ଭାଜପା ଟିକେଟ ମିଳିଥିଲେ ବି ରାଜନୀତି କରିବାକୁ ଚାହୁଁ ନାହାନ୍ତି କଙ୍ଗନା

ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ। ଏହାର କାରଣ ହେଉଛି ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା। ଏହି ମାମଲାରେ ନିଜର ମତ ରଖି ଚର୍ଚ୍ଚାକୁ ଆସିଛନ୍ତି ନାୟିକା କଙ୍ଗନା ରାନାଓ୍ବତ। ବଲିଉଡ୍‌ରେ ନେପୋଟିଜମ ବା ପ୍ରୀୟାପ୍ରୀତି ପୋଷଣକୁ ଖୁବ୍‌ ବିରୋଧ କରିବା ସହ ଏଥିରେ ସେ କେତେଜଣ ଷ୍ଟାର କିଡ୍ସ, ପ୍ରଯୋଜନ ଓ ନିର୍ଦ୍ଦେଶକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ସେ ସବୁବେଳେ ନିଜର ମତ ରଖୁଛନ୍ତି। ଅନ୍ୟପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବା ନେଇ ଟ୍ରୋଲର୍ସଙ୍କର ଶିକାର ହୋଇଛନ୍ତି। ଏହାକୁ ନେଇ ମଧ୍ୟ ଚୁପ୍‌ ବସି ନାହାନ୍ତି କଙ୍ଗନା। ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି। କାରଣ ମୁଁ ରାଜନୀତିରେ ଆସିବାକୁ ଚାହୁଁଛି। ମୋ ଜେଜେ ୧୫ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ରହିଥିଲେ। ଆମଘର ସବୁବେଳେ ରାଜନୀତି ସହ ଜଡିତ। ଆଉ ଆମ ପରିବାର ରାଜନୀତିରେ ଏତେ ଲୋକପ୍ରିୟ ଯେ ଗ୍ୟାଙ୍ଗଷ୍ଟରଙ୍କ ପରେ ମୋତେ ପ୍ରତିବର୍ଷ କଂଗ୍ରେସ ଦଳରୁ ରାଜନୀତି ମଇଦାନକୁ ଆସିବାକୁ ଅଫର ମିଳୁଥିଲା। ତେବେ ଫିଲ୍ମ ‘ମଣିକର୍ନିକା’ ପରେ ମୋତେ ଭାରତୀୟ ଜନତା ପାର୍ଟିରୁ ଟିକେଟ ଅଫର କରାଯାଇଥିଲା। ହେଲେ ମୁଁ ମୋ କାମକୁ ଅଧିକ ଭଲପାଏ। ତେଣୁ ଏବେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନାହିଁ ବୋଲି ଟ୍ରୋଲର୍ସଙ୍କୁ ଉତ୍ତର ଦେଇଛନ୍ତି କଙ୍ଗନା।

Share