କଙ୍ଗନାଙ୍କୁ ହତ୍ୟା ଧମକ!

ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ଟୁଇଟ କରି ଫସିଥିବା କଙ୍ଗନା ଏବେ କହିଛନ୍ତି ଅନଲାଇନରେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ଏହାସହ ସେ ପ୍ରିୟଙ୍କା ଚୋପ୍ରା ଓ ଦିଲଜିତ ଦୋସାଞ୍ଝଙ୍କୁ ବି ତାନା ମାରିଛନ୍ତି । ସେ କହିଛନ୍ତି ଗତ ୧୨ ଦିନ ହେବ ତାଙ୍କୁ ଅନ୍‌ଲାଇନରେ ହତ୍ୟା ଓ ବଳାତ୍କାର ଧମକ ମିଳୁଛି । ଯାହା ତାଙ୍କୁ ମାନସିକ ଭାବେ ଯନ୍ତ୍ରଣା ଦେଇଛି । ସେଥିପାଇଁ ସେ ଏକ ଭିଡିଓ ଜାରି କରି କିଛି ପ୍ରଶ୍ନ କରିଛନ୍ତି । ସେ କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି ଏଥିରେ ସନ୍ଦେହ ନାହିଁ ଯେ କୃଷକଙ୍କ ବିରୋଧ ପ୍ରଦର୍ଶନ ସମ୍ପୂର୍ଣ୍ଣ ରାଜନୈତିକ । ମୁଁ ମଧ୍ୟ ଜାଣିଛି ଯେ ପଞ୍ଜାବର ୯୯ ପ୍ରତିଶତ ଲୋକ ଖଲିସ୍ତାନ ଚାହୁଁ ନାହାଁନ୍ତି । ସେମାନେ ଦେଶକୁ ବିଭାଜିତ କରିବାକୁ ଚାହୁଁ ନାହାଁନ୍ତି । କାରଣ ସେମାନେ ଦେଶକୁ ଭଲ ପାଆନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବେ କୃଷକ ଆନ୍ଦୋଳନକୁ ନେଇ କଙ୍ଗନା କିଛି ଟୁଇଟ୍ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ଟୁଇଟର ୱାର । ଅଭିନେତା ଦିଲଜିତ କଙ୍ଗନାଙ୍କୁ ବିରୋଧ ବି କରିଥିଲେ । ଏବେ ଏହାକୁ ନେଇ କଙ୍ଗନା କହିଛନ୍ତି ମୋତେ ଯେମିତି ପ୍ରଶ୍ନ ପଚରା ଯାଉଛି ଦିଲଜିତ ଓ ପ୍ରିୟଙ୍କା କ’ଣ କରୁଛନ୍ତି ବୋଲି କାହିଁକି ପ୍ରଶ୍ନ କରାଯାଉନି ବୋଲି ସେ କହିଛନ୍ତି । ଯଦି ମୁଁ ଦେଶ ସପକ୍ଷରେ କଥା କହିଲେ ତାହାକୁ ରାଜନୀତି ବୋଲି କୁହାଯାଉଛି ତେବେ ସେମାନେ କ’ଣ କରୁଛନ୍ତି ବୋଲି କଙ୍ଗନା ଓଲଟା ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri