ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…

ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା ବାସ୍ତବ ଜୀବନରେ ସେ ରାଜନୀତିକୁ ଓହ୍ଲାଇବେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଜବାବରେ ହଁ କହିଛନ୍ତି କଙ୍ଗନା।

ଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜନୀତିକୁ ଆସିବାକୁ ନେଇ ତାଙ୍କର ଇଚ୍ଛା ବିଷୟରେ କଙ୍ଗନାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ଜଣେ ରାଷ୍ଟ୍ରବାଦୀ। ଦେଶ ସହ ଜଡ଼ିତ ପ୍ରସଙ୍ଗରେ ସବୁବେଳେ ନିଜ ପକ୍ଷ ରଖି ଆସିଛି। ଏଥିପାଇଁ ମୁଁ ରାଜନୈତିକ ପ୍ରସଙ୍ଗରେ କହୁଛି ବୋଲି ଲୋକେ ଭାବିଥାନ୍ତି। ମୁଁ ରାଜନେତା ନୁହେଁ। ଜଣେ ଦାୟିତ୍ୱବାନ ନାଗରିକ ଏବଂ ସେଲିବ୍ରିଟି ଭାବେ ନିଜ କଥା ହୋଇଥାଏ। ମୁଁ ସର୍ବଦା ଦେଶବାସୀ ଏବଂ ଦେଶର ଅଧିକାର ବିଷୟରେ କଥା ହୋଇଥାଏ। ଆଗାମୀ ଦିନରେ ମୁଁ ରାଜନେତା ହେବି କି ନାହିଁ ତାହା ମୋ ହାତରେ ନାହିଁ। ଆପଣମାନଙ୍କ ସହଯୋଗ ବିନା ପଞ୍ଚାୟତ ନିର୍ବାଚନ ଜିତିପାରିବି ନାହିଁ। ଯଦି ରାଜନୀତି କ୍ଷେତ୍ରକୁ ଆସିବି, ଏଥିପାଇଁ ଆସିବି ଯେ ମୋତେ ଲୋକମାନେ ଭଲ ପାଇଥାନ୍ତି, ଅଥବା ମୋ ପାଖରେ କ୍ଷମତା ରହିଛି। ଏବେ ମୁଁ ଅଭିନେତ୍ରୀ ଭାବେ ଠିକ୍‌ ଅଛି। ଏହା ମୋତେ ଖୁସି ଦେଉଛି। ଭବିଷ୍ୟତରେ ଲୋକମାନେ ମୋତେ ବାଛିଲେ, ନିଶ୍ଚିତ ଭାବେ ରାଜନୀତିକୁ ଓହ୍ଲାଇବି ବୋଲି କଙ୍ଗନା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି। ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଜୁଆଖେଳ ସହ ଏହା ସମାନ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri