିଥିବା ବାଂଲାଦେଶ ଚତୁର୍ଥ ଦିନର ଷ୍ଟମ୍ପସ୍‌ ବେଳକୁ ୨ ଉଇକେଟ ହରାଇ ୨୬ ରନ୍‌ ସ୍କୋର କରିଛି।
ତୃତୀୟ ଦିନର ଅସମାପ୍ତ ସ୍କୋର ୧୦୭/୩ରୁ ଖେଳ ଆରମ୍ଭ କରିଥିଲା ବାଂଲାଦେଶ। ଭେଟେରାନ୍‌ ମୁଶଫିକୁର ରହିମ୍‌ ନିଜ ବ୍ୟକ୍ତିଗତ ସ୍କୋରରେ ଆଉ ୫ ରନ୍‌ ଯୋଡି ୧୧ ରନ୍‌ କରି ବୁମ୍‌ରାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ବାଂଲାଦେଶ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ପୂର୍ବଦିନର ଅନ୍ୟତମ ଅପରାଜିତ ବ୍ୟାଟର ମୋମିନୁଲ୍‌ ହକ୍‌ ଲଢୁଆ ଶତକ ହାସଲ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ମୋମିନୁଲ୧୯୪ ବଲ୍‌ ଖେଳି ୧୦୭ ରନ୍‌ କରିଥିଲେ। ଏହି ଇନିଂସରେ ୧୭ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମେହିଦୀ ହସନ ମିରାଜ ୨୦ ଓ ଲିଟନ୍‌ ଦାସ ୧୩ ରନ୍‌ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା ସର୍ବାଧିକ ୩ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଆକାଶ ଦୀପଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିବା ବେଳେ ଜାଡେଜାଙ୍କ ଖାତାକୁ ଆସିଥିଲା ୧ ଉଇକେଟ।
ଦୁଇ ଦିନର ଖେଳ ଧୋଇ ଯାଇଥିବା ବେଳେ ଭାରତ ଫଳାଫଳ ପାଇଁ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ କ୍ରିକେଟ ଖେଳିଥିଲା। ଅଧିନାୟକ ରୋହିତ ଶର୍ମା (୨୩) ଓ ଯଶସ୍ବୀ ଜୟସ୍ବାଲ(୭୨) ପ୍ରଥମ ଉଇକେଟରେ ୨୩ ବଲ୍‌ ଖେଳି ୫୬ ରନ୍‌ ଯୋଡି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ରୋହିତ ୧୧ ବଲ୍‌ ଖେଳି ୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଟପ୍‌ ସ୍କୋରର ରହିଥିବା ଜୟସ୍ବାଲ ୫୧ ବଲ୍‌ ଖେଳି ୧୨ ଚୌକା ଓ ୨ ଛକା ମାରିଥିଲେ। ପରବର୍ତ୍ତୀ ବ୍ୟାଟର ଶୁବମାନ ଗିଲ୍‌ ୩୯ ଓ ରିଷଭ ପନ୍ତ ୯ ରନ୍‌ କରି ଆଉଟ ହୋଇଥିଲେ। ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ୪୭ ରନ୍‌ କରିଥିଲେ। କୋହଲି ୩୫ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। କୋହଲି ଅର୍ଦ୍ଧଶତକ ପୂର୍ବରୁ ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ୪୩ ବଲ୍‌ରୁ ୬୮ ରନ୍‌ କରିଥିଲେ। ରାହୁଲଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ଭାରତ ୯ ଉଇକେଟ ହରାଇ ୨୮୫ ରନ୍‌ କରିଥିବା ବେଳେ ଦଳ ଇନିଂସ ଘୋଷଣା କରିଥିଲା। ବାଂଲାଦେଶର ସମସ୍ତ ବୋଲରଙ୍କ ଇକୋନୋମୀ ୬ ଉପରେ ରହିଥିଲା। ମେହିଦୀ ହସନ ମିରାଜ ଓ ଶକିବ ଅଲ ହସନ ୪ଟି ଲେଖାଏ ଉଇକେଟ ନେଇଥିବା ବେଳେ ହସନ ମେହମୁଦ ଗୋଟିଏ ଉଇକେଟ ନେଇଥିଲେ।
୫୨ ରନ୍‌ ପଛରେ ରହିଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ ସତର୍କତାର ସହ ଆରମ୍ଭ କରିଥିଲା। ୧୮ ଓଭର ଖେଳ ବାକି ରହିଥିବା ବେଳେ ଖରାପ ଆଲୋକ କାରଣରୁ ୧୧ ଓଭରର ଖେଳ ହୋଇପାରିଥିଲା। ଶଦମାନ ଇସଲାମ(୭*) ଓ ଜାକିର ହସନ(୧୦) ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ଜାକିରଙ୍କୁ ଆଉଟ କରି ଅଶ୍ୱିନ ଏହି ଯୋଡି ଭାଙ୍ଗିଥିଲେ। ହସନ ମେହମୁଦ ନାଇଟ ଓ୍ବାଚମ୍ୟାନ ଭାବରେ ଆସିଥିବା ବେଳେ ୪ ରନ୍‌ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଶଦମାନ ଇସମାଇଲ ୭ ଓ ମୋମିନୁଲ ହକ୍‌ କୌଣସି ରନ୍‌ ନ କରି ବ୍ୟାଟିଂ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri