‘କଣ୍ଡି’ କହେ ପାଣିପାଗ କଥା

ଛେଣ୍ଡିପଦା,୯ା୮: ପାଣିପାଗ ସହ ଚାଷ ଓ ଚାଷୀଙ୍କ ଭାଗ୍ୟ ବନ୍ଧା। ଅନୁକୂଳ ପାଗ ସୂଚନା ଚାଷୀଙ୍କୁ କର୍ମଚଞ୍ଚଳ କରିଦିଏ। ପ୍ରତିକୂଳର ସାମାନ୍ୟ ଆଶଙ୍କା ମଧ୍ୟ ଚିନ୍ତାରେ ପକାଇଦିଏ। ପ୍ରତିବର୍ଷ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ଏ ସମ୍ପର୍କିତ ଘୋଷଣାକୁ ଚାଷୀମାନେ ଚାହିଁ ବସିଥାନ୍ତି। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର ଅନେକ ଚାଷୀ ଏଥିପାଇଁ ଆଇଏମ୍‌ଡିକୁ ଅପେକ୍ଷା କରି ନ ଥାନ୍ତି। ସେମାନେ ନିଜ ପରମ୍ପରାକୁ ଗୁରୁତ୍ୱ ଦେଇ ମାଟି ତଳୁ କଣ୍ଡି (ପୋତା ଯାଇଥିବା ଛୋଟ କଳସି) ବାହାର କରି ବର୍ଷା ସମ୍ପର୍କିତ ନିର୍ଭୁଲ୍‌ ସୂଚନା ପାଉଥିବା ବିଶ୍ୱାସ କରନ୍ତି। ଦୀର୍ଘ ୨ଶହ ବର୍ଷ ହେଲା ଏହି କଣ୍ଡି ଦିଅଁଙ୍କ ସୂଚନା ଆଧାରରେ ହିଁ ଏଠାକାର ଚାଷୀମାନେ ଚାଷ କାର୍ଯ୍ୟ କରି ଆସୁଥିବା ଜଣାପଡ଼ିଛି।
ବାଗଡ଼ିଆ ଗ୍ରାମର ଚାଷୀମାନଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଶ୍ରାବଣ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ସେମାନେ ବୁଢାଢିପ ସାହିର ଉତ୍ତର ଦିଗରେ ଥିବା ଏକ ବିଶାଳ ଆଙ୍କୁଲ, ଅଶ୍ୱତ୍‌ଥ ଓ ବାଉଁଶ ବଣ ମଧ୍ୟରେ କଣ୍ଡି ପୂଜା କରିଥାନ୍ତି। କନ୍ଧ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଦେହୁରୀ (ପୂଜକ) ହୋଇଥାନ୍ତି। ଏକ କଣ୍ଡିରେ ଘିଅ, ମହୁ ଓ ଗୁଡ଼ ଭର୍ତ୍ତି ସହ ଢାଙ୍କୁଣି ଦେଇ ମାଟି ତଳେ ପୋତି ଦେଇଥାନ୍ତି। ଏଥିସହ ପୂର୍ବବର୍ଷ ପୋତାଯାଇଥିବା କଣ୍ଡିକୁ ଏକ କାଠ ଶୁଳିଆ ବା ଶାବଳ ମାଧ୍ୟମରେ ବାହାର କରି ଖୋଲି ଦେଖିଥାନ୍ତି। କଣ୍ଡିରେ ପାଣି ଭର୍ତ୍ତିଥିଲେ ଚଳିତବର୍ଷ ପ୍ରବଳ ବର୍ଷା ହେବ ବୋଲି ବିଶ୍ୱାସ କରାଯାଏ। ବାଲି ଭରି ରହିଥିଲେ କେବଳ ଖାଲୁଆ ଜମିରେ ଭଲ ଚାଷ, ଅଳ୍ପ କାଦୁଅ ଥିଲେ ଅଧା ଜମିରେ ଚାଷ ନଷ୍ଟ, ଶୁଖିଲା ବାଲି ଧୂଳି ଥିଲେ ମରୁଡି ଓ କଣ୍ଡି ଭିତରେ ଚେର ବାହାରିଥିଲେ ଗଜା ମରୁଡି, ପୋକ ଥିଲେ ଧାନ ଗଛରେ ରୋଗ ପୋକ ଲାଗିବା ଏବଂ ଖାଲି ଘିଅ ଥିଲେ ଡେରିରେ ବର୍ଷା ସହ ଚାଷ କାର୍ଯ୍ୟ ବିଳମ୍ବ ହେବ ବୋଲି ଚାଷୀମାନେ ଧରିନେଇଥାନ୍ତି। ପୂଜା ସ୍ଥଳ ବା ଉକ୍ତ ବଣ ଭିତରକୁ ଅନିଷ୍ଟ ହେବା ଭୟରେ କେହି ଯାଆନ୍ତି ନାହିଁ। ବ୍ଲକର ବିଭିନ୍ନ ଗଁା ସହ ପଡ଼ୋଶୀ ରେଢାଖୋଲ, ନାକଟିଦେଉଳ ଅଞ୍ଚଳର ଚାଷୀମାନେ ଏପରି ଭାବେ ପାଣିପାଗ ସୂଚନା ପାଇଥାନ୍ତି। କେତେକ ଗ୍ରାମରେ ଏହି ପୂଜାକୁ କାଦୁଆଳି ପୂଜା ବୋଲି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ କଣ୍ଡିରେ ଖାଲି ଘିଅ ବାହାରିଛି। ତେଣୁ ଅଞ୍ଚଳରେ ବର୍ଷା ଓ ଚାଷ କାର୍ଯ୍ୟ ବିଳମ୍ବିତ ହେବ ବୋଲି ବିଶ୍ୱାସ କରାଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ପିଢି ପରେ ପିଢ଼ି ସେବା କରୁଛୁ
ଚାଷ ପାଇଁ ପାଣିପାଗ କିପରି ରହିଛି, ତାହା ଜାଣିବା ନିମନ୍ତେ କଣ୍ଡି ପୂଜା କରାଯାଉଛି। ପୂର୍ବପୁରୁଷରୁ ଏହି ପରମ୍ପରା ଓ ବିଶ୍ୱାସ ଚାଷୀମାନଙ୍କ ମଧ୍ୟରେ ରହିଆସିଛି। ଦେହୁରୀ ଭାବେ ପିଢ଼ି ପରେ ପିଢ଼ି କଣ୍ଡି ଦିଅଁଙ୍କ ସେବା କରିଆସୁଛୁ। ପୂର୍ବରୁ ଯେପରି ବିଶ୍ୱାସ ଥିଲା, ଆଜି ବି ରହିଛି।
-କ୍ଷୀରୋଦ ଦେହୁରୀ, ବାଗଡ଼ିଆ

