Posted inଜାତୀୟ

ଭାଜପା ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି କଙ୍ଗନା

ନୂଆଦିଲ୍ଲୀ,୯ା୨: ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ଲୋକ ସଭା ନିର୍ବାଚନ-୨୦୨୪ ପାଇଁ ପ୍ରାୟ ୧୫୦ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ଯେଉଁ ଆସନରୁ ଭାଜପା ହାରିଛି ସେଠାରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହି ଆସନରେ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ବର୍ତ୍ତମାନ ଏଠାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାଜପା ନିଜର ଦୁର୍ଗ ଗଢ଼ିବାକୁ ନିଷ୍ପତ୍ତି ନେଇଛି। ଏହା ହେଉଛି ହିମାଚଳ ପ୍ରଦେଶର ଏକମାତ୍ର ଲୋକ ସଭା ଆସନ, ଯାହା କଂଗ୍ରେସ ସହିତ ଅଛି। ଯଦିଓ ପୂର୍ବରୁ ଏହି ଆସନ ଭାଜପାର ଥିଲା କିନ୍ତୁ ୨୦୨୧ରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିଲା।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଦିଲ୍ଲୀର ଆସନ ପାଇଁ ଆଲୋଚନା ଚାଲିଛି। ଏଥିରେ ମଣ୍ଡି ଲୋକ ସଭା ଆସନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଏଠାରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ। ହଜିଯାଇଥିବା ଆସନରେ ପ୍ରାର୍ଥୀ କରି ସଠିକ୍‌ ସମୟରେ ପ୍ରଚାର ଆରମ୍ଭ କରିବା ନେଇ ଭାଜପା ରଣନୀତି ପ୍ରସ୍ତୁତ କରୁଛି।

ମଣ୍ଡି ଲୋକ ସଭା ଆସନରୁ ଭାଜପା ଟିକେଟ ଚାହୁଁଥିବା ପ୍ରାର୍ଥୀଙ୍କ ଏକ ଲମ୍ବା ତାଲିକାକୁ ନେଇ ଚର୍ଚ୍ଚା ହେଉଛି। ତେବେ ପ୍ରଥମରେ ପୂର୍ବତନ ସିଏମ୍‌ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ନାଁ ଆସୁଛି। କିନ୍ତୁ ଜୟରାମ କହିଛନ୍ତି, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହା ବ୍ୟତୀତ ଭାଜପାର ପୂର୍ବତନ ପ୍ରାର୍ଥୀ ବ୍ରିଗେଡିୟର୍‌ କୁଶଲ ଠାକୁର, ମ୍ୟୁନିସିପାଲିଟି କାଉନସିଲ ମନାଲିର ସଭାପତି ତଥା ଏଚ୍‌ପି ମ୍ୟୁନିସିପାଲିଟି କର୍ପୋରେଶନର ଚମନ କପୁର, ଭାଜପା ନେତା ଅଜୟ ରାଣା ଏବଂ ଆଶ୍ରୟ ଶର୍ମାଙ୍କ ପ୍ରମୁଖ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏହା ସହିତ ପୂର୍ବତନ ଏମ୍‌ପି ମହେଶ୍ୱର ସିଂ ମଧ୍ୟ ଟିକେଟ୍‌ ପାଇଁ ଆଶା ରଖିଛନ୍ତି। କିନ୍ତୁ ଦଳ କେବଳ ତାଙ୍କ ବୟସକୁ ବିଚାର କରି କୌଣସି ବି ନିଷ୍ପତ୍ତି ନେଇପାରେ। ଫିଲ୍ମ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ହିମାଚଳରୁ ଭାଜପା ତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ଏହା ବ୍ୟତୀତ ପୂର୍ବତନ ମନ୍ତ୍ରୀ ଗୋବିନ୍ଦ ସିଂ ଠାକୁର ଏବଂ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ବିହାରୀ ଲାଲ ଶର୍ମାଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର।…

କେନ୍ଦ୍ରର ଆର୍ଥତ୍କ ନିଅଣ୍ଟ ବଜେଟ ଆକଳନର ୫୪.୫%

ନୂଆଦିଲ୍ଲୀ,୩୧ା୧: ଡିସେମ୍ବର ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ନିଅଣ୍ଟ ୮.୫୫ ଲକ୍ଷ କୋଟି ଟଙ୍କା ବା ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ ଆକଳନର ୫୪.୫ ପ୍ରତିଶତ ବୋଲି…

ପାନ ଦୋକାନରେ ଚଢାଉ : ତମାଖୁ ଉତ୍ପାଦ ବିକ୍ରି କରି ଗଣିଲେ ତଣ୍ଡ

ବରଗଡ଼, ୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ସ୍ବାସ୍ଥ୍ୟ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ମିଳିତ କାର୍ଯ୍ୟକାରୀ ସ୍କ୍ବାଡ୍‌ ଗଠିତ ହୋଇ ତମାଖୁ ନିୟନ୍ତ୍ରଣ ନିୟମ…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

ଟ୍ୟାଗ୍‌ ଅଛି, ଧାନ ଉଠୁନି: ମଣ୍ଡିରେ ପଡିଛି ୧୬ ଲକ୍ଷ ୩ ହଜାର ପ୍ୟାକେଟ ଧାନ

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମଣ୍ଡି ଖୋଲିବାର ୨ ମାସ ବିତିଥିଲେ ମଧ୍ୟ ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚତ୍ ପାରିନାହିଁ। ଯେଉଁ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri