କମୁଛି କଙ୍ଗନାଙ୍କ ଫଲୋୟର୍ସ ସଂଖ୍ୟା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ରେ ବଂଶବାଦ ଓ ପକ୍ଷପାତିତାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଉଥିବା କଙ୍ଗନାଙ୍କର ଏବେ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରରେ ଫଲୋୟର୍ସଙ୍କ ସଂଖ୍ୟା ଦିନକୁ ଦିନ କମ୍‌ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ପ୍ରତିଦିନ କଙ୍ଗନାଙ୍କର ୪୦-୫୦ ହଜାର ଫଲୋୟର୍ସ କମି କମି ଯାଉଛନ୍ତି। ଜଣେ ୟୁଜର୍ସ ଏ ସମ୍ପର୍କରେ ଟୁଇଟ୍‌ କରି କଙ୍ଗନାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହା ଜଣାପଡିଛି। ତେବେ ଚୌକିଦାର ଫିରସେ ନାମକ ଏକ ଟୁଇଟର ଆକାଉଣ୍ଟ ଲେଖିଛି କଙ୍ଗନା ଜି ଆପଣଙ୍କ ଫଲୋୟର୍ସଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ଟୁଇଟର ଦ୍ୱାରା ହେଉଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଘଣ୍ଟାଏ ପୂର୍ବରୁ ୯୯୨୦୦୦ ସଂଖ୍ୟାଟି ଘଣ୍ଟାଏ ପରେ ୯୮୮୦୦୦ ହୋଇଯାଇଛି। କଙ୍ଗନା ଏହାର ଉତ୍ତରରେ କହିଛନ୍ତି, ମୁଁ ଆପଣଙ୍କ ସହ ସହମତ। ମୁଁ ବି ଦେଖୁଛି ପ୍ରତିଦିନ ୪୦-୫୦ ହଜାର ଫଲୋୟର୍ସ କମି ଯାଉଛନ୍ତି। ହେଲେ ଏହା କେମିତି ହେଉଛି ଓ କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଟୁଇଟକୁ ସେ ଟୁଇଟର ଇଣ୍ଡିଆ ଓ ଟୁଇଟର ସପୋର୍ଟକୁ ଟ୍ୟାଗ କରିଛନ୍ତି।

Share