ସମ୍ପର୍କୀୟଙ୍କୁ ପଚାରି ବୁଝିଥାଉ
ସରକାରୀସ୍ତରରେ ମିଳୁଥିବା ପାଣିପାଗ ସମ୍ପର୍କତ ତଥ୍ୟ ଅନେକ ସମୟରେ ଚାଷୀଙ୍କୁ ହରଡଘଣାରେ ପକାଇଥାଏ। କିନ୍ତୁ କଣ୍ଡିରୁ ମିଳୁଥିବା ସୂଚନା କେବେ ଭୁଲ୍‌ ହୋଇ ନ ଥାଏ। ପ୍ରତିବର୍ଷ ଶ୍ରାବଣ ମାସ ଆସିଲେ ବର୍ଷା କିପରି ରହିବ ସେ ସମ୍ପର୍କରେ ବାଗଡ଼ିଆ ଗ୍ରାମରେ ଥିବା ସମ୍ପର୍କୀୟଙ୍କୁ ପଚାରି ବୁଝିଥାଉ।
-ସୁବାସ ମାଝି, ଚାଷୀ, କଣଲୋଇ

ପ୍ରଗାଢ଼ ବିଶ୍ୱାସ ରହିଛି
୨ଶହ ବର୍ଷ ହେଲା କଣ୍ଡି ପୂଜା କରି ଚାଷୀମାନେ ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରୁଛନ୍ତି। ନିର୍ଭୁଲ୍‌ ସୂଚନା ମିଳୁଥିବାରୁ କଣ୍ଡି ପ୍ରତି ଚାଷୀମାନଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ବିଜ୍ଞାନ ଯୁଗରେ ଏହି ପରମ୍ପରା ଓ ଲୋକ ବିଶ୍ୱାସ ଅତୁଟ ରହିପାରିଛି।
-ରମେଶ ତ୍ରିପାଠୀ, ବାଗଡିଆ

ଚଳିତ ବର୍ଷ ବିଳମ୍ବିତ ବର୍ଷା
ଆଷାଢ ଯାଇ ଶ୍ରାବଣ ହେଲାଣି। ହେଲେ ଚାଷ ପାଇଁ ବିଲରେ ପାଣି ନାହିଁ। ଚଳିତବର୍ଷ କଣ୍ଡିରୁ ଖାଲି ଘିଅ ବାହାରିଛି। ତେଣୁ ବର୍ଷା ବିଳମ୍ବିତ ହେବ ବୋଲି ଚାଷୀମାନେ ଆଗୁଆ ସୂଚନା ପାଇସାରିଛନ୍ତି। ତେଣୁ ବର୍ଷାକୁ ଅପେକ୍ଷା ନ କରି ନାଳି ଜମିଗୁଡିକରେ ଚାଷ ଆରମ୍ଭ ହୋଇଛି।
-ଦୁଷ୍ମନ୍ତ ବେହେରା, ବାଗଡ଼ିଆ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri