ସବୁ କଳ୍ପନାର ଅନ୍ତ, ‘ସିତା-ଦ ଇନକାରନେଶନରେ ସୀତା ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଫିଲ୍ମ ‘ଥାଲାଇବି’ରେ ନିଜର ଦମଦାର ଅଭିନୟ ଦେଖାଥିବା କଙ୍ଗନା ରାନାୱତ ପୁଣିଥରେ ଏକ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ଜଣାପଡିଛି । ପଦ୍ମଶ୍ରୀ ଓ ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି କଙ୍ଗନା ଏଥର ସୀତା ଭୂମିକାରେ ନଜର ଆସିବେ । ଆଗରୁ ଏହା ଶୁଣିବାକୁ ମିଳିଥିବା ବେଳେ ଏବେ କିନ୍ତୁ ସୀତା ଚରିତ୍ର ପାଇଁ କଙ୍ଗନାଙ୍କ ନାମରେ ମୋହର ଲାଗିଯାଇଥିବା ଜଣାପଡିଛି । ଏସ୍‌ଏସ୍ ଷ୍ଟୁଡିଓ ଦ୍ୱାରା ‘ସିତା- ଦ ଇନକାରନେଶନ’ ନିର୍ମାଣ କରାଯାଉଛି । ଫିଲ୍ମ ନିର୍ମାତା ଅଫିସିୟାଲି ‘ସିତା- ଦ ଇନକାରନେଶନ’ରେ କଙ୍ଗନା ସୀତା ଭୂମିକାରେ ନଜର ଆସିବେ ବୋଲି କହିଛନ୍ତି । ଏହାର ନିର୍ଦ୍ଦେଶନା ଅଲୌକିକ ଦେଶାଇ କରୁଥିବା ବେଳେ ଫିଲ୍ମର ନିର୍ମାତା ରହିଛନ୍ତି ସଲୋନି ଶର୍ମା । ଏହାକୁ ନେଇ କଙ୍ଗନା କହିଛନ୍ତି ସେ କେବଳ ଜଣେ ଅଭିନେତୀ ନୁହେଁ । ତାଙ୍କର ଦମଦାର ଅଭିନୟ ପାଇଁ ହିଁ ସେ ବଲିଉଡର କୁଇନ୍ ପାଲଟି ଯାଇଛନ୍ତି । ଫିଲ୍ମ ମଣିକର୍ନିକାଠାରୁ ଆରମ୍ଭ କରି ଥାଲାଇବି, ଧାକଡ, ପଙ୍ଗା ଭଳି ହିଟ୍ ଫିଲ୍ମ ଦେଇଥିବା କଙ୍ଗନା ଏଥର ବି ତାଙ୍କର ଦମଦାର ଅଭିନୟ ଦେଖାଇବେ । ଏବେ ସେ ବଲିଉଡର ସବୁଠାରୁ ବିଜି ଆକ୍ଟ୍ରେସ୍ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri