ନୂଆରୂପ ପାଇବ କାନଝରୀ, ସାଳନ୍ଦୀ ଡ୍ୟାମ

କେନ୍ଦୁଝର,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ କାନଝରୀ ଡ୍ୟାମ ଓ ହାଟଡିହୀ ବ୍ଲକ୍‌ର ସଳନ୍ଦୀ ଡ୍ୟାମ (ବିଦ୍ୟାଧରପୁର ବ୍ୟାରେଜ) ନୂଆରୂପ ପାଇବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳଭଣ୍ଡାର ପାରିପାର୍ଶ୍ୱିକ ଉନ୍ନୟନ ସ୍କିମ୍‌ରେ ଏହି ଦୁଇ ଡ୍ୟାମରେ ୨ କୋଟି ଟଙ୍କା ଖର୍ଚ୍ଚ କରି ମ୍ୟୁଜିୟମ ଓ ଶିଶୁ ପାର୍କ କମ୍ପ୍ଲେକ୍ସ ନିର୍ମାଣ ହେବ। କେନ୍ଦୁଝର ବୈତରଣୀ ଅବବାହିକା ବିଭାଗ ଅନୁରୋଧ କ୍ରମେ ମଙ୍ଗଳବାର ଦିନ ଅନୁଷ୍ଠିତ ପର୍ଯ୍ୟଟନ ଉନ୍ନୟନ କମିଟି ବୈଠକରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି।
ଉକ୍ତ ସ୍ଥାନରେ ଚଲା ରାସ୍ତା, ବିଦ୍ୟୁତ୍‌ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ପିକ୍‌ନିକ ପିଣ୍ଡି, ସ୍ବାଗତ ଗେଟ୍‌, ଟଏଲେଟ କମ୍ପ୍ଲେକ୍ସ, ଆଦି କାର୍ଯ୍ୟ କରାଯିବ। ଫଳରେ ଅଧିକ ପର୍ଯ୍ୟଟକ ଆସିବେ ଏବଂ ସୁବିଧା ପାଇବେ। ପିଲାମାନେ ପାର୍କରେ ଖେଳକୁଦ କରିବେ ଏବଂ ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ବୋଲି ମତପ୍ରକାଶ ପାଉଛି। ପ୍ରକାଶ ଯେ, କେନ୍ଦୁଝର ଜିଲାର କାନଝରୀ ଓ ସାଳନ୍ଦୀ ପର୍ଯ୍ୟଟନ କେନ୍ଦ୍ରକୁ ପ୍ରତ୍ୟେକ ବର୍ଷ ବହୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବା ସହ ଭୋଜିଭାତ କରିବାକୁ ଆସିଥାନ୍ତି। ସେଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ଓ ଆମୋଦପ୍ରମୋଦର ବ୍ୟବସ୍ଥା ନାହିଁ। କାନଝରୀ ଡ୍ୟାମ ନିକଟରେ ବହୁ ଆଗରୁ ଏକ ପାର୍କ ନିର୍ମାଣ କରାଯାଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ହୋଇପଡ଼ିଛି। ବିଶେଷ କରି ଶୌଚାଳୟ ନ ଥିବାରୁ ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଉନ୍ନୟନ କାର୍ଯ୍ୟ ପରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri