ଡରିବି ନାହିଁ କି ନଇଁବି ନାହିଁ, ରାଣୀ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅନୁସରଣ କରିବି‌: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କଙ୍କନା ସେପ୍ଟେମ୍ବର ୯ ଅର୍ଥାତ୍‌ ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଚଣ୍ଡିଗଡ଼ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଯାତ୍ରା କରିବା ପୂର୍ବରୁ କଙ୍କନା ଟୁଇଟ୍‌ କରି କହିଛନ୍ତି, ରାଣୀ ଲକ୍ଷ୍ମୀବାଇଙ୍କ ଭଳି ସାହସ, ଧୈର୍ଯ୍ୟ ଏବଂ ବଳିଦାନକୁ ମୁଁ ଫିଲ୍ମ ଜରିଆରେ ଦେଖାଇଛି। ଏବେ ନିଜ ବ୍ୟକ୍ତି ଜୀବନରେ ମଧ୍ୟ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅସୁସରଣ କରିବି ବୋଲି କଙ୍ଗନା କହିଛନ୍ତି। ନା କେବେ ଡରିବି, ନା କେବେ ନଇଁବି। ଭୁଲ ବିରୋଧରେ ନିଜ ସ୍ବର ଉତ୍ତେଳନ କରିଚାଲିବି। ଜୟ ମହାରାଷ୍ଟ୍ର, ଜୟ ଶିବାଜୀ ବୋଲି କଙ୍ଗନା କହିଛନ୍ତି। ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନାଙ୍କ ଦୁଇଥର କରୋନା ଟେଷ୍ଟ ହୋଇଛି। ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ କଙ୍ଗନା ଏବଂ ମହାରାଷ୍ଟର ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କଙ୍ଗନା କହିଥିଲେ ମୁମ୍ବାଇରେ ସେ ସୁରକ୍ଷିତ ନାହାନ୍ତି, ସେଠାରେ ତାଙ୍କୁ ପିଓକେ ଭଳି ଅନୁଭବ ହୁଏ। ଏହାର ଜବାବରେ ଶିବସେନା ନେତା ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ।

Share