ବଲିଉଡ ପୁରସ୍କାରକୁ ଏକ ‘ବଡ ଠକେଇ’ କହିଲେ କଙ୍ଗନା

ମୁମ୍ବାଇର ତାଜ୍‌ ଲାଣ୍ଡସ୍‌ ଏଣ୍ଡରେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୀ ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ବଲିଉଡ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ସଂସ୍କରଣ ପାଇଁ ସ୍ବାମୀ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ରଣବୀର ଏବଂ ଆଲିଆ ପ୍ରମୁଖ ପୁରସ୍କାର ଗ୍ରହଣ କରିବାର କିଛି ଘଣ୍ଟା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆପତ୍ତି ଉଠାଇଥିଲେ। ଏହା ସହିତ ଅଭିନେତ୍ରୀ ଦାବି କରିଛନ୍ତି ଯେ ‘ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇ ନେଇଛନ୍ତି’।
କଙ୍ଗନା ଲେଖିଛନ୍ତି, ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇବା ପୂର୍ବରୁ ପୁରସ୍କାର ତାଲିକା ଏଠାରେ ଅଛି। ମୁଁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ରିଷଭ ଶେଟ୍ଟୀ (କାନ୍ତରା), ଶ୍ରେଷ୍ଠ ଅଭିନେତ୍ରୀ-ମୃନାଲ ଠାକୁର (ସୀତା ରାମ), ଶ୍ରେଷ୍ଠ ଚଳଚ୍ଚିତ୍ର- କାନ୍ତାରା, ଶ୍ରେଷ୍ଠ ନିର୍ଦ୍ଦେଶକ – ଏସ ରାଜାମୌଲି (ଆରଆରଆର), ଶ୍ରେଷ୍ଠ ସହାୟକ ଅଭିନେତା – ଅନୁପମ ଖେର (କଶ୍ମୀର ଫାଇଲ), ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ତବୁ (ଭୁଲ ଭୁଲେୟା)ଙ୍କୁ ପୁରସ୍କାର ଦେବି। ଏମାନେ ହିଁ ପ୍ରକୃତ ପୁସ୍କାର ଦାବିଦାର ବୋଲି କଙ୍ଗନା କହିଛନ୍ତି। କିନ୍ତୁ ଏମାନଙ୍କୁ ପୁରସ୍କାର ଦିଆଯାଇ ନାହିଁ।
ଅନ୍ୟ ଏକ ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ନେପୋ କୀଟମାନେ ମାତାପିତା ନାଁ ଏବଂ ସମ୍ପର୍କୀୟଙ୍କ ନାଁ ବ୍ୟବହାର କରନ୍ତି। କାମ ପାଇବା ପାଇଁ ଯିଏ ଚାଟୁକାର କରନ୍ତି, ଯଦି ଜଣେ ଆତ୍ମନିର୍ଭରଶୀଳ ବ୍ୟକ୍ତି ଆସନ୍ତି, ତେବେ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦିଅନ୍ତି। ମୁଁ ବର୍ତ୍ତମାନ ତୁମ ସମସ୍ତଙ୍କୁ ବିନାଶ କରିବାକୁ ସଂକଳ୍ପବଦ୍ଧ।
ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାର ନିର୍ଦ୍ଦେଶନା ସଞ୍ଜୟ ଲିଲା ବଂଶାଲୀ ଦେଇଥିଲେ। ସେହିପରି ୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁଶନ୍‌ ଇନ୍‌ ଦ ଫିଲ୍ମ ଇଣ୍ଡଷ୍ଟ୍ରି’ କାଟେଗୋରିରେ ସମ୍ମାନିତ କରାଯାଇଛି। ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଜଗତର ବହୁ କଳାକାର ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri