ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଖୋଲାଖୋଲି ନିଜର ମତ ପ୍ରକାଶ କରନ୍ତି ଯାହା ଫଳରେ ଟ୍ରୋଲର ଶିକାର ହୋଇଥାନ୍ତି। ଟ୍ରୋଲରମାନେ ଅଭିନେତ୍ରୀମାନଙ୍କୁ ସମାଲୋଚନା କରିଥାନ୍ତି। ଏବେ ସେ କରିସ୍ମା କପୁରଙ୍କ ବିଷୟରେ ଏମିତି କିଛି କହିଛନ୍ତି, ଯାହାକୁ କେହି ପ୍ରଥମେ ବିଶ୍ୱାସ କରିବେ ନାହିଁ। ସେ ଥରେ କରିସ୍ମାଙ୍କୁ ପ୍ରଶଂସା କରିଥିଲେ। ଏବେ ସେ ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ତାଙ୍କୁ ପୂଜା କରନ୍ତି ବୋଲି କହିଛନ୍ତି।
ଫଟୋରେ ତାଙ୍କ ଲୁକ୍କୁ କରିସ୍ମାଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି ଲେଖିଛନ୍ତି। ୯୦ ଦଶକର ପ୍ରକୃତ ଫ୍ୟାଶନିଷ୍ଟା କରିସ୍ମାଙ୍କୁ କିଏ ଆଦର୍ଶ କରିଥିଲା? ହାହା! ମୁଁ ନିଶ୍ଚିତ ଭାବରେ କରିଥିଲି। ଏହି ପୋଷ୍ଟ ସହିତ, ଅଭିନେତ୍ରୀ କରିସ୍ମାଙ୍କ ଫିଲ୍ମ ‘ଦିଲ ତୋ ପାଗଲ ହୈ’ର ଗୀତ ‘ଲେ ଗୟି’ ମଧ୍ୟ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ରଖିଛନ୍ତି। କରିସ୍ମା ଏପର୍ଯ୍ୟନ୍ତ କଙ୍ଗନାଙ୍କ ପୋଷ୍ଟର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।