ମିର୍ଦ୍ଧାପାଲି ଗାଁରେ କଙ୍ଗାରୁ କୋର୍ଟ

ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି ବାସନ୍ଦ କରାଯାଇଥିବା ଅଭିଯାଗ ହୋଇଛି। ଗଁା କମିଟି ପକ୍ଷରୁ ବିଧିବଦ୍ଧ ବୈଠକ କରି ଡେଙ୍ଗୁରା ପିଟି ରାଉତ ପରିବାର ସହ କେହି କୌଣସି ସମ୍ପର୍କ ରଖିଲେ, କଥାବାର୍ତ୍ତା ହେଲେ କିମ୍ବା ଗଁାରେ ଥିବା ଦୋକାନ ବଜାରରୁ ଜିନିଷପତ୍ର କିଣାବିକା କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଜଣାଇ ଦିଆଯାଇଥିଲା। ଏନେଇ ରାଉତ ପରିବାର ଭୟଭୀତ ହୋଇ ତାଙ୍କ କ୍ଷେତରେ ଥିବା ଖଳାରେ ରହୁଥିବା ସୂଚନା ଦେଇଛନ୍ତି। ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତ ୨୭ ତାରିଖରେ ମିର୍ଦ୍ଧାପାଲିରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ପରିଚାଳନାରେ ଗଁା କମିଟି ମୁଖ୍ୟ ଭୂମିକା ନେଇଥିଲା। ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ସେଠାରେ ଏକ ସାଇକେଲ ଷ୍ଟାଣ୍ଡ କରାଯାଇଥିଲା। ତେବେ ଏହି ସାଇକେଲ ଷ୍ଟାଣ୍ଡରେ ମୋଟର ସାଇକେଲ ରଖିବା ନେଇ ସରୋଜ ଓ କମିଟି ସଦସ୍ୟଙ୍କ ମଧ୍ୟରେ କୁଆଡେ ଉଚ୍ଚବାଚ ହୋଇଥିଲା। ଏହାପରେ ବୁଧବାର ଗାଧୁଆ ତୁଠରେ କେତେଜଣ ପିଲା ଓ ସରୋଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ କେନ୍ଦ୍ରକରି ରାତିରେ ଗଁା କମିଟି ବୈଠକ କରି ସରୋଜଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଗଁାର ଚୌକିଦାର ବଳରାମ ଜାଲଙ୍କୁ ଡକାଯାଇ ଗଁା କମିଟି ନିଷ୍ପତ୍ତି ଡେଙ୍ଗୁରା ମାଧ୍ୟମରେ ଜଣାଇ ଦେବାକୁ କୁହାଯାଇଥିଲା। ନିର୍ଦ୍ଦେଶ ମୁତାବକ ଚୌକିଦାର ଗଁାରେ ଡେଙ୍ଗୁରା ପିଟିଥିଲେ। ଏହି ଘଟଣା ପରେ ରାଉତ ପରିବାର ଗଁା ଛାଡି ନିଜ କ୍ଷେତକୁ ଚାଲିଯାଇଥିଲେ। ଗଁାରେ ଗଣ୍ଡଗୋଳ ଆଶଙ୍କାରେ ପରିବାର ଲୋକେ କ୍ଷେତରେ ରହିଥିବା ସରୋଜ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏନେଇ ଏକ ମାମଲା (୫୬୯/୨୨) ରୁଜୁ କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ପୋଲିସ ପ୍ରଶାସନ ଉଭୟ ପକ୍ଷଙ୍କ ବିରୋଧରେ ୧୦୭ ଦଫା ଲଗାଇ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସଦର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।