ଦାରିଙ୍ଗବାଡ଼ି ଗସ୍ତରେ କନ୍ଧମାଳ ଏମ୍‌ପି, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରି କହିଲେ ଚାଷୀଙ୍କ ଉନ୍ନତି…

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବୁଧବାର ଗସ୍ତ କରିଛନ୍ତି। ସେ ଏହି ଗସ୍ତ ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। କୃଷିର ଉନ୍ନତି ପାଇଁ କୃଷି ପ୍ରାଙ୍ଗଣର ଉଦ୍‌ଘାଟନ ସମେତ ଆଦିବାସୀ ସାଂସ୍କୃତିକ ଭବନର ଉଦ୍‌ଘାଟନ କରିଥିଲେ। ସେହିପରି ଖେଳ ମହୋତ୍ସବର ମଧ୍ୟ ଉଦଘାଟନ କରିଥିଲେ ଏମ୍‌ପି। ଦନେକବାଡି ପଞ୍ଚାୟତର ଦୁର୍ଗମ ଗ୍ରାମ ପାଜିଡ଼ଙ୍ଗା ଗ୍ରାମରେ ‘ଓଡ଼ିଶା ଗରିବ ମସଲା ଚାଷୀଙ୍କ ଉନ୍ନତି’ ପାଇଁ କୃଷକ ତାଲିମ ଶିବିରରେ ଏମପି ପ୍ରାଣିଗ୍ରାହୀ ଯୋଗଦେଇ ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ କନ୍ଧମାଳର ପରିଶ୍ରମୀ ମସଲା ଚାଷୀଙ୍କ ସହ ସିଧାସଳଖ ସଂଯୋଗ ସ୍ଥାପନ କରି ସେମାନଙ୍କର ସମସ୍ୟା, ଆବଶ୍ୟକତା ଏବଂ ଆକାଂକ୍ଷା ବିଷୟରେ ଜାଣିବାର ସୁଯୋଗ ମିଳିଲା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଉକ୍ତ ଅଞ୍ଚଳର ମସଲା ଚାଷର ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେ ଆୟୋଜକଙ୍କ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ।

କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ରହିଥିବା ମସଲା ଚାଷୀମାନେ ଆମର ଗର୍ବ ଏବଂ ସେମାନଙ୍କର ଉତ୍ପାଦିତ ଗୁଣବତ୍ତାପୂର୍ଣ୍ଣ ମସଲା ଓଡ଼ିଶାର ନାମ ଉଜ୍ଜ୍ୱଳ କରୁଛି ବୋଲି ଏମ୍‌ପି ନିଜ ବକ୍ତବ୍ୟରେ କହିଥିଲେ। କୃଷକଙ୍କୁ ଉନ୍ନତ କୃଷି ପ୍ରଯୁକ୍ତି, ଯଥାଯଥ ବଜାର ସଂଯୋଗ ଏବଂ ଉଚିତ ମୂଲ୍ୟ ପ୍ରଦାନ କରିବା ଦିଗରେ ମୁଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିବି ବୋଲି ଉପସ୍ଥିତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କୃଷକଙ୍କ ଉକ୍ତ କାର୍ଯ୍ୟକ୍ରମ ଚାଷୀମାନଙ୍କ ଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ଏବଂ ଆମ କନ୍ଧମାଳ ଅଞ୍ଚଳର ସାମଗ୍ରିକ ବିକାଶରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଁ ଦୃଢ଼ ବିଶ୍ୱାସ କରୁଛି ବୋଲି କହିଥିଲେ। ପରେ ସେଠାରୁ ବ୍ରାହ୍ମଣୀଗାଁ ଗସ୍ତ କରିଥିଲେ। ଏମ୍‌ପିଙ୍କ ଗସ୍ତଙ୍କୁ ନେଇ ବ୍ରାହ୍ମଣୀଗାଁ ଉତ୍ସବ ମୁଖର ହୋଇଥିଲା। ସେଠାରେ ଆତ୍ମନିର୍ଭର ଭାରତ, ବନ୍ଦେ ମାତରମ ୧୫୦ ତମ ବର୍ଷ ଉତ୍ସବ ପାଳନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ’ଆଦି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଗସ୍ତ ସମୟରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଭାଜପା ଜିଲା ସଭାପତି ପଣ୍ଡିତ ବିଶିମାଝୀ, ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲା ଆତ୍ମନିର୍ଭର ଭାରତର ସହ ପରିଚାଳକ ଚାଳକ ପରେଶ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri