ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା

ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ ଦିଅନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୋନିୟିନ ସେଲଭାନ ପାର୍ଟ-୧’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। କଙ୍ଗନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଐଶ୍ୱର୍ଯ୍ୟାଙ୍କୁ ପରଦାର ପ୍ରକୃତ ରାଣୀ ବୋଲି ପ୍ରଶଂସା କରିଛନ୍ତି।
କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଷ୍ଟାଟସ ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରେ ସେ ପିଏସ୍‌-୧ର ପୋଷ୍ଟର ଶେୟାର କରି ଲେଖିଥିଲେ ଯେ, ଅନେକ କିମ୍ବଦନ୍ତୀ କଳାକାରଙ୍କ ଏହି କାର୍ଯ୍ୟକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ। ଦ୍ୱିତୀୟ ପୋଷ୍ଟରେ କଙ୍ଗନା ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଐଶ୍ଚର୍ଯ୍ୟାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। କଙ୍ଗନା ଲେଖିଛନ୍ତି, ଅଲ୍ଟିମେଟ ରାଣୀ ଐଶ୍ୱର୍ଯ୍ୟାଙ୍କୁ ପୁଣି ପରଦାରେ ଦେଖି ଉତ୍ସାହିତ, ପିଏସ୍‌-୧ର କାହାଣୀ କାଳ୍ପନିକ ହୋଇପାରେ କିନ୍ତୁ ଏହା ଇତିହାସର ପୃଷ୍ଠାରୁ ଆସିଛି।
ଅଭିନେତ୍ରୀ ଐଶ୍ୱର୍ଯ୍ୟା ପିଏସ୍‌-୧ ଫିଲ୍ମରେ ରାଜକୁମାରୀ ନନ୍ଦିନୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ଚିଆନ ବିକ୍ରମ, ତ୍ରିଶା, କାର୍ତ୍ତି, ତ୍ରିଶା କୃଷ୍ଣନଙ୍କ ଭଳି ଅଭିନେତା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଦକ୍ଷିଣ ଭାରତୀୟ ଭାଷାରେ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ହାସଲ କରିଛି।
ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଡବଲ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ଉଭୟ ଚରିତ୍ର ବହୁତ ଶକ୍ତିଶାଳୀ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମଣିରତ୍ନମ।

 

 


Enter your email to get our daily news in your inbox.

All Right Reserved By Dharitri.Com

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri