ଧାକଡକୁ ନେଇ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଫିଲ୍ମ ‘ଧାକଡ’ର ଶୁଟି ପାଇଁ ସେ ଏବେ ବୁଦାପେଷ୍ଟରେ । ସେହି ଶୁଟିଂ ସେଟରୁ ଏକ ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆଉ ଏହାକୁ ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ଫିଲ୍ମକୁ ଅପେକ୍ଷା କଲେଣି । କରୋନା ମହାମାରୀ ପାଇଁ ଶୁଟିଂ ବନ୍ଦ ଥିବା ବେଳେ ଏବେ ଏହାର ଶୁଟିଂ ପୁଣି ଥରେ ବୁଦାବେଷ୍ଟରେ ଆରମ୍ଭ କରାଯାଇଛି । ଏହାର ପ୍ରଥମଭାଗ ମଧ୍ୟପ୍ରଦେଶରେ ଶୁଟିଂ ସରିଛି । ଏଥିରେ ଅଭିନେତ୍ରୀ ଏକ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଯାହାର ନାମ ରଖାଯାଇଛି ଅଗ୍ନୀ । କଙ୍ଗନାଙ୍କ ସହ ଅର୍ଜୁନ ରାମପାଲ ବି ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅର୍ଜୁନ ମଧ୍ୟ ନିଜ ପରିବାର ସହ ବୁଦାପେଷ୍ଟ ପହଞ୍ଚି ସାରିଛନ୍ତି । ବଲିଉଡ୍‌ରେ ବିବାଦୀୟ ହୋଇ ପଡିଥିବା କଙ୍ଗନାଙ୍କ ହାତରେ ଏବେବି ଆଉ କିଛି ଅଫର ରହିଛି । ଏହାପରେ ବି ଆଗକୁ ସେ ନିର୍ଦ୍ଦେଶିକା ଭାବେ ଉଭା ହେବେ ବୋଲି ଜଣାପଡିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଉପରେ ସେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା କହିଛନ୍ତି । ହେଲେ ସେ ସ୍ପଷ୍ଟ କରିଛନ୍ତି କି ଏହା ଇନ୍ଦିରାଙ୍କ ବାୟୋପିକ୍ ନୁହେଁ ।

Share