ଦଙ୍ଗା ଗୁଜବକୁ ବିଶ୍ୱାସ ନକରିବାକୁ ପୋଲିସ କଲା ନିବେଦନ

ଦାରିଙ୍ଗବାଡି,୨୦।୮(ଅରୁଣ ସାହୁ): ସମଗ୍ର କନ୍ଧମାଳ ଜିଲାରେ ଦଙ୍ଗା ଗୁଜବକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଜନ ସଚେତନ ଓ ବୈଠକ କରି ଲୋକଙ୍କୁ ଗୁଜବରୁ ଦୁରେଇ ରହିବା ସହ ଭୟଭୀତ ନହେବାକୁ ନିବେଦନ କରାଯାଇଛି। ଏହି କ୍ରମରେ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ମଧ୍ୟ ଲୋକ ପ୍ରତିନିଧି, ବୁଦ୍ଧିଜୀବୀଙ୍କୁ ନେଇ ଥାନାରେ ବୈଠକ କରାଯିବା ସହ ଦଙ୍ଗା ଗୁଜବ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି ଏହି ସଚେତନବାର୍ତ୍ତା ବୁଧବାର ଠାରୁ ଗାଁ ଗାଁ’ରେ ପୋଲିସ ପକ୍ଷରୁ ପହଞ୍ଚେଇବାକୁ ପ୍ରୟାସ କରାଯାଉଛି।

ଦାରିଙ୍ଗବାଡି ଥାନା ଅଧିକାରୀ ରମେଶ ପ୍ରଧାନ ସଶସ୍ତ୍ର ବାହିନୀ ସହ ଦାରିଙ୍ଗବାଡି ସମେତ ସିଆଙ୍ଗବାଲି, ସିମନବାଡି, ଶ୍ରାନିକେତା, ସିମନବାଡି, ବାଡାବାଙ୍ଗା ଆଦି ଅଞ୍ଚଳରେ ପାଟ୍ରୋଲିଂ କରାଯିବା ସହ ବିଭିନ୍ନ ଗହଳିପୂର୍ଣ୍ଣ ଥାନାରେ ଲୋକଙ୍କୁ ସଚେତନ କରାଯାଇଛି ନିଜେ ଆଇଆଇଆସି ରମେଶ ପ୍ରଧାନ ଲୋକଙ୍କୁ ଗୁଜବ ଠାରୁ ଦୂରରେ ରହିବା ସହ ଗୁଜବକରୁଥିବା ବ୍ୟକ୍ତିଙ୍କ ନାମ ପୋଲିସକୁ ଜଣାଇବାକୁ ସେ ନିବେଦନ କରିଛନ୍ତି।

ପ୍ରକାଶ ଯେ, ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହେବା ଫଳ ରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ପୋଲିସ ତରଫରୁ ମଙ୍ଗଳାବର ଏକ ସଚେତନତା ବୈଠକ ଥାନା ପରିସରରେ କରାଯାଇଥିବା ଜଣାପଡିଛି। ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକ ଏଭଳି ଗୁଜବରେ ବିଶ୍ୱାସ ନ କରିବା ପାଇଁ ଆଇଆଇଆସି ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି ବୋଲି ଲୋକଙ୍କୁ କହିଛନ୍ତି ।

ଏ ଦିଗରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।ଏପରିକି ଭୟରେ କିଛି ଲୋକ ଜିଲ୍ଲା ବାହାରକୁ ମଧ୍ୟ ଚାଲି ଯାଉଥିବା ନେ଼ଇ ପ୍ରଶାସନ ପାଖରେ ଖବର ପହଞ୍ଚିଛି ଯାହାକି ଉଦବେଗଜନକ ଭୟଭୀତ ନହେବା ଓ ଭିଟା ମାଟି ନ ଛାଡିବାକୁ ନିବେଦନ କରାଯାଇଛି। ଅଞ୍ଚଳବାସୀ ମଧ୍ୟ ପୋଲିସକୁ କହିଛନ୍ତି ଏହି ସବୁ ଅଞ୍ଚଳରେ ଗୁଜବର ପ୍ରଭାବ ପଡିବ ନାହିଁ ପୋଲିସ ସଦାବେକେ ଲୋକଙ୍କ ସହ ରହିବା ଆବଶ୍ୟକ ବୋଲି ଲୋକ ପୋଲିସକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri