ଡ୍ରେସ୍‌କୁ ନେଇ ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ଏକ ଟ୍ରାନ୍ସପରେଟ ପୋଷାକ ପିନ୍ଧିଥିବାର ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ଟ୍ରୋଲଙ୍କୁ ଜବାବ ଦେଇ କଙ୍ଗନା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଲେଖିଛନ୍ତି, ପ୍ରତ୍ୟେକ ମହିଳାଙ୍କ ଅଧିକାର ଅଛି ସେ ଯାହା ଯେମିତି ଚାହିଁବେ ସେପରି ପୋଷାକ ପିନ୍ଧିପାରିବେ। ମହିଳାମାନେ କ’ଣ ପିନ୍ଧିବେ ନ ପିନ୍ଧିବେ ସେନେଇ କେହି ମୁଣ୍ଡ ପୁରାଇବା କଥା ନୁହେଁ। ଆଉ ଏକ ଷ୍ଟୋରିରେ ସେ ଅନୁରୂପ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଭାବୁଛି ମୋ କଥା ସ୍ପଷ୍ଟ କରିଦେଇଛି। ଏବେ ମୁଁ ଅଫିସ୍‌ ଯାଇପାରିବି। କଙ୍ଗନା ଏବେ ଫିଲ୍ମ ‘ଏମର୍ଜେନ୍ସି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ।

Share