Posted inଜାତୀୟ

୨ ମାସ ଯାଏ ନାବାଳିକାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲେ ଯୁବକ

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କାନପୁରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଯୁବକ ୧୪ ବର୍ଷ ବୟସ୍କା ନାବାଳକାଙ୍କୁ ବନ୍ଧକ ରଖି ଦୁଇମାସ ଧରି ଦୁଷ୍କର୍ମ କରିଥିବା ଜଣାପଡିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାଂସ ଖାଇବାକୁ ଏବଂ ନମାଜ ପଢିବାକୁ ବାଧ୍ୟ କରାଯାଇଥିଲା। ତେବେ ବିରୋଧ କରିବାରେ ତାଙ୍କୁ ମାଡ ଦିଆଯାଉଥିଲା। ପୀଡିତା ଅନେକ ଥର ଖସିଯିବାକୁ ଚେଷ୍ଟା କରିଥିଲେ ହେଲେ ସେ ଧରାପଡିଯାଇଥିଲେ। ଏହି କାର୍ଯ୍ୟରେ ଅଭିଯୁକ୍ତର ପୁରା ପରିବାର ମଧ୍ୟ ଜଡିତ ଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପୀଡିତାଙ୍କୁ ମୁକ୍ତ କରିଛନ୍ତି। ସେପଟେ, ପୀଡିତାଙ୍କ ପିତାଙ୍କ ଅଭିଯୋଗରେ ଚକେରୀ ପୋଲିସ ଏଫଆଇଆର ରୁଜୁ କରିଛି।

ଚକେରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ଜଣେ ଘରୋଇ କର୍ମଚାରୀଙ୍କ ୧୪ ବର୍ଷର ଝିଅ ଗତ ଦୁଇ ମାସ ହେବ ନିଖୋଜ ଥିଲେ। ନାବାଳିକା ତିନି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ଅଭିଯୁକ୍ତ ଯୁବକ କ୍ୟାଣ୍ଟସ୍ଥିତ ମୈକୁପୁରୱା ନିବାସୀ। ଅଭିଯୋଗ ହୋଇଛି ଯେ, ଯୁବକ ଜଣକ ନାବାଳିକାଙ୍କୁ ନିଜେ ସାଙ୍ଗରେ ନେଇ ଯାଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଆନନ୍ଦ ସିଂ କହିଛନ୍ତି ଯେ, ମୈକୁପୁରୱାଠାରେ ରହୁଥିବା ଜଣେ ଦୁର୍ଗା ବାହିନୀ କର୍ମଚାରୀ କହିଥିଲେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକା ଆଣିଛନ୍ତି। ତାଙ୍କର ଗତିବିଧିକୁ ଦେଖିଲେ ସନ୍ଦେହଜନକ ଲାଗୁଥିଲା।

ସେ କହିଛନ୍ତି , ଏହି ସୂଚନା ଆଧାରରେ ସେ ଭିଏଚପି ଏବଂ ବଜରଙ୍ଗ ଦଳ କର୍ମୀଙ୍କ ସହ ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କ ଘରେ ପହଞ୍ଚିଥିଲେ। ଘର ଭିତରେ ନାବାଳିକା ଜଣଙ୍କ ଥିବା ବେଳେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ପରିବାର ସଦସ୍ୟ ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri