‘କଣ୍ଡି’ କହେ ପାଣିପାଗ କଥା

ଛେଣ୍ଡିପଦା,୯ା୮: ପାଣିପାଗ ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବନ୍ଧା। ଅନୁକୂଳ ପାଗ ସୂଚନା ଚାଷୀଙ୍କୁ କର୍ମଚଞ୍ଚଳ କରିଦିଏ। ପ୍ରତିକୂଳର ସାମାନ୍ୟ ଆଶଙ୍କା ମଧ୍ୟ ଚିନ୍ତାରେ ପକାଇଦିଏ। ପ୍ରତିବର୍ଷ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ଏ ସମ୍ପର୍କିତ ଘୋଷଣାକୁ ଚାଷୀମାନେ ଚାହିଁ ବସିଥାନ୍ତି। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର ଅନେକ ଚାଷୀ ଏଥିପାଇଁ ଆଇଏମ୍‌ଡିକୁ ଅପେକ୍ଷା କରି ନ ଥାନ୍ତି। ସେମାନେ ନିଜ ପରମ୍ପରାକୁ ଗୁରୁତ୍ୱ ଦେଇ ମାଟି ତଳୁ କଣ୍ଡି (ପୋତା ଯାଇଥିବା ଛୋଟ କଳସି) ବାହାର କରି ବର୍ଷା ସମ୍ପର୍କିତ ନିର୍ଭୁଲ୍‌ ସୂଚନା ପାଉଥିବା ବିଶ୍ୱାସ କରନ୍ତି। ଦୀର୍ଘ ୨ଶହ ବର୍ଷ ହେଲା ଏହି କଣ୍ଡି ଦିଅଁଙ୍କ ସୂଚନା ଆଧାରରେ ହିଁ ଏଠାକାର ଚାଷୀମାନେ ଚାଷ କାର୍ଯ୍ୟ କରି ଆସୁଥିବା ଜଣାପଡ଼ିଛି।
ବାଗଡ଼ିଆ ଗ୍ରାମର ଚାଷୀମାନଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଶ୍ରାବଣ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ସେମାନେ ବୁଢାଢିପ ସାହିର ଉତ୍ତର ଦିଗରେ ଥିବା ଏକ ବିଶାଳ ଆଙ୍କୁଲ, ଅଶ୍ୱତ୍‌ଥ ଓ ବାଉଁଶ ବଣ ମଧ୍ୟରେ କଣ୍ଡି ପୂଜା କରିଥାନ୍ତି। କନ୍ଧ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଦେହୁରୀ (ପୂଜକ) ହୋଇଥାନ୍ତି। ଏକ କଣ୍ଡିରେ ଘିଅ, ମହୁ ଓ ଗୁଡ଼ ଭର୍ତ୍ତି ସହ ଢାଙ୍କୁଣି ଦେଇ ମାଟି ତଳେ ପୋତି ଦେଇଥାନ୍ତି। ଏଥିସହ ପୂର୍ବବର୍ଷ ପୋତାଯାଇଥିବା କଣ୍ଡିକୁ ଏକ କାଠ ଶୁଳିଆ ବା ଶାବଳ ମାଧ୍ୟମରେ ବାହାର କରି ଖୋଲି ଦେଖିଥାନ୍ତି। କଣ୍ଡିରେ ପାଣି ଭର୍ତ୍ତିଥିଲେ ଚଳିତବର୍ଷ ପ୍ରବଳ ବର୍ଷା ହେବ ବୋଲି ବିଶ୍ୱାସ କରାଯାଏ। ବାଲି ଭରି ରହିଥିଲେ କେବଳ ଖାଲୁଆ ଜମିରେ ଭଲ ଚାଷ, ଅଳ୍ପ କାଦୁଅ ଥିଲେ ଅଧା ଜମିରେ ଚାଷ ନଷ୍ଟ, ଶୁଖିଲା ବାଲି ଧୂଳି ଥିଲେ ମରୁଡି ଓ କଣ୍ଡି ଭିତରେ ଚେର ବାହାରିଥିଲେ ଗଜା ମରୁଡି, ପୋକ ଥିଲେ ଧାନ ଗଛରେ ରୋଗ ପୋକ ଲାଗିବା ଏବଂ ଖାଲି ଘିଅ ଥିଲେ ଡେରିରେ ବର୍ଷା ସହ ଚାଷ କାର୍ଯ୍ୟ ବିଳମ୍ବ ହେବ ବୋଲି ଚାଷୀମାନେ ଧରିନେଇଥାନ୍ତି। ପୂଜା ସ୍ଥଳ ବା ଉକ୍ତ ବଣ ଭିତରକୁ ଅନିଷ୍ଟ ହେବା ଭୟରେ କେହି ଯାଆନ୍ତି ନାହିଁ। ବ୍ଲକର ବିଭିନ୍ନ ଗଁା ସହ ପଡ଼ୋଶୀ ରେଢାଖୋଲ, ନାକଟିଦେଉଳ ଅଞ୍ଚଳର ଚାଷୀମାନେ ଏପରି ଭାବେ ପାଣିପାଗ ସୂଚନା ପାଇଥାନ୍ତି। କେତେକ ଗ୍ରାମରେ ଏହି ପୂଜାକୁ କାଦୁଆଳି ପୂଜା ବୋଲି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ କଣ୍ଡିରେ ଖାଲି ଘିଅ ବାହାରିଛି। ତେଣୁ ଅଞ୍ଚଳରେ ବର୍ଷା ଓ ଚାଷ କାର୍ଯ୍ୟ ବିଳମ୍ବିତ ହେବ ବୋଲି ବିଶ୍ୱାସ କରାଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ପିଢି ପରେ ପିଢ଼ି ସେବା କରୁଛୁ
ଚାଷ ପାଇଁ ପାଣିପାଗ କିପରି ରହିଛି, ତାହା ଜାଣିବା ନିମନ୍ତେ କଣ୍ଡି ପୂଜା କରାଯାଉଛି। ପୂର୍ବପୁରୁଷରୁ ଏହି ପରମ୍ପରା ଓ ବିଶ୍ୱାସ ଚାଷୀମାନଙ୍କ ମଧ୍ୟରେ ରହିଆସିଛି। ଦେହୁରୀ ଭାବେ ପିଢ଼ି ପରେ ପିଢ଼ି କଣ୍ଡି ଦିଅଁଙ୍କ ସେବା କରିଆସୁଛୁ। ପୂର୍ବରୁ ଯେପରି ବିଶ୍ୱାସ ଥିଲା, ଆଜି ବି ରହିଛି।
-କ୍ଷୀରୋଦ ଦେହୁରୀ, ବାଗଡ଼ିଆ

ସମ୍ପର୍କୀୟଙ୍କୁ ପଚାରି ବୁଝିଥାଉ
ସରକାରୀସ୍ତରରେ ମିଳୁଥିବା ପାଣିପାଗ ସମ୍ପର୍କତ ତଥ୍ୟ ଅନେକ ସମୟରେ ଚାଷୀଙ୍କୁ ହରଡଘଣାରେ ପକାଇଥାଏ। କିନ୍ତୁ କଣ୍ଡିରୁ ମିଳୁଥିବା ସୂଚନା କେବେ ଭୁଲ୍‌ ହୋଇ ନ ଥାଏ। ପ୍ରତିବର୍ଷ ଶ୍ରାବଣ ମାସ ଆସିଲେ ବର୍ଷା କିପରି ରହିବ ସେ ସମ୍ପର୍କରେ ବାଗଡ଼ିଆ ଗ୍ରାମରେ ଥିବା ସମ୍ପର୍କୀୟଙ୍କୁ ପଚାରି ବୁଝିଥାଉ।
-ସୁବାସ ମାଝି, ଚାଷୀ, କଣଲୋଇ

ପ୍ରଗାଢ଼ ବିଶ୍ୱାସ ରହିଛି
୨ଶହ ବର୍ଷ ହେଲା କଣ୍ଡି ପୂଜା କରି ଚାଷୀମାନେ ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରୁଛନ୍ତି। ନିର୍ଭୁଲ୍‌ ସୂଚନା ମିଳୁଥିବାରୁ କଣ୍ଡି ପ୍ରତି ଚାଷୀମାନଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ବିଜ୍ଞାନ ଯୁଗରେ ଏହି ପରମ୍ପରା ଓ ଲୋକ ବିଶ୍ୱାସ ଅତୁଟ ରହିପାରିଛି।
-ରମେଶ ତ୍ରିପାଠୀ, ବାଗଡିଆ

ଚଳିତ ବର୍ଷ ବିଳମ୍ବିତ ବର୍ଷା
ଆଷାଢ ଯାଇ ଶ୍ରାବଣ ହେଲାଣି। ହେଲେ ଚାଷ ପାଇଁ ବିଲରେ ପାଣି ନାହିଁ। ଚଳିତବର୍ଷ କଣ୍ଡିରୁ ଖାଲି ଘିଅ ବାହାରିଛି। ତେଣୁ ବର୍ଷା ବିଳମ୍ବିତ ହେବ ବୋଲି ଚାଷୀମାନେ ଆଗୁଆ ସୂଚନା ପାଇସାରିଛନ୍ତି। ତେଣୁ ବର୍ଷାକୁ ଅପେକ୍ଷା ନ କରି ନାଳି ଜମିଗୁଡିକରେ ଚାଷ ଆରମ୍ଭ ହୋଇଛି।
-ଦୁଷ୍ମନ୍ତ ବେହେରା, ବାଗଡ଼ିଆ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